Posted inଖେଳ

ଟି୨୦ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ମାଉଣ୍ଟ ମାଙ୍ଗନୁଇ,୩୦।୧୧: ସ୍ଥାନୀୟ ବେ ଓଭାଲ ଗ୍ରାଉଣ୍ଡରେ ରବିବାର ଅନୁଷ୍ଠିତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡ ୭୨ ରନରେ ବିଜୟ ହାସଲ କରିଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୨-୦ରେ ଅଗ୍ରଣୀ ହେବା ସହ ନ୍ୟୁଜିଲାଣ୍ଡ ଆଗୁଆ ସିରିଜ ହାତେଇ ନେଇଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଗ୍ଲେନ ଫିଲିପ୍ସଙ୍କ ଧୂଆଁଧାର ଶତକ (୧୦୮ ରନ, ୫୧ ବଲ, ୧୦ ଚୌକା, ୮ ଛକା) ସହାୟତାରେ ୩ ଉଇକେଟ ହରାଇ ୨୩୮ ରନର ବୃହତ୍‌ ସ୍କୋର ଛିଡା କରିଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ୯ ଉଇକେଟ ହରାଇ ୧୬୬ ରନରେ ସୀମିତ ରହିଥିଲା। ଫିଲିପ୍ସ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୨୩୯ ରନ ଟାର୍ଗେଟ୍‌ ପିଛା କରିଥିବା ଓ୍ବେଷ୍ଟଇଣ୍ଡିଜ ତରଫରୁ କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର ହାସଲ କରିପାର ନ ଥିଲେ। ଦଳ ତରଫରୁ ଆନ୍ଦ୍ରେ ଫ୍ଲେଚର ୨୦, ସିମରନ ହେଟମେୟର ୨୫, କାଏଲ ମେୟର୍ସ ୨୦, ଅଧିନାୟକ କିରନ ପୋଲାର୍ଡ ୨୮, ଫାବିଆନ ଆଲେନ ୧୫, କିମୋ ପଲ ଅପରାଜିତ ୨୬ ରନ ସଂଗ୍ରହ କରିଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡର କାଏଲ ଜେମିସନ ଓ ମିଚେଲ ସାଣ୍ଟନର ୨ଟି ଲେଖାଏ, ଟିମ ସୌଦି, ଲୋକି ଫର୍ଗୁସନ, ଆଇଏସ୍‌ ସୋଧୀ ଓ ଜେମ୍ସ ନିଶାମ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ତରଫରୁ ଫିଲିପ୍ସଙ୍କ ଶତକକୁ ବାଦ୍‌ ଦେଲେ ଡେଭୋନ କନ୍‌ଓ୍ବେ ଅପରାଜିତ ୬୫ (୩୭ ବଲ, ୪ ଚୌକା, ୪ ଛକା), ମାର୍ଟିନ ଗୁପ୍ଟିଲ ୩୪ ଓ ଟିମ ସିଫର୍ଟ ୧୮ ରନ ସଂଗ୍ରହ କରିଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ୍‌ ତରଫରୁ ଓସେନ ଥୋମାସ, ଫାବିଆନ ଆଲେନ ଓ ପୋଲାର୍ଡ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ନ୍ୟୁଜିଲାଣ୍ଡ ୨୦ ଓଭରରେ ୨୩୮/୩ (ଫିଲିପ୍ସ- ୧୦୮, କନଓ୍ବେ- ୬୫, ଗୁପ୍ଟିଲ- ୩୪, ଥୋମାସ- ୧/୪୪, ଆଲେନ- ୧/୩୫, ପୋଲାର୍ଡ- ୧/୩୩)।
ଓ୍ବେଷ୍ଟଇଣ୍ଡିଜ ୨୦ ଓଭରରେ ୧୬୬/୯(ପୋଲାର୍ଡ- ୨୮, ହେଟମେୟର- ୨୫, କିମୋ ପଲ- ୨୬*, ଫ୍ଲେଚର- ୨୦, ମେୟର୍ସ- ୨୦, ଜେମିସନ- ୨/୧୫, ସାଣ୍ଟନର- ୨/୪୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri