ଲେବର ପେନ୍ ସତ୍ତ୍ୱେ ସାଇକେଲ ଚଲାଇ ହସ୍ପିଟାଲ ପହଞ୍ଚିଲେ ନ୍ୟୁଜିଲାଣ୍ଡ ସାଂସଦ: ପ୍ରସବ କଲେ ସୁସ୍ଥ ଶିଶୁକନ୍ୟା

ୱେଲିଂଟନ,୨୮ ।୧୧: ନ୍ୟୁଜିଲାଣ୍ଡର ସାଂସଦ ଗୁଲି ଏନି ଜେଣ୍ଡରଙ୍କ ଚର୍ଚ୍ଚା ଇଣ୍ଟରନ୍ୟାସନାଲ ଗଣମାଧ୍ୟମରେ ଖୁବ୍ ହେଉଛି । ଚର୍ଚ୍ଚାର କାରଣ ହେଉଛି ତାଙ୍କ ସାହସ । ଘଟଣା ହେଉଛି ରବିବାର ସକାରେ ତାଙ୍କର ପ୍ରସବ ଯନ୍ତ୍ରଣା ବା ଲେବର ପେନ୍ ଆରମ୍ଭ ହୋଇଯାଇଥିଲା । ଏହାପରେ ସେ ନିଜେ ସାଇକେଲ ଚଲାଇ ଏକ ଏକା ଆସି ହସ୍ପିଟାଲରେ ପହଞ୍ଚି ଯାଇଥିଲେ । ଏହାର ଠିକ୍ ଏକ ଘଣ୍ଟା ପରେ ସେ ଏକ ସୁସ୍ଥ ଶିଶି କନ୍ୟାକୁ ଜନ୍ମ ଦେଇଥିଲେ ବୋଲି ଜଣାପଡିଛି । ଏହାପରେ ସେ ଏକ ସୁସ୍ଥ ଶିଶୁ କନ୍ୟା ପ୍ରସବ ଦେଇଥିବା ଖବର ସୋସିଆଲ ମିଡିଆରେ ଶେୟାର କରିଥିଲେ । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ରବିବାର ରାତି ପ୍ରାୟ ୨ଟାରେ ତାଙ୍କୁ ସାମାନ୍ୟ ଯନ୍ତ୍ରଣା ହେବାରୁ ସେ ହସ୍ପିଟାଲ ବାହାରି ଥିଲେ । ତେବେ ସେ ସାଇକେଲରେ ଆସିବାର କୌଣସି ଯୋଜନା ରଖି ନ ଥିଲେ । ହେଲେ ଏମିତି ହୋଇଗଲା ବୋଲି ସେ ହସି ହସି କହିଛନ୍ତି । ଏହାସହ ଭୋର ୩ଟା ୪ରେ ତାଙ୍କ ଘରକୁ ଜଣେ ନୂଆ ଅତିଥି ଆସିଲେ ବୋଲି ସେ ଲେଖିଛନ୍ତି । ସେ ଲେଖିଛନ୍ତି ରାତି ୨ଟାରେ ତାଙ୍କର ଏତେ ଯନ୍ତ୍ରଣା ହେଉ ନ ଥିଲା । ହେଲେ ସାଇକେଲରେ ଆସିବା ପରେ ଏହା ବଢି ଯାଇଥିଲା । କିନ୍ତୁ ଏବେ ମୋ ପାଖରେ ଏକ ସୁସ୍ଥ କନ୍ୟା ଶୋଇଛି ଠିକ୍ ତା’ ପିତାଙ୍କ ପରି ।
ସୂଚନାଯୋଗ୍ୟ, ଜୁଲି ଏନି ଜେଂଟର ଗ୍ରୀନ ଏମ୍‌ପି ଭାବେ ବେଶ ପରିଚିତ । ପରିବେଶ ସଚେତନତା ପାଇଁ ସେ ବହୁକାମ କରିଛନ୍ତି । ତାଙ୍କ ନିକଟରେ ଉଭୟ ୟୁଏସ୍ ଓ ନ୍ୟୁଜିଲାଣ୍ଡର ନାଗରିକତା ରହିଛି । ୨୦୦୬ରୁ ସେ ନ୍ୟୁଜିଲାଣ୍ଡରେ ରହି ଆସୁଛନ୍ତି । ଏମିତିକି ୨୦୧୮ରେ ବି ସେ କୁଆଡେ ସାଇକେଲରେ ହସ୍ପିଟାଲ ପହଞ୍ଚି ତାଙ୍କ ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri