Posted inଖେଳ

ଟି୨୦ ସିରିଜ ଜିତିଲା ନ୍ୟୁଜିଲାଣ୍ଡ: ବାଂଲାଦେଶ ୨୮ ରନରେ ପରାସ୍ତ

ନାପିଏର,୩୧।୩: ବର୍ଷା ବାଧାପ୍ରାପ୍ତ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଡକ୍‌ଓ୍ବର୍ଥ/ଲୁଇସ୍‌ ନିୟମରେ ୨୮ ରନରେ ବିଜୟ ହାସଲ କରିଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ନ୍ୟୁଜିଲାଣ୍ଡ ୨-୦ରେ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇ ନେଇଛି। ସ୍ଥାନୀୟ ମ୍ୟାକଲିନ୍‌ ପାର୍କରେ ମଙ୍ଗଳବାର ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ଜିତି ବାଂଲାଦେଶ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ବର୍ଷା ଯୋଗୁ ମ୍ୟାଚ୍‌ର ଓଭର ସଂଖ୍ୟାକୁ କମାଇ ଦିଆଯାଇଥିଲା। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୭.୫ ଓଭରରେ ୫ ଉଇକେଟ ହରାଇ ୧୭୩ ରନ ସଂଗ୍ରହ କରିଥିଲା। ତେବେ ଏହା ପରେ ବର୍ଷା ହୋଇଥିଲା ଓ ଏହି ସ୍କୋରରେ ନ୍ୟୁଜିଲାଣ୍ଡ ଇନିଂସ ସୀମିତ ରହିଥିଲା। ଫଳରେ ବାଂଲାଦେଶ ସମ୍ମୁଖରେ ଡକ୍‌ଓ୍ବର୍ଥ/ଲୁଇସ୍‌ ନିୟମରେ ୧୬ ଓଭରରେ ୧୭୧ ରନର ବିଜୟ ଲକ୍ଷ୍ୟ ଧାଯର୍‌ୟ କରାଯାଇଥିଲା। ଜବାବରେ ବାଂଲାଦେଶ ୭ ଉଇକେଟରେ ୧୪୨ ରନରେ ସୀମିତ ରହି ପରାସ୍ତ ହୋଇଥିଲେ। ଏଥିସହିତ ଘରୋଇ ମାଟିରେ ଚଳିତ ସେସନରେ ନ୍ୟୁଜିଲାଣ୍ଡ ସପ୍ତମ ସିରିଜ ବିଜୟ ହାସଲ କରିଛି। ନ୍ୟୁଜିଲାଣ୍ଡ ଟି୨୦ରେ ୪, ଟେଷ୍ଟରେ ୨ ଓ ଦିନିକିଆ ଫର୍ମାଟରେ ଗୋଟିଏ ସିରିଜରେ ବିଜୟୀ ହୋଇଛି। ଗ୍ଲେନ ଫିଲିପ୍ସ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୧୭୧ ରନ ଟାର୍ଗେଟର ପିଛା କରି ବାଂଲାଦେଶ ଏକଦା ୨ ଉଇକେଟ ହରାଇ ୧୧୦ ରନ କରି ସୁବିଧାଜନକ ସ୍ଥିତିରେ ଥିଲା। ତେବେ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ବାଂଲାଦେଶ ମ୍ୟାଚ୍‌ ହାତଛଡ଼ା କରିଥିଲା। ଦଳ ତରଫରୁ ସୌମ୍ୟ ସରକାର ୨୭ ବଲରୁ ୫ ଚୌକା ଓ ୩ ଛକା ସହ ୫୧, ଓପନର ମହମ୍ମଦ ନଇମ ୩୫ ବଲରୁ ୩୮, ଅଧିନାୟକ ମହମୁଦୁଲ୍ଲା ୨୧ ରନ ସଂଗ୍ରହ କରି ଆଉଟ ହୋଇଥିବା ବେଳେ ମାହେଦି ହାସନ ୧୨ ରନକରି ଅପରାଜିତ ରହିଥିଲେ। ନ୍ୟୁଜିଲାଣ୍ଡ ତରଫରୁ ଟିମ୍‌ ସୌଦି, ହାମିଶ ବେନେଟ୍‌ ଓ ଆଡାମ ମିଲନେ ୨ଟି ଲେଖାଏ, ଗ୍ଲେନ୍‌ ଫିଲିପ୍ସ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ତରଫରୁ ଗ୍ଲେନ୍‌ ଫିଲିପ୍ସ ୩୧ଟି ବଲ୍‌ ଖେଳି ୫ ଚୌକା ଓ ୨ଛକା ସହ ୫୮ ରନର ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ସେହିପରି ଡାରିଲ ମିଚେଲ ୧୬ ବଲରୁ ୬ ଚୌକା ସହ ୩୪ ରନକରି ଅପରାଜିତ ରହିଥିଲେ। ମାର୍ଟିନ ଗୁପ୍ଟିଲ ୨୧, ଫିନ ଆଲେନ ୧୭, ଡେଭନ କନଓ୍ବେ ୧୫, ଓ୍ବିଲ ୟଙ୍ଗ ୧୪ ରନ କରି ଆଉଟ ହୋଇଥିଲେ। ବୋଲିଂରେ ବାଂଲାଦେଶ ତରଫରୁ ମାହେଦି ହାସନ ୨, ମହମ୍ମଦ ସୌଫୁଦ୍ଦିନ, ତାସ୍କିନ ଅହମ୍ମଦ ଓ ଶୋରିଫୁଲ ଇସ୍‌ଲାମ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ନ୍ୟୁଜିଲାଣ୍ଡ ୧୭.୫ ଓଭରରେ ୧୭୩/୫
(ଫିଲିପ୍ସ- ୫୮*, ଡାରିଲ ମିଚେଲ- ୩୪*, ଗୁପ୍ଟିଲ- ୨୧, ମାହେଦି ହାସନ- ୨/ ୪୫)।
ବାଂଲାଦେଶ ୧୬ ଓଭରରେ ୧୪୨/୭
(ସୌମ୍ୟ- ୫୧, ନଇମ- ୩୮, ମହମୁଦୁଲ୍ଲା- ୨୧, ସୌଦି- ୨/୨୧, ବେନେଟ- ୨/୩୧, ମିଲନେ- ୨/୩୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ହେବନି IPL 2026ର ଉଦଘାଟନୀ ଉତ୍ସବ, ଏହି କାରଣରୁ BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୬ା୩: IPL ୨୦୨୬ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି BCCI । ଉଦଘାଟନୀ ଉତ୍ସବକୁ ବାତିଲ କରାଯାଇଛି । ଗତ ବର୍ଷ ବେଙ୍ଗାଲୁରୁରେ RCBର ବିଜୟ…

ICC Rankings: ବିନା ଖେଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଫାଇଦା, ପୁଣି ଥରେ…

ନୂଆଦିଲ୍ଲୀ,୨୫।୩: ICC ପୁଣିଥରେ ତା’ର ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି । ଯଦିଓ ପୂର୍ବ ଅପଡେଟ୍ ପରଠାରୁ ବହୁତ ଟି-୨୦ ମ୍ୟାଚ୍ ହୋଇନାହିଁ – ଅର୍ଥାତ୍ ଏଥିରେ କୌଣସି…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଏତେ କୋଟି ଟଙ୍କାରେ ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ , ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୨୪।୩: ରାଜସ୍ଥାନ ରୟାଲ୍ସ ଦଳକୁ ୧.୬୩ ବିଲିୟନ ଆମେରିକୀୟ ଡଲାରରେ ବିକ୍ରି କରାଯାଇଛି। ଆମେରିକୀୟ ବ୍ୟବସାୟୀ କାଲ ସୋମାନୀଙ୍କ ନେତୃତ୍ୱରେ ଏକ ସଂଘ ପ୍ରାୟ ୧୫,୨୮୬ କୋଟିରେ…

ଇଂଲଣ୍ଡର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ ମ୍ୟାକୁଲମ

ଲଣ୍ଡନ,୨୪ା୩: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକୁଲମ ୩ଟି ଫର୍ମାଟରେ ଇଂଲଣ୍ଡ ଦଳର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ। ଏ ନେଇ ଇଂଲଣ୍ଡ ଓ…

ବଡ଼ ଖବର! RCBକୁ ଆଉ ଏକ ଝଟକା, IPL ୨୦୨୬ରୁ ବାଦ୍ ପଡିଲେ ଏହି ଖେଳାଳି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସିଜିନ୍ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri