Posted inଖେଳ

ଆନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ କେନ୍ ୱିଲିୟମସନ୍

ନୂଆଦିଲ୍ଲୀ,୨।୧୧: ନ୍ୟୁଜିଲ୍ୟାଣ୍ଡର ବରିଷ୍ଠ କ୍ରିକେଟର ତଥା ଦୀର୍ଘ ଦିନର ଅଧିନାୟକ କେନ୍ ୱିଲିୟମସନ୍ ଟି-୨୦ ଆନ୍ତର୍ଜାତୀୟ (T20I) କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୨୦୨୬ ଟି-୨୦ ବିଶ୍ୱକପ୍‌କୁ ମାତ୍ର ୪ ମାସ ବାକି ଥିବାବେଳେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ସେ ଦିନିକିଆ (ODI) ଏବଂ ଟେଷ୍ଟ କ୍ରିକେଟ୍ ଖେଳିବା ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି।

୯୩ଟି ମ୍ୟାଚରୁ ୨୫୭୫ ରନ୍ ସଂଗ୍ରହ କରି ୱିଲିୟମସନ୍ ଟି-୨୦ ଆନ୍ତର୍ଜାତୀୟରେ ନ୍ୟୁଜିଲ୍ୟାଣ୍ଡ ପାଇଁ ସର୍ବାଧିକ ରନ୍ ସ୍କୋରର ଭାବେ ଅବସର ନେଇଛନ୍ତି। ସେ ୭୫ଟି ଟି-୨୦ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ନେତୃତ୍ୱ ନେଇଛନ୍ତି। ତାଙ୍କ ନେତୃତ୍ୱରେ ନ୍ୟୁଜିଲ୍ୟାଣ୍ଡ ୨୦୧୬ ଓ ୨୦୨୨ ରେ ଟି-୨୦ ବିଶ୍ୱକପ୍ ସେମି-ଫାଇନାଲ୍ ଏବଂ ୨୦୨୧ ରେ ଫାଇନାଲ୍ ଖେଳିଥିଲା।

ୱିଲିୟମସନ୍ କହିଛନ୍ତି ଯେ ୨୦୨୬ ଟି-୨୦ ବିଶ୍ୱକପ୍ (ଭାରତରେ ଆୟୋଜିତ ହେବାକୁ ଥିବା) ପାଇଁ ଦଳକୁ ସ୍ପଷ୍ଟତା ଦେବା ଏବଂ ନୂଆ ପ୍ରତିଭାଙ୍କୁ ସୁଯୋଗ ଦେବା ପାଇଁ ଏହି ସମୟ ଉପଯୁକ୍ତ।ୱିଲିୟମସନଙ୍କ ଅନୁପସ୍ଥିତିରେ ମିଚେଲ୍ ସାଣ୍ଟନର୍ ଏବେ ଟି-୨୦ ଫର୍ମାଟରେ ‘ବ୍ଲାକ୍‌କ୍ୟାପ୍ସ’ର ନେତୃତ୍ୱ ନେବେ।

“ଟି-୨୦ ଫର୍ମାଟ୍‌ର ଏକ ଅଂଶ ହୋଇ ମୁଁ ବହୁତ ଉପଭୋଗ କରିଛି ଏବଂ ସମସ୍ତ ସ୍ମୃତି ଓ ଅନୁଭୂତି ପାଇଁ ମୁଁ କୃତଜ୍ଞ। ଏହା ମୋ’ ପାଇଁ ଏବଂ ଦଳ ପାଇଁ ସଠିକ୍ ସମୟ।”

ତେବେ ସେ ଟି-୨୦ ଫ୍ରାଞ୍ଚାଇଜ୍ ଲିଗ୍‌ଗୁଡ଼ିକରେ ଖେଳିବା ଜାରି ରଖିବେ। ନିକଟରେ ସେ IPL ଫ୍ରାଞ୍ଚାଇଜ୍ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ର ରଣନୀତିକ ପରାମର୍ଶଦାତା (Strategic Advisor) ଭାବେ ଯୋଗ ଦେଇଛନ୍ତି, ଯାହା IPL ରେ ତାଙ୍କ ଖେଳାଳି ଜୀବନର ସମାପ୍ତିକୁ ସୂଚାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

ଇରାନ ଉପରୁ କଟକଣା ହଟାଇଲେ ଟ୍ରମ୍ପ୍‌, ତେହରାନ କହିଲା ଆମ ପାଖରେ…

ଓ୍ବାଶିଂଟନ/ତେହରାନ୍‌,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହୁ ହୁ ହୋଇ ବଢ଼ିଚାଲିଥିବାବେଳେ ଏହାକୁ ପ୍ରଶମିତ କରିବା ପାଇଁ ଆମେରିକା ସମୁଦ୍ରରେ ଅଟକି…

ବିଜେଡିର ୬ ବିଧାୟକ ଦଳରୁ ନିଲମ୍ବିତ

ଭୁବନେଶ୍ୱର,୨୧ା୩: ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଡ଼ା ଆକ୍ସନ ନେଇଛନ୍ତି। ଦଳରୁ ୬ ବିଧାୟକଙ୍କୁ ନବୀନ ନିଲମ୍ବନ କରିଛନ୍ତି।…

ଆଇପିଏଲ୍‌ ପୂର୍ବରୁ କେକେଆରକୁ ବଡ଼ ଝଟ୍‌କା

କୋଲକାତା, ୨୧ା୩: ଭାରତ ସିମର ଆକାଶ ଦୀପ୍‌ଙ୍କ ପିଠିର ନିମ୍ନ ଭାଗରେ ଆଘାତ ଲାଗିଛି। ଫଳରେ ସେ ଅତି କମ୍‌ରେ ୮ ସପ୍ତାହ ଖେଳିପାରିବେନି। ଫଳରେ ଆସନ୍ତା…

ଗ୍ୟାସ୍‌କୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଆସନ୍ତା ୨୩ରୁ…

ନୂଆଦିଲ୍ଲୀ,୨୧ା୩: କେନ୍ଦ୍ର ସରକାର ଏଲ୍‌ପିଜିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶନିବାର ସରକାର କହିଛନ୍ତି, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (UT)କୁ ବାଣିଜ୍ୟିକ ଏଲ୍‌ପିଜିର ଆଉ…

ଭାରତ ପାଖରେ ବଡ଼ ଆଟାକ୍‌ କଲା ଇରାନ, ବିଶ୍ୱରେ ଚହଳ! ଆଗକୁ ବଡ଼ଯୁଦ୍ଧ…

ନୂଆଦିଲ୍ଲୀ,୨୧।୩: ଏସିଆର ଉପସାଗରୀୟ ଅଞ୍ଚଳରେ ସଂଘର୍ଷ ଅହରହ ଜାରି ରହିଛି, ଉଭୟ ପାର୍ଶ୍ୱରୁ ଆକ୍ରମଣ କରାଯାଉଛି। ଇରାନ ମଧ୍ୟ ଏହାର ଆକ୍ରମଣ ସହିତ ତା’ର ଶତ୍ରୁମାନଙ୍କୁ ସତର୍କତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri