ହ୍ରାସ ପାଉଛି କର ସଂଗ୍ରହ, ସିଗାରେଟ ଉପରୁ ବ୍ୟାନ୍ ହଟାଇବେ ନ୍ୟୁଜିଲାଣ୍ଡ ସରକାର

ନୂଆଦିଲ୍ଲୀ,୨୭।୧୧: ବିଶ୍ୱର ପ୍ରଥମ ଦେଶ ଭାବେ ସିଗାରେଟ ବ୍ୟାନ୍ କରିଥିବା ନ୍ୟୁଜିଲାଣ୍ଡ ସରକାର ଏହି ପ୍ରତିବନ୍ଧକକୁ ହଟାଇବାକୁ ଯାଉଛନ୍ତି। ଦେଶରେ କର ସଂଗ୍ରହ ହ୍ରାସ ପାଉଥିବା ଚିନ୍ତା ଦର୍ଶାଇ ନୂତନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଦେଶରେ ଥିବା ଜସିଣ୍ଡା ଜାକିଣ୍ଡା ଆର୍ଡର୍ଣ୍ଣଙ୍କ ପୂର୍ବ ସରକାର ଏହି ନିୟମ ଆଣିଥିଲେ। ଯୁବଗୋଷ୍ଠୀ ମାନଙ୍କୁ ଧୁମ୍ରପାନ ଠାରୁ ଦୂରରେ ରଖିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଥିଲେ।

ତେବେ ବର୍ତ୍ତମାନ ସରକାରଙ୍କର ଏହି ନିଷ୍ପତ୍ତିକୁ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ସମାଲୋଚନା କରିଛନ୍ତି। ୟୁନିଭର୍ସିଟି ଅଫ ଓଟାଗୋର ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରଫେସର ରିଚାର୍ଡ ଏଡ଼ୱାର୍ଡ଼ କହିଛନ୍ତି ଆମେ ସରକାରଙ୍କର ଏହି ପଦକ୍ଷେପରେ ଆମେ ବିସ୍ମିତ ଏବଂ ମର୍ମାହତ। ନ୍ୟୁଜିଲ୍ୟାଣ୍ଡର ଅଧିକାଂଶ ସ୍ୱାସ୍ଥ୍ୟ ଗୋଷ୍ଠୀ ସରକାର ଯାହା କରିଛନ୍ତି ତାହା ଦେଖି ଭୟଭୀତ ହୋଇ ସେମାନଙ୍କୁ ଏହି ନିଷ୍ପତ୍ତି ଫେରାଇ ନେବାକୁ ଆହ୍ୱାନ ଦେଇଛନ୍ତି। ”

ନ୍ୟୁଜିଲାଣ୍ଡ ସରକାରଙ୍କ ଏହି ନିଷ୍ପତ୍ତି ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ମଧ୍ୟ ପ୍ରଭାବିତ କରିଥିଲା। ଯାହା ପରେ ସେ ସେପ୍ଟେମ୍ବରରେ ସେ ଧୁମ୍ରପାନ ଉପରେ ସମାନ ପ୍ରକାର ପ୍ରତିବନ୍ଧକ ଲଗାଇଥିଲେ।

Share