କରୋନା ମୁକ୍ତ ହେଲା ନ୍ୟୁଜିଲାଣ୍ଡ: ଖୁସିରେ ନାଚିଲେ ପ୍ରଧାନମନ୍ତ୍ରୀ

ଓ୍ବିଲିଂଟନ୍‌,୧୪।୧୨: ନ୍ୟୁଜିଲାଣ୍ଡ ସମ୍ପୂର୍ଣ୍ଣ ଭାବେ କରୋନା ମୁକ୍ତ ହୋଇଛି। ଏହି ଖବର ଶୁଣିବା ପରେ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆରଡେର୍ନ ଖୁସିରେ ନାଚିଛନ୍ତି। ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିଥିବାବେଳେ କୌଣସି ସଂକ୍ରମିତ ମଧ୍ୟ ନ ଥିବା ସରକାରଙକକ ପକ୍ଷରୁ କୁହାଯାଇଛି। ତେଣୁ ସରକାରଙ୍କ ପକ୍ଷରୁ ସାମାଜିକ ଦୂରତା ସମେତ ଅନ୍ୟ କରୋନା ମାର୍ଗଦର୍ଶିକାକୁ ଉଠାଇ ନିଆଯାଇଥିବା ଘୋଷଣା କରାଯାଇଛି। ଏବେ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଣ ସହିତ ଦେଶର ଆର୍ଥିକ ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜାସିଣ୍ଡା କହିଛନ୍ତି। ଦେଶରେ ମାର୍ଚ୍ଚ ୨୫ଠାରୁ ଲକ୍‌ଡାଉନ୍‌ ଜାରି ରହିଥିଲା। ତେବେ ଏବେ ଦେଶ ପୁଣି ସ୍ବାଭାବିକ ସ୍ଥିତିକୁ ଫେରି ଆସିଥିବା ସେ କହିଛନ୍ତି।

Share