Categories: ଖେଳ

ହୃଦୟ ଜିତିଲେ ନ୍ୟୁଜିଲାଣ୍ଡ ଖେଳାଳି

ସିଡନୀ,୯।୧୧: ନ୍ୟୁଜିଲାଣ୍ଡ ଆଇସିସି ଟି-୨୦ ବିଶ୍ୱକପ ୨୦୨୨ର ସେମିଫାଇନାଲରେ ପାକିସ୍ତାନ ବିପକ୍ଷରେ ଏବେ ସିଡନୀରେ ଖେଳୁଛି। ଏହି ବଡ଼ ମ୍ୟାଚ ପୂର୍ବରୁ କିୱି ଖେଳାଳିମାନେ ଫଟୋଶୁଟ୍‌ ପାଇଁ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଏକାଠି ହୋଇଥିଲେ। ଏହାପରେ ନ୍ୟୁଜିଲାଣ୍ଡର ଖେଳାଳିମାନେ ଏମିତି କିଛି କାର୍ଯ୍ୟ କରି ସମସ୍ତଙ୍କ ହୃଦୟ ଜିତିଥିଲେ।
ଫଟୋଶୁଟ୍‌ ପରେ ନ୍ୟୁଜିଲାଣ୍ଡ ଖେଳାଳିମାନେ ନିଜ ଚେୟାରକୁ ଡ୍ରେସିଂ ରୁମକୁ ମୁଣ୍ଡେଇ ନେଇଥିବାର ନଜର ଆସିବେ। ସାଧାରଣତଃ ଏହି କାର୍ଯ୍ୟ ଗ୍ରାଉଣ୍ଡ କର୍ମଚାରୀଙ୍କୁ ଦିଆଯାଇଥାଏ, କିନ୍ତୁ ନ୍ୟୁଜିଲାଣ୍ଡର ଖେଳାଳିମାନେ ଏହା ନିଜେ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଗ୍ଲେନ ଫିଲିପ୍ସ, ଡିଭନ କନୱେ ଏବଂ ମାର୍ଟିନ ଗୁପିଲ ଏବଂ ଟିମ ସାଉଥୀଙ୍କ ପରି ବରିଷ୍ଠ ଖେଳାଳିମାନେ ନିଜ ଚେୟାରକୁ ନିଜେ ପାଭିଲିୟନକୁ ନେଉଥିବାର ଦେଖିହେବ। ଏହି ଭିଡିଓ ଭାଇରାଲ ପରେ ପ୍ରଶଂସକମାନେ ନ୍ୟୁଜିଲାଣ୍ଡ କ୍ରିକେଟର୍‌ଙ୍କୁ ପ୍ରଶଂସା କରାଯାଉଛି।

Share