ଜଣେ କରୋନା ସଂକ୍ରମିତ ମିଳିବା ପରେ ସମ୍ପୂର୍ଣ୍ଣ ଦେଶରେ ଲକଡାଉନ୍ ଘୋଷଣା

ୱେଲିଂଟନ,୧୭ ।୮: କରୋନାକୁ ନେଇ ବେଶ୍ ସଚେତନ ନ୍ୟୁଜିଲାଣ୍ଡ ସରକାର । ମଙ୍ଗଳବାର ନ୍ୟୁଜିଲାଣ୍ଡର ଓକଲ୍ୟାଣ୍ଡରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଧାନମନ୍ତ୍ରୀ ଜେସିଂଡା ଅର୍ଡର୍ନ ସମ୍ପୂର୍ଣ୍ଣ ଦେଶକୁ ଲକଡାଉନ ଘୋଷଣା କରିଛନ୍ତି । ଏକ ଖବରଦାତା ସମ୍ମିଳନରେ ପ୍ରଧାନମନ୍ତ୍ରୀ କହିଛନ୍ତି ଓକଲ୍ୟାଣ୍ଡରେ ପୁରା ୭ ଦିନ ଲକଡାଉନ ରହିବ । ବାକି ସହରରେ ୩ ଦିନିଆ ଲକଡାଉନ ଘୋଷଣା କରାଯାଇଛି, ଯାହା ମଙ୍ଗଳବାର ରାତିରୁ ଲାଗୁ ହେବ । ସେ ସମସ୍ତଙ୍କୁ ଘରୁ ରହି କାମ କରିବାକୁ ପରାମର୍ଶ ଦେଇଛନ୍ତି । ଏହି ସମୟରେ ସମସ୍ତ ସ୍କୁଲ କଲେଜ ବି ବନ୍ଦ ରହିବ । ନ୍ୟୁଜିଲାଣ୍ଡର ଜଣେ ଅଧିକାରୀ ସୂଚନା ଦେଇଛନ୍ତି କି ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ନିକଟରେ ଡେଲ୍ଟା ପ୍ଲସ ଭାରିଏଣ୍ଟର ଲକ୍ଷଣ ଦେଖାଯାଇଛି ହେଲେ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Share