ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୭.୧

ୱେଲିଙ୍ଗଟନ,୧୬ ।୩: ନ୍ୟୁଜିଲାଣ୍ଡରେ ଗୁରୁବାର ଅର୍ଥାତ୍ ୧୬ ମାର୍ଚ୍ଚରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ବୋଲି ମପାଯାଇଛି । ଭୂକମ୍ପ ଅଗତିବିଧି ଉପରେ ନଜର ରଖୁଥିବା ସଂସ୍ଥା ୟୁନାଇଟେଡ ଷ୍ଟେଟସ୍ ଜିଓଲଜିକାଲ ସର୍ଭେ ଅନୁଯାୟୀ, ନ୍ୟୁଜିଲାଣ୍ଡର କେରମାଡେକ ଦ୍ୱିପରେ ୭.୧ ତୀବ୍ରତାର ଏକ ଭୂକମ୍ପ ଅନୁଭୁତ ହୋଇଛି । ହେଲେ ଏହି ଶକ୍ତିଶାଲି ଭୂକମ୍ପରେ କ୍ଷୟକ୍ଷତି ସମ୍ପର୍କିତ କୌଣସି ଖବର ଆମ ନିକଟରେ ପହଞ୍ଚିପାରି ନାହିଁ ।

Share