କରୋନା ନେଇ ନୂଆ ଚିନ୍ତା, ଫୁସଫୁସ ନୁହେଁ ଏବେ ପେଟରେ ହେଉଛି ସଂକ୍ରମଣ…

ମେଲବୋର୍ନ,୨୧।୧୨ : ପୁଣିଥରେ ଦେଶରେ କରୋନା ମାମଲା ଦ୍ରୁତ ଗତି ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାର ସଜାଗ ରହିଛନ୍ତି। ବାସ୍ତବରେ, ବର୍ତ୍ତମାନ କରୋନାର ଜେଏନ.୧ ର ନୂତନ ଭ୍ୟାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ଏହାର ମୋଟ ୨୧ ଟି ନୂଆ ମାମଲା ରିପୋର୍ଟ ହୋଇଛି।
କେତେକ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଏପର୍ଯ୍ୟନ୍ତ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ନୂଆ ଭ୍ୟାରିଆଣ୍ଟ ଯୋଗୁ ଫୁସଫୁସ ନୁହେଁ ପେଟରେ ସଂକ୍ରମଣ ହେଉଛି । ଏହା ଯୋଗୁ ଆକ୍ରାନ୍ତଙ୍କଠାରେ ଲୋକମାନେ ଗୁରୁତର ହଜମ ସମସ୍ୟା ଦେଖାଯାଉଛି। ତେବେ ଏପର୍ଯ୍ୟନ୍ତ ଏନେଇ ସବିଶେଷ ତଥ୍ୟ ପ୍ରକାଶ ପାଇନାହିଁ।

ଅଷ୍ଟ୍ରିଆ, ଜର୍ମାନୀ, ନେଦରଲାଣ୍ଡ, ସ୍ବିଜରଲାଣ୍ଡ ଏବଂ ସିଙ୍ଗାପୁର ସମେତ ଅନେକ ଦେଶରେ ପରୀକ୍ଷା ଦ୍ରୁତ ଗତିରେ ଜାରି ରହିଛି। ମେଲବୋର୍ନରେ ଇନଫ୍ଲୁଏଞ୍ଜା ଉପରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ସହଯୋଗ କେନ୍ଦ୍ରର ଅନୁସନ୍ଧାନ ଏବଂ କେନ୍ଦ୍ରର ନିର୍ଦ୍ଦେଶକ କାନ୍ତା ସୁବାରାଭାନ କହିଛନ୍ତି, ଏହା ଆକ୍ରାନ୍ତଙ୍କ ହଜମ ପ୍ରକ୍ରିୟାରେ କୌଣସି କ୍ଷତି ଘଟାଉଛି କି ନାହିଁ ଆମେ ଶୀଘ୍ର ଅନୁସନ୍ଧାନ କରୁଛୁ। ସେହିଭଳି, ଆମେ ଓମିକ୍ରନ ଭ୍ୟାରିଆଣ୍ଟକୁ ମଧ୍ୟ ଅନୁସନ୍ଧାନ କରି ଠିକ ସମୟରେ ଚିହ୍ନଟ କରିଥିଲୁ। ଆମେ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛୁ।

ମେଲବୋର୍ନ ବିଶ୍ୱବିଦ୍ୟାଳୟର ପିଟର ଡୋହର୍ଟି ଇନଷ୍ଟିଚ୍ୟୁଟ ଫର ଇନଫେକ୍ସନ ଆଣ୍ଡ ଇମ୍ୟୁନିଟିର ମାଇକ୍ରୋବାୟୋଲୋଜି ଏବଂ ଇମ୍ୟୁନୋଲୋଜି ପ୍ରଫେସର ସୁବାରାଓ କହିଛନ୍ତି ଜରୁରୀକାଳୀନ ୱାର୍ଡ ପରିଦର୍ଶନ ଏବଂ ଅନ୍ୟାନ୍ୟ ଚିକିତ୍ସା ତଥ୍ୟ ଦ୍ୱାରା ଏହି ନୂତନ ପ୍ରକାରର ଗମ୍ଭୀରତା ନିର୍ଣ୍ଣୟ କରାଯାଇଛି। ଏହା ରୋଗୀର ହଜମ ପ୍ରକ୍ରିୟାକୁ କ୍ଷତି ପହଞ୍ଚାଉଛି କି ନାହିଁ ସେନେଇ ନିର୍ଦ୍ଦିଷ୍ଟ ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ତେବେ କେତେକଙ୍କଠାରେ ସେଭଳି କିଛି ସମସ୍ୟା ପ୍ରକାଶ ପାଇଛି। ନଭେମ୍ବର ପର୍ଯ୍ୟନ୍ତ ନେଦରଲାଣ୍ଡର କରୋନା ପୀଡିତମାନଙ୍କଠାରେ ସେଭଳି ଗୁରୁତର ପେଟ ସମସ୍ୟା ଥିବା ଲକ୍ଷଣ ଦେଖାଯାଇ ନ ଥିଲା। ଅଧିକାଂଶ ଲକ୍ଷଣ ୨୦୨୨ରେ ବ୍ୟାପିଥିବା ସଂକ୍ରମଣ ସହିତ ସମାନ ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍‌! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ

ତେହରାନ୍‌,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ସୋନିଆଙ୍କ ସ୍ବାସ୍ଥ୍ୟକୁ ନେଇ ଆସିଲା ବଡ଼ ଅପଡେଟ, ଆଣ୍ଟିବାୟୋଟିକରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୨୬।୩: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନିଆ ଗାନ୍ଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri