ମୁଣ୍ଡରେ ସିନ୍ଦୁର, ଖାଲି ପାଦରେ ମନ୍ଦିର ଯାଇ ପୁରୀ, ସୋଲା ତରକାରୀ ଖାଇଲେ ଏହି ଦେଶର ପ୍ରଧାନମନ୍ତ୍ରୀ

ଅକଲାଣ୍ଡ,୧୦।୮: ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅରଡେନ ନିଜ ବେଶଭୂଷାକୁ ନେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସେ ଅକଲାଣ୍ଡରେ ଥିବା ରାଧାକୃଷ୍ଣଙ୍କ ମନ୍ଦିରକୁ ପରିଦର୍ଶନରେ ଯାଇଥିଲେ। ସେଠାରେ ଚପଲ ଓହ୍ଲାଇ ମନ୍ଦିରକୁ ଯିବାସହ ମୁଣ୍ଡରେ ସିନ୍ଧୁର ଲଗାଇଥିଲେ। ଭାରତୀୟ ଖାଦ୍ୟ ପୁରୀ, ସୋଲା ତରକାରୀ ଏବଂ ଡାଲି ଖାଇଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସିଆଲ ଟୁଇଟରରେ ଏହାର ଫଟୋ ଶେୟାର କରାଯାଇଛି। ଏହାସହ ନ୍ୟୁଜିଲାଣ୍ଡରେ ଭାରତର ଉଚ୍ଚ କମିଶନର ନିଯୁକ୍ତ ହୋଇଥିବା ମୁକତେଶ ପରଦେଶୀ ମଧ୍ୟ ନିଜ ଟୁଇଟରରେ ଫଟୋ ଶେୟାର କରିଛନ୍ତି। ୪୦ ବର୍ଷୀୟା ଜେସିଣ୍ଡା ସେପ୍ଟେମ୍ବରରେ ଜାତୀୟ ନିର୍ବାଚନ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ରାଧାକୃଷ୍ଣ ମନ୍ଦିର ଦର୍ଶନ କରିଥିଲେ। ଭାରତୀୟ ଖାଦ୍ୟ ଖାଇ ଖୁସି ଥିବା ଫଟୋରେ ନଜର ଆସିଥିଲେ ଜେସିଣ୍ଡା।

Share