ନ୍ୟୁୟର୍କର ଜିଲା ଜଜ ହେବେ ମୂଳ ଭାରତୀୟ ଅରୁଣ…

ନ୍ୟୁୟର୍କ,୮।୩ : ନ୍ୟୁୟର୍କର ଦକ୍ଷିଣ ଜିଲା ପାଇଁ ମୂଳ ଭାରତୀୟ ଆମେରିକୀୟ ଅରୁଣ ସୁବ୍ରମଣ୍ୟନ ଜଜ ହେବେ। ସେ ଏହି ବେଞ୍ଚରେ ପ୍ରଥମ ଦକ୍ଷିଣ ଏସୀୟ ବିଚାରପତି ଭାବେ କାର୍ଯ୍ୟ କରିବେ। ସିନେଟ ନ୍ୟାୟପାଳିକା କମିଟି ଏହାକୁ ନିଶ୍ଚିତ କରିଛନ୍ତି। ଗତ ବର୍ଷ ସେପ୍ଟେମ୍ବରରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ଭାରତୀୟ-ଆମେରିକୀୟ ଓକିଲ ଅରୁଣଙ୍କୁ ନ୍ୟୁୟର୍କର ଜିଲା ଜଜ ଭାବରେ ମନୋନୀତ କରିଥିଲେ।

ସୁବ୍ରମଣ୍ୟନ ବର୍ତ୍ତମାନ ନ୍ୟୁୟର୍କର ଆଇନ ସଂସ୍ଥା ସୁସମାନ ଗଡଫ୍ରେ ଏଲଏଲପିରେ ଅଂଶୀଦାର ଅଟନ୍ତି। ଏଠାରେ ସେ ୨୦୦୭ ଠାରୁ କାର୍ଯ୍ୟ କରୁଛନ୍ତି। ସେ ୨୦୦୬ ରୁ ୨୦୦୭ ପର୍ଯ୍ୟନ୍ତ ଆମେରିକାର ସୁପ୍ରିମକୋର୍ଟରେ ଜଷ୍ଟିସ ରୁଥ ବଦର ଜିନ୍ସବର୍ଗଙ୍କ କିରାଣୀ ଭାବରେ କାର୍ଯ୍ୟ କରିଥିଲେ। ଏହାପୂର୍ବରୁ ସେ ୨୦୦୫ ରୁ ୨୦୦୬ ପର୍ଯ୍ୟନ୍ତ ନ୍ୟୁୟର୍କର ଦକ୍ଷିଣ ଜିଲାର ଜଷ୍ଟିସ ଜେରାର୍ଡ ଇ ଲିଞ୍ଚଙ୍କ ସହିତ କାର୍ଯ୍ୟ କରିଥିଲେ। ୨୦୦୪ ରୁ ୨୦୦୫ ପର୍ଯ୍ୟନ୍ତ ସେ କୋର୍ଟ ଅଫ ଅପିଲ ଜଜ ଡେନିସ ଯାଦବଙ୍କ ଆଇନ କିରାଣୀ ଥିଲେ।

୨୦୦୪ରେ କଲମ୍ବିଆ ଲ ସ୍କୁଲରୁ ଏବଂ ୨୦୦୧ ରେ କେସ ୱେଷ୍ଟର୍ଣ୍ଣ ରିଜର୍ଭ ୟୁନିଭରସିଟିରୁ ସେ ବି.ଏ. ଡିଗ୍ରୀ ହାସଲ କରିଥିଲେ। ଜାତୀୟ ଏସୀୟ ପ୍ରଶାନ୍ତ ଆମେରିକୀୟ ବାର ଆସୋସିଏଶନ ତାଙ୍କୁ ଏନେଇ ଅଭିନନ୍ଦନ ଜଣାଇଛନ୍ତି। ଆସୋସିଏଶନର କାର୍ଯ୍ୟକାରୀ ସଭାପତି ଏବି କ୍ରୁଜ କହିଛନ୍ତି ଯେ ଅରୁଣ ଜଣେ ଅଭିଜ୍ଞ ଓକିଲ ଯିଏ ନିଃସ୍ବାର୍ଥପର ସେବା ପାଇଁ ବେଶ୍‌ ଜଣାଶୁଣା।

Share