ଇସ୍ତଫା ଘୋଷଣା କରି ସମସ୍ତଙ୍କୁ ଚମକାଇଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

ୱେଲିଂଟନ,୧୯ ।୧: ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ର ଜେସିଣ୍ଡା ଅର୍ଡନ ଏମିତି ଏକ ଘୋଷଣା କରିଛନ୍ତି ଯାହା ସମସ୍ତଙ୍କୁ ଚମକାଇ ଦେଇଛି । ସେ ତାଙ୍କ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । ଗୁରୁବାର ଦଳର ବାର୍ଷିକ କାଁକସ ବୈଠକରେ ଅର୍ଡନ କହିଛନ୍ତି ଏବେ କାମ କରିବାକୁ ଆଉ ଶକ୍ତି ନାହିଁ । ଏବେ ଇସ୍ତଫା ଦେବାର ସମୟ ଆସିଛି । ମୁଁ ଯାଉଛି, କାରଣ ଏମିତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦାୟିତ୍ୱ ଯୋଡି ହୋଇଥାଏ । ଏହା ଜାଣିବା ଜରୁରୀ କି ଏହି ଦାୟିତ୍ୱ ନେବାକୁ ଆପଣ କେବେ ଠିକ୍ ବ୍ୟକ୍ତି ଓ କେବେ ଠିକ୍ ବ୍ୟକ୍ତି ନୁହେଁ । ମୁଁ ଜାଣିଛି ଏହି କାମ ପାଇଁ କେତେ ପରିଶ୍ରମ କରିବାକୁ ପଡିଥାଏ । ଆଉ ମୁଁ ଜାଣିଛି ଏଥିପାଇଁ ମୋ ପାଖରେ ଆଉ ପର୍ଯ୍ୟାପ୍ତ ଶକ୍ତି ନାହିଁ ।
ପ୍ରଧାନମନ୍ତ୍ରୀ ଭାବେ ଜେସିଣ୍ଡାଙ୍କ କାର୍ଯ୍ୟକାଳ ୭ ଫେବୃୟାରୀ ପରେ ସମାପ୍ତ ହେବ । ସେ କହିଛନ୍ତି ମୁଁ ମଣିଷ, ରାଜନେତା ବି ମଣିଷ ଅଟନ୍ତି । ଯେପର୍ଯ୍ୟନ୍ତ ଆମେ କରିପାରୁ, ଆମେ ସବୁ କରୁ ଯାହା ଆମେ କରିପାରୁ । ସେ ଆହୁରି ମଧ୍ୟ କହିଛନ୍ତି ମୁଁ ଗ୍ରୀଷ୍ମ ଛୁଟିରେ ବିଚାର କରୁଥିଲି କି ମୋ ପାଖରେ ଭୂମିକାରେ ରହିବାର ଶକ୍ତି ରହିଛି କି, ନିଷ୍କର୍ଷ ବାହାରିଲା ନାହିଁ ମୋ ନିକଟରେ ଶକ୍ତି ନାହିଁ ।
ସୂଚନାଯୋଗ୍ୟ, ୨୦୧୭ରେ ଜେସିଣ୍ଡା ବିଶ୍ୱର ସବୁଠାରୁ କମ ବୟସର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ କୋଭିଡ-୧୯ ମହାମାରୀ ଓ କ୍ରାଇଷ୍ଟୋଚର୍ଚ୍ଚରେ ୨ଟି ମସଜିଦ ଉପରେ ଆତଙ୍କବାଦୀ ଆକ୍ରମଣ ସମେତ ପ୍ରମୁଖ ବିପତ୍ତି ଓ ହ୍ୱାଇଟ ଆଇଲ୍ୟାଣ୍ଡ ଜ୍ୱାଳାମୁଖି ବିସ୍ଫୋରଣ ଭଳି ଘଟଣା ମଧ୍ୟରେ ନ୍ୟୁଜିଲାଣ୍ଡର ନେତୃତ୍ୱ ନେଇଥିଲେ ।

Share