Posted inଖେଳ

ନ୍ୟୁଜିଲାଣ୍ଡକୁ କାହିଁକି କୁହାଯାଉଛି ‘ସାଇଲେଣ୍ଟ କିଲର୍‌’

ଆବୁଧାବି,୧୧।୧୧: ଟି-୨୦ ବିଶ୍ୱକପ୍‌ ୨୦୨୧ ଫାଇନାଲରେ ପହଞ୍ଚିଛି ନ୍ୟୁଜିଲାଣ୍ଡ। ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଦଳ ପ୍ରଥମ ଥର ଫାଇନାଲ ଖେଳିବାକୁ ଯାଉଛି। ଟି-୨୦ ବିଶ୍ୱକପ୍‌ ଆରମ୍ଭ ହେବା ପୂର୍ବରୁ କେହି ଭାବି ନ ଥିଲେ ନ୍ୟୁଜିଲାଣ୍ଡ ଫାଇନାଲରେ ପହଞ୍ଚିବାରେ ପ୍ରଥମ ଦଳ ହେବ। କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦଳ ଫାଇନାଲରେ ପହଞ୍ଚିଛି। ଏବେ ନ୍ୟୁଜିଲାଣ୍ଡକୁ ସୋସିଆଲ ମିଡିଆରେ ‘ସାଇଲେଣ୍ଟ କିଲର୍‌’ ଆଖ୍ୟା ଦିଆଯାଇଛି।
ବିଶ୍ୱ କ୍ରିକେଟ୍‌ରେ ଗତ କିଛି ବର୍ଷ ହେବ ନ୍ୟୁଜିଲାଣ୍ଡ ନିଜର ଆଧିପତ୍ୟ ଜାହିର କରିଛି। ପ୍ରତିଥର ଏହି ଦଳ ଆଇସିସି ଇଭେଣ୍ଟ୍‌ ଗୁଡିକରେ ଚମତ୍କାର ଖେଳିଛି। ବିଶ୍ୱାସ କରି ହେଉ ନ ଥିବା ଟୁର୍ନାମେଣ୍ଟକୁ ଜିତିଛି। ୨୦୧୫ ବିଶ୍ୱକପ୍‌ଠାରୁ ଆରମ୍ଭ କରି ଟି-୨୦ ବିଶ୍ୱକପ୍‌ ଫାଇନାଲ ପର୍ଯ୍ୟନ୍ତ ଯାତ୍ରା ଦେଖିଲେ ନ୍ୟୁଜିଲାଣ୍ଡ ଅନେକ ଆଇସିସି ଟୁର୍ନାମେଣ୍ଟ ଫାଇନାଲରେ ପହଞ୍ଚିଛି। ୨୦୧୯ ବିଶ୍ୱକପ୍‌ରେ ଫାଇନାଲରେ ପହଞ୍ଚିଥିବା ନ୍ୟୁଜିଲାଣ୍ଡ ଅବଶ୍ୟ ଇଂଲଣ୍ଡଠାରୁ ପରାସ୍ତ ହୋଇଥିଲା। ସେହିପରି ୨୦୨୧ ଟେଷ୍ଟ ଚାମ୍ପିଅନ୍‌ଶିପ୍‌ ଫାଇନାଲରେ ଭାରତକୁ ପରାସ୍ତ କରି ଦଳ ଚାମ୍ପିଅନ୍‌ ହୋଇଥିଲା। ଏହି ଟେଷ୍ଟ ଚାମ୍ପିଅନ୍‌ଶିପ୍‌ ଜିତିବ ବୋଲି କେହି କଳ୍ପନା କରି ନ ଥିଲେ। କିନ୍ତୁ ଦଳ ଏହା କରି ଦେଖାଇଥିଲା। ଏବେ ଟି-୨୦ ବିଶ୍ୱକପ୍‌ ଫାଇନାଲରେ ପହଞ୍ଚିଛି। କେନ୍‌ ଓ୍ବିଲିମସନ୍ସଙ୍କ ନେତୃତ୍ୱରେ ଦଳ ଏଥର ଚାମ୍ପିଅନ୍‌ ହେବ ବୋଲି କ୍ରିକେଟ୍‌ ବିଶେଷଜ୍ଞମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Chamoli Pipalkoti Tunnel Collapse: ସୁଡଙ୍ଗରେ ହଠାତ ପଶିଗଲା ପାଣି କାଦୁଅ, ଫସି ରହିଛନ୍ତି ୨୦ରୁ ଅଧିକ ଶ୍ରମିକ, ୧୦ ଜୀବିତ ଉଦ୍ଧାର

ଚାମୋଲି,୧୩।୮: ଉତ୍ତରାଖଣ୍ଡର ପର୍ବତମାଳାରେ ପ୍ରକୃତି ପୁଣିଥରେ ତା’ର ବିନାଶକାରୀ ଶକ୍ତି ପ୍ରଦର୍ଶନ କରିଛି। ଚାମୋଲିର ପିପଲକୋଟି ଅଞ୍ଚଳରେ ଏକ ପ୍ରମୁଖ ସୁଡ଼ଙ୍ଗ ପ୍ରକଳ୍ପ ସମୟରେ ଏକ ଦୁର୍ଘଟଣା…

ଗାଲେ ଟେଷ୍ଟ ପୂର୍ବରୁ କୋଚ୍‌ଙ୍କ ବଡ଼ ବୟାନ, ଏହି ୩ ସ୍ପିନର ଦଳରେ ହୋଇପାରନ୍ତି ସାମିଲ

ଗାଲେ,୧୩ା୮: ଶନିବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ୩ ବାମହାତୀ ସ୍ପିନରଙ୍କୁ ସାମିଲ କରାଯାଇପାରେ। ଏ ନେଇ…

ବିରୋଧୀଙ୍କ ହଟ୍ଟଗୋଳ, ସଂସଦ ଅଚଳ! ଲୋକ ସଭାରେ ୧୯% ଏବଂ ରାଜ୍ୟ ସଭାରେ ୩୯% କାର୍ଯ୍ୟ ସହିତ ମୌସୁମୀ ଅଧିବେଶନ ଶେଷ

ନୂଆଦିଲ୍ଲୀ,୧୩।୮: ଗୁରୁବାର (୧୩ ଅଗଷ୍ଟ, ୨୦୨୬) ଦିନ ଲୋକ ସଭା କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା। ମୌସୁମୀ ଅଧିବେଶନ ସମୟରେ, ଲୋକ ସଭାରେ ୧୯…

ଲୋକ ସଭା ଇତିହାସରେ ପ୍ରଥମ ଥର, ଗୃହର କାର୍ଯ୍ୟକାଳ ସମୟରେ ପ୍ରତିଧ୍ୱନିତ ହେଲା ‘ବନ୍ଦେ ମାତରମ’

ନୂଆଦିଲ୍ଲୀ,୧୩।୮: ମୌସୁମୀ ଅଧିବେଶନର ଶେଷ ଦିନରେ ଲୋକ ସଭାର କାର୍ଯ୍ୟକାଳ ‘ବନ୍ଦେ ମାତରମ’ ଗାନ ସହିତ ଆରମ୍ଭ ହୋଇଥିଲା। ଏମିତି ଘଟଣା ସଂସଦରେ ପ୍ରଥମ ଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri