Categories: ଖେଳ

ଟି-୨୦ ବିଶ୍ୱକପ୍‌ ଲାଗି ଦଳ ଘୋଷଣା କଲା ନ୍ୟୁଜିଲ୍ୟାଣ୍ଡ; ରେକର୍ଡ ସପ୍ତମ ଥର ଲାଗି ଖେଳିବେ…

ନୂଆଦିଲ୍ଲୀ,୨୦।୯: ଟି୨୦ ବିଶ୍ୱକପ୍‌ ଲାଗି ମଙ୍ଗଳବାର ୧୫ ଜଣିଆ ଦଳ ଘୋଷଣା କରିଛି ନ୍ୟୁଜିଲ୍ୟାଣ୍ଡ। କେନ ୱିଲିୟମସନଙ୍କ ନେତୃତ୍ୱାଧିନ ଏହି ଟିମ୍‌ରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ମାର୍ଟିନ ଗୁପ୍ତିଲ ଥିବା ଦେଖାଯାଇଛି। ସେ ରେକର୍ଡ ସପ୍ତମ ଥର ପାଇଁ ଟୁର୍ନାମେଣ୍ଟରେ ଖେଳିବାକୁ ଯାଉଛନ୍ତି।

ଅଷ୍ଟ୍ରେଲିଆରେ ଅକ୍ଟୋବର ୧୬ରୁ ଟି-୨୦ ବିଶ୍ୱକପ୍‌ ଖେଳାଯିବ।
ସିଡନୀରେ ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷରେ ଅକ୍ଟୋବର ୨୨ରେ ନ୍ୟୁଜିଲ୍ୟାଣ୍ଡ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ ଖେଳିବ ।

ଟି -୨୦ ବିଶ୍ୱକପ ପାଇଁ ନ୍ୟୁଜିଲ୍ୟାଣ୍ଡ ଟିମ୍‌:
କେନ ୱିଲିୟମସନ (ଅଧିନାୟକ), ଟିମ୍‌ ସାଉଥୀ, ଇଶ ସୋଡି, ମିଚେଲ ସାଣ୍ଟନର୍‌, ଗ୍ଲେନ ଫିଲିପ୍ସ, ଜିମି ନିଶାମ୍‌, ଡାରିଲ୍‌ ମିଚେଲ, ଆଡାମ୍‌ ମିଲ୍‌ନେ, ମାର୍ଟିନ ଗୁପ୍ତିଲ, ଲକି ଫର୍ଗୁସନ, ଡେଭନ କନୱେ, ମାର୍କ ଚାପମାନ୍‌, ମାଇକେଲ ବ୍ରେସୱେଲ୍‌, ଟ୍ରେଣ୍ଟ ବୋଲ୍ଟ, ଫିନ୍‌ ଆଲେନ୍‌।

Share