ଶ୍ରୀକ୍ଷେତ୍ରରେ ନୂଆବର୍ଷ ଭିଡ଼, ଲାଗିଲା କଟକଣା

ପୁରୀ ଅଫିସ,୩୧।୧୨: ନୂଆ ଆଶା, ନୂଆ ଉଦ୍ଦୀପନା ନେଇ ଆସୁଛି ନୂଆବର୍ଷ। ୨୦୨୩କୁ ସ୍ବାଗତ କରିବାକୁ ଚାହିଁ ରହିଛନ୍ତି ବିଶ୍ୱବାସୀ। ପର୍ଯ୍ୟଟନ କ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଲାଗି ରହିଛି। ଶୁକ୍ରବାର ମଧ୍ୟ ଶ୍ରୀମନ୍ଦିର, ବଡଦାଣ୍ଡ ଓ ସମୁଦ୍ରକୂଳରେ ଅସମ୍ଭାଳ ଗହଳି ଦେଖିବାକୁ ମିଳିଥିଲା। ତେବେ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ଓ ପର୍ଯ୍ୟଟକଙ୍କ ସୁରକ୍ଷିତ ଭ୍ରମଣ ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ତଥା କଟକଣା ଲାଗୁ କରାଯାଇଛି। ଆଇନଶୃଙ୍ଖଳା, ଆପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଉଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ହୋଇଥିବା ବ୍ୟାରିକେଡ୍‌ ମାର୍କେଟ ଛକ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଉଛି। ସମସ୍ତ ଶ୍ରଦ୍ଧାଳୁ ମାର୍କେଟ ଛକଠାରୁ ପ୍ରବେଶ କରି ଶ୍ରୀମନ୍ଦିର ସିଂହଦ୍ୱାର ହୋଇ ଯାଇ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଜନଗହଳିକୁ ଏଡ଼ାଇବା ପାଇଁ ବଡ଼ଦାଣ୍ଡରେ ଥିବା ସମସ୍ତ ଉଠା ଦୋକାନୀ ୩୧ ଡିସେମ୍ବର ଓ ଜାନୁୟାରୀ ୧ରେ ବନ୍ଦ ରହିବ। ପ୍ରଶାସନର ଏଭଳି ନିଷ୍ପତ୍ତିରେ ବ୍ୟବସାୟୀ ସଂଘ ସହମତି ପ୍ରକାଶ କରିଛନ୍ତି ବୋଲି ଜିଲାପାଳ ସମର୍ଥ ବର୍ମା ଶୁକ୍ରବାର କହିଛନ୍ତି। ସେହିପରି ପର୍ଯ୍ୟଟକଙ୍କ ପାଇଁ ପାନୀୟ ଜଳ, ଜୋତା ଷ୍ଟାଣ୍ଡ, ବିଶ୍ରାମ ସ୍ଥାନର ବ୍ୟବସ୍ଥା କିପରି ହେବ ସେନେଇ ଜିଲାପାଳ ବର୍ମା ଓ ଏସ୍‌ପି ଡ.କେ ବିଶାଲ ସିଂ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।
ସ୍ବତନ୍ତ୍ର ଟ୍ରାଫିକ ପରିଚାଳନା ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ, ସୁରକ୍ଷିତ ସମୁଦ୍ର ସ୍ଥାନ, ପାର୍କିଂ, ଶୃଙ୍ଖଳିତ ଦର୍ଶନ ଓ ଜିରୋ ନାଇଟ୍‌ ସେଲିବ୍ରେଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। କେବଳ ଶ୍ରୀମନ୍ଦିର ଭିତରେ ୨୦ ପ୍ଲାଟୁନ ଫୋର୍ସ ଓ ଜଣେ ଅତିରିକ୍ତ ଏସ୍‌ପି ନିୟୋଜିତ ହେବେ। ନୂଆବର୍ଷ ପାଇଁ ପୋଲିସ ପ୍ରଶାସନ ଗୁରୁବାର ହୋଟେଲ ମାଲିକ ଏବଂ ଶୁକ୍ରବାର ଅଟୋ ଓ ବସ୍‌ ମାଲିକଙ୍କ ସହ ବୈଠକ କରିଛି। ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ତଥା ଅଭିଯୋଗ ଶୁଣାଣି ପାଇଁ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ଅସ୍ଥାୟୀ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ସେହିପରି ନିରାପଦ ସମୁଦ୍ର ସ୍ନାନ ପାଇଁ ଲାଇଫ୍‌ଗାର୍ଡଙ୍କୁ ତାଲିମ ଦିଆଯାଇଛି। ଶନିବାର ମହାପ୍ରଭୁଙ୍କ ନୀତିକାନ୍ତିକୁ ତ୍ୱରାନ୍ବିତ କରାଯିବା ନେଇ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ସମସ୍ତ ସେବାୟତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଶ୍ରଦ୍ଧାଳୁ ଯେଭଳି ଶୃଙ୍ଖଳିତ ଭାବେ ଦର୍ଶନ କରି ଫେରିବେ ସେନେଇ ଜିଲା ପ୍ରଶାସନ, ପୋଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ସମସ୍ତେ ତତ୍ପର ହୋଇପଡ଼ିଛନ୍ତି। ଡିସେମ୍ବର ୩୧ ଏବଂ ଜାନୁୟାରୀ ୧ ଦୁଇଦିନ ପୁରୀ ପ୍ରବଳ ଗହଳି ହେବ। ତେଣୁ ଟ୍ରାଫିକ ସମସ୍ୟାକୁ ଦୂର କରିବା ସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ସମସ୍ତ ଉଠାଦୋକାନୀ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ସ୍କୁଲ ପିଲାଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଉଛି।
ନେଇ ଜିଲାପାଳ କହିଛନ୍ତି, ଡିସେମ୍ବରରେ ବହୁତ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସିଛନ୍ତି। ୩୧ ଓ ୧ ତାରିଖରେ ଭକ୍ତଙ୍କ ସଂଖା ବଢ଼ିବାକୁ ଥିବାରୁ ଅସ୍ଥାୟୀ ବ୍ୟାରିକେଡକୁ ମାର୍କେଟ ଛକ ଯାଏଁ ବୃଦ୍ଧି କରାଯାଇଛି। ଶନିବାରଠାରୁ ତାହା କାର୍ଯ୍ୟକାରୀ ହେବ। ପୌରସଂସ୍ଥାଠାରୁ ଜୋତା ଷ୍ଟାଣ୍ଡ କରାଯାଉଛି। ଭକ୍ତଙ୍କ ପାଇଁ ଅନେକ ସ୍ଥାନରେ ଏଲିଡି ଟିଭିର ବ୍ୟବସ୍ଥା କରାଯାଇଛି। ଫଳରେ ଭକ୍ତମାନେ ନୀତି କ’ଣ ଚାଲିଛି ଜାଣିପାରିବେ। ବିଶ୍ରାମ ନେବା ପାଇଁ ବ୍ୟବସ୍ଥା କରାଯାଉଛି। ଶ୍ରଦ୍ଧାଳୁଙ୍କୁ ପାଣି ଯୋଗାଇଦେବା ପାଇଁ ୧୨ରୁ ୧୫ଟି ପଏଣ୍ଟ କରାଯାଇଛି। ଭକ୍ତଙ୍କୁ ଯେପରି ଶୋଷଣ କରା ନ ଯିବ ସେଥିପାଇଁ ଜୋତାଷ୍ଟାଣ୍ଡଗୁଡିକରେ ଚେକିଂ କରାଯାଉଛି। ମୂଲ୍ୟର ଚାର୍ଟ ଲଗାଯାଇଛି। ଏକ ହେଲ୍ଫ ଲାଇନ ନମ୍ବର ଲଗାଯିବ, ଯାହାର କିଛି ଅସୁବିଧା ହେବ ସେ ସେହି ନମ୍ବରରେ ଯୋଗାଯୋଗ କରିବ। ସେିହିପରି ସରକାରଙ୍କ ଗାଇଡ୍‌ଲାଇନ୍‌ ପାଳନ କରି ଜିରୋ ନାଇଟ ସେଲିବ୍ରଶନ କରିବା ପାଇଁ ଜିଲାପାଳ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସେହିପରି ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସହରରେ ୧୧ଜଣ ଅତିରିକ୍ତ ଏସ୍‌ପି, ୨୪ଜଣ ଡିଏସ୍‌ପି, ୫୧ଜଣ ଇନ୍ସପେକ୍ଟର, ୨୫୦ଜଣ ଅଫିସର, ୯୦୦ କନଷ୍ଟେବଳ, ହୋମଗାର୍ଡ ଏବଂ ଲାଇଫ ଗାର୍ଡ ସହ ୬୦ରୁ ଊର୍ଦ୍ଧ୍ୱ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ରହିବେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

ବସ୍‌ କାଚ ଭାଙ୍ଗି ଜାଳିଦେଲେ …

ରାଉରକେଲା,୨୬।୧୨: ସୁନ୍ଦରଗଡ଼ ଜିଲା ଟାଙ୍ଗାରପାଲି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କେତେକ ଦୁର୍ୱୃତ୍ତ ଏକ ଯାତ୍ରୀବାହୀ ବସ୍‌ର କାଚ ଭାଙ୍ଗି ଜାଳି...

୭ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲା କୃଷକ ସଙ୍ଗଠନ: ପଦ୍ମପୁର ବନ୍ଦ ଡାକରା

ପଦ୍ମପୁର,୨୬।୧୨(ପ୍ରଦୀପ୍ତ ଦାଶ):ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତି ବାଟବଣା ହୋଇଯାଇଛି। ଡବଲ ଇଞ୍ଜିନ ଲୋକଙ୍କ ସରକାର କହି କହି କେବଳ ବାହାସ୍ଫୋଟ ମାରୁଛନ୍ତି।...

ବାଂଲାଦେଶରେ ପ୍ରତି ୫ ଜଣରେ ଜଣେ ଥିଲେ ହିନ୍ଦୁ, ହେଲେ ପ୍ରତିବର୍ଷ କମୁଛି ହିନ୍ଦୁଙ୍କ ସଂଖ୍ୟା, ଗତ ୩ ବର୍ଷରେ…

ଢାକା,୨୬।୧୨: ବାଂଲାଦେଶ ଆଜି ବିଶ୍ୱର ସବୁଠାରୁ ଘନ ଜନସଂଖ୍ୟା ବିଶିଷ୍ଟ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ୱାଲର୍‌ଡମିଟର ଅନୁଯାୟୀ, ଏହାର ମୋଟ ଜନସଂଖ୍ୟା ୧୭୬.୬ ନିୟୁତ ଅତିକ୍ରମ...

Bangladesh elections: ତାରିକ ଫେରିବା ପରେ ହାତ ମିଳାଇଲେ ଦୁଇ ଭାରତ ବିରୋଧୀ ଦଳ, ଜାଣନ୍ତୁ କ’ଣ କହୁଛି ରାଜନୈତିକ ସମିକରଣ

ଢାକା,୨୬।୧୨: ବାଂଲାଦେଶରେ ଫେବୃଆରୀରେ ଜାତୀୟ ର୍ନିବାଚନ ହେବାକୁ ଯାଉଛି, ଯାହା ରାଜନୈତିକ କାର୍ଯ୍ୟକଳାପକୁ ବୃଦ୍ଧି କରୁଛି। ଏହାକୁ ଦୃଷ୍ଟିରେ ରଖି, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର...

ସିକ୍ରେଟ୍ ଫୋନ୍ ପାଇଁ ସ୍ତ୍ରୀକୁ ହତ୍ୟା କରି ଘର ପଛପଟେ ପୋତିଦେଲେ ସ୍ୱାମୀ

ଗୋରଖପୁର,୨୬।୧୨: ସ୍ତ୍ରୀକୁ ସନ୍ଦେହ କରି ହତ୍ୟା କଲେ ସ୍ୱାମୀ। ସିକ୍ରେଟ ଫୋନ ରଖିଥିଲେ ବୋଲି ନେଇଗଲେ ଜୀବନ। ପରେ ମୃତଦେହକୁ ଘର ପଛପଟେ ଏକ ଗାତ...

ଛାତିଥରା…ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ଜୀଅନ୍ତା ଜାଳିଦେଲେ ସ୍ବାମୀ, ପରେ ଝିଅକୁ ବି ଠେଲିଦେଲେ

ନୂଆଦିଲ୍ଲୀ,୨୬।୧୨: ତେଲେଙ୍ଗାନାର ହାଇଦ୍ରାବାଦରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଠାରେ ସନ୍ଦେହ ହେତୁ ଜଣେ ମାନସିକ ବିକୃତ ବ୍ୟକ୍ତି ନାଲ୍ଲାକୁଣ୍ଟା ଅଞ୍ଚଳରେ ତାଙ୍କ...

Bangladesh Violence: ବାଂଲାଦେଶ ଫେରୁ ଫେରୁ ତାରିକ ଅହମଦଙ୍କୁ କାହିଁକି ଫୋନ କଲେ ୟୁନୁସ? ପିତାଙ୍କ କବର ସ୍ଥଳକୁ ଯିବେ ‘ଡାର୍କ ପ୍ରିନ୍ସ’

ଢାକା,୨୬।୧୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର କାର୍ଯ୍ୟକାରୀ ସଭାପତି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ୧୭ ବର୍ଷ ପରେ ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri