୮୭୪ କାର୍‌ରେ ନିଆଁ ଲଗାଇ ନୂଆବର୍ଷ ପାଳନ…

ପ୍ୟାରିସ୍‌, ୨।୧: ନୂଆବର୍ଷ ପାଳନ ଅବସରରେ ଫ୍ରାନ୍ସ୍‌ରେ ୮୭୪ କାର୍‌ରେ ନିଆଁ ଲଗାଯାଇଛି। ଏଭଳି ପରମ୍ପରା ଏଠାରେ ଗତ ବର୍ଷ ଧରି ପାଳିତ ହୋଇ ଆସୁଛି। ଦେଶର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ଗେରାଲ୍ଡ ଡାର୍ମିନିନ୍‌ ଏନେଇ ସୂଚନା ପ୍ରଦାନ କରିଛନ୍ତି। ୨୦୧୯ରେ ଡିସେମ୍ବର ୩୧ରେ ଦେଶରେ ୧,୩୧୬ କାର୍‌କୁ ଜଳାଇ ନୂଆବର୍ଷକୁ ସ୍ବାଗତ କରିବା ଉତ୍ସବ ପାଳନ କରାଯାଇଥିଲା। ମାତ୍ର କରୋନା ମହାମାରୀ ସଂକ୍ରମଣ ଯୋଗୁ ୨୦୨୨ ବର୍ଷକୁ ସ୍ବାଗତ କରିବା ସମୟରେ କମ୍‌ କାର୍‌ ଜଳାଯାଇଥିବା ମନ୍ତ୍ରୀ କହିଛନ୍ତି।
ଲୋକେ କରୋନା ମାର୍ଗଦର୍ଶିକା ଉଲ୍ଲଂଘନ କରି ଏହିି ଉତ୍ସବରେ ସାମିଲ ହୋଇଛନ୍ତି। ଏନେଇ ୪୪୧ ଜଣଙ୍କୁ ଅଟକ ରଖାଯାଇ ପୋଲିସ ପକ୍ଷରୁ ପଚରା ଉଚରା କରାଯାଉଛି।
ଦେଶରେ କରୋନା ସଂକ୍ରମଣ ଯୋଗୁ କଟକଣା ଜାରି ହୋଇଛି। କିନ୍ତୁ ଲୋକେ ଏହାକୁ ଅଣଦେଖା କରି କାର୍‌ ଜଳାଇ ନୂଆବର୍ଷ ୨୦୨୨କୁ ସ୍ବାଗତ କରିଛନ୍ତି।

Share