Categories: ଖେଳ

ଭାରତ-ନ୍ୟୁଜିଲାଣ୍ଡ ସିରିଜରୁ ବାଦ୍‌ ପଡ଼ିଲେ ଗୁପ୍ତିଲ-ବୋଲ୍ଟ: ଜାଣନ୍ତୁ କ’ଣ ରହିଛି କାର୍ଯ୍ୟସୂଚୀ

ଓ୍ବେଲିଂଟନ,୧୫।୧୧: ନଭେମ୍ବର ୧୮ରୁ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡ ସୀମିତ ଓଭର ସିରିଜ ଖେଳିବ । ଏହାକୁ ନେଇ ମଙ୍ଗଳବାର ୧୩ ସଦସ୍ୟ ବିଶିଷ୍ଟ ଦଳ ଘୋଷଣା କରିଛି ନ୍ୟୁଜିଲାଣ୍ଡ। ସିରିଜ ପାଇଁ ଅଭିଜ୍ଞ ମାର୍ଟିନ ଗୁପ୍ତିଲ ଏବଂ ଟ୍ରେଣ୍ଟ ବୋଲ୍ଟଙ୍କୁ ଦଳରୁ ବାଦ୍‌ ଦିଆଯାଇଛି। ଗୁପ୍ତିଲଙ୍କ ସ୍ଥାନରେ ଉଦୀୟମାନ ଖେଳାଳି ଫିନ୍‌ ଆଲେନ୍‌ଙ୍କୁ ସୁଯୋଗ ମିଳିଛିି। ଅପରପକ୍ଷେ ବୋଲ୍ଟଙ୍କ ଅନୁପସ୍ଥିତିରେ ଟିମ୍‌ ସାଉଥୀ, ମ୍ୟାଟ୍‌ ହେନେରୀ, ଲକି ଫର୍ଗୁସନ, ବ୍ଲେୟାର ଟିକନର ଏବଂ ଆଡାମ ମିଲନେ ପେସ ଆକ୍ରମଣର ଦାୟିତ୍ୱ ସମ୍ଭାଳିବେ। ଦଳରେ ଏହି ପରିବର୍ତ୍ତନକୁ ନେଇ ମୁଖ୍ୟ ପ୍ରଶିକ୍ଷକ ଗ୍ୟାରୀ ଷ୍ଟିଡ କହିଛନ୍ତି ଯେ, ବୋଲ୍ଟ ଏବଂ ଗୁପ୍ତିଲଙ୍କୁ ବାହାର କରିବା ସହଜ ନ ଥିଲା। ହେଲେ ଦଳକୁ ଆଗକୁ ଦେଖିବାକୁ ହେବ।

ନ୍ୟୁଜିଲ୍ୟାଣ୍ଡ-ଭାରତ ସିରିଜ କାର୍ଯ୍ୟସୂଚୀ:

୧୮ ନଭେମ୍ବର: ପ୍ରଥମ ଟି୨୦, ୱେଲିଂଟନ
ନଭେମ୍ବର ୨୦: ଦ୍ୱିତୀୟ ଟି୨୦, ତୌରଙ୍ଗା
ନଭେମ୍ବର ୨୨: ତୃତୀୟ ଟି୨୦, ନାପିଅର୍‌

ନଭେମ୍ବର ୨୫: ପ୍ରଥମ ଦିନିକିଆ, ଅକ୍‌ଲ୍ୟାଣ୍ଡ
୨୭ ନଭେମ୍ବର: ଦ୍ୱିତୀୟ ଦିନିକିଆ, ହାମିଲ୍‌ଟନ
୩୦ ନଭେମ୍ବର: ତୃତୀୟ ଦିନିକିଆ, ଖ୍ରୀଷ୍ଟଚର୍ଚ୍ଚ

ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ନ୍ୟୁଜିଲ୍ୟାଣ୍ଡ ଦଳ: କେନ ୱିଲିୟମ୍‌ସନ (ଅଧିନାୟକ), ଫିନ୍‌ ଆଲେନ୍‌, ମାଇକେଲ ବ୍ରେସୱେଲ୍‌, ଡିଭନ କନ୍‌ୱେ, ଲକି ଫର୍ଗୁସନ୍‌, ଡାରିଲ୍‌ ମିଚେଲ, ଆଡାମ୍‌ ମିଲ୍‌ନେ, ଜିମି ନିଶାମ୍‌, ଗ୍ଲେନ ଫିଲିପ୍ସ, ମିଚେଲ ସାଣ୍ଟନର୍‌, ଟିମ ସାଉଥୀ, ଇଶ୍‌ ସୋଡି, ବ୍ଲେୟାର ଟିକନର୍‌

ଭାରତ ବିପକ୍ଷ ଦିନିକିଆ ସିରିଜ ପାଇଁ ନ୍ୟୁଜିଲ୍ୟାଣ୍ଡ ଦଳ:
କେନ ୱିଲିୟମସନ୍‌ (ଅଧିନାୟକ), ଫିନ ଆଲେନ୍‌, ମାଇକେଲ ବ୍ରେସୱେଲ୍‌, ଡିଭନ୍‌ କନ୍‌ୱେ, ଲକି ଫର୍ଗୁସନ୍‌, ଡାରିଲ୍‌ ମିଚେଲ, ଆଡାମ ମିଲନେ, ଜିମି ନିଶାମ, ଗ୍ଲେନ ଫିଲିପ୍ସ, ମିଚେଲ ସାଣ୍ଟନର୍‌, ଟିମ ସାଉଥୀ, ଟମ ଲାଥାମ୍‌, ମ୍ୟାଟ୍‌ ହେନେରୀ

Share