Categories: ଖେଳ

ଭାରତର ବୋଲିଂରେ ନ୍ୟୁଜିଲାଣ୍ଡ ଧରାଶାୟୀ…

ରାୟପୁର,୨୧।୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଅର୍ନ୍ତଜାତୀୟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ ରାୟପୁରରେ ଜାରି ରହିଛି। ଭାରତୀୟ ଦଳ ଏହି ମ୍ୟାଚ ଜିତିବାକୁ ଏବଂ ସିରିଜକୁ ନିଜ ନାମ କରିବାକୁ ଚାହୁଁଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ତେବେ ନ୍ୟୁଜିଲାଣ୍ଡ ଦଳ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଭାରତର ବୋଲିଂରେ ନ୍ୟୁଜିଲାଣ୍ଡ ଧରାଶାୟୀ ହୋଇଛି। ଦଳ ୧୧ ଓଭରରେ ୫ ଓ୍ବିକେଟ ହରାଇ ମାତ୍ର ୧୯ ରନ୍‌ କରିଛି।

Share