Categories: ଖେଳ

ପୁଣି ନ୍ୟୁଜିଲାଣ୍ଡକୁ ଲାଗିଲା ଝଟ୍‌କା

ଲଣ୍ଡନ,୧୦।୬: ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଗୋଟିଏ ପରେ ଗୋଟିଏ ଅସୁବିଧାର ସମ୍ମୁଖୀନ ହୋଇଛି। ବାମ କହୁଣୀରେ ଆଘାତ ଲାଗିବାରୁ ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମ୍ସନ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଛନ୍ତି। ଏବେ ନ୍ୟୁଜିଲାଣ୍ଡ ଉଇକେଟ କିପର-ବ୍ୟାଟ୍ସମ୍ୟାନ ବିଜେ ୱାଟଲିଂ ମଧ୍ୟ ଆହତ କାରଣରୁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଛନ୍ତି। ୱାଟଲିଂଙ୍କ ସ୍ଥାନରେ ଟମ ବ୍ଲେଣ୍ଡାଲ ଉଇକେଟ କିପିଂ ଦାୟିତ୍ୱ ନେବେ। ୱାଟଲିଂ ଏବଂ କେନ ୱିଲିୟମସନଙ୍କ ବ୍ୟତୀତ ମିଚେଲ ସାଣ୍ଟନର୍‌ ମଧ୍ୟ ଆହତ ହୋଇଛନ୍ତି ଏବଂ ଦ୍ୱିତୀୟ ଟେଷ୍ଟରେ ଅଂଶଗ୍ରହଣ କରିବେ ନାହିଁ। ଲର୍ଡସରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ସାଣ୍ଟନରଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା।
ଏଥି ସହିତ, ବାମହାତୀ ବ୍ୟାଟ୍ସମ୍ୟାନ ଟମ ଲାଥାମ ଜୁନ ୧୦ରୁ ଆରମ୍ଭ ହେଉଥିବା ଟେଷ୍ଟରେ ୱିଲିୟମସନଙ୍କ ସ୍ଥାନରେ ଅଧିନାୟକ ହେବେ। ଜୁନ ୧୮ ଠାରୁ ସାଉଥମ୍ପଟନରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଖେଳାଯିବ।

Share