ରୋଗ ଚିହ୍ନଟ କରିବାର ନୂଆ ଉପାୟ

ଆଜିକାଲି ରୋଗକୁ କିପରି ସରଳ ଆଉ ସହଜ ଉପାୟରେ ଚିହ୍ନଟ କରାଯାଇପାରିବ ସେ ନେଇ ଗବେଷଣା ଚାଲିଛି। ଦିନକୁ ଦିନ ନୂଆ ନୂଆ ଉପାୟ ମଧ୍ୟ ଉଦ୍ଭାବିତ ହେଉଛି, ଯାହା କେତେକ ରୋଗର ଚିକିତ୍ସା ପ୍ରଣାଳୀକୁ ଆହୁରି ସହଜ କରିଦେଉଛି। ତେବେ ଏ କ୍ଷେତ୍ରରେ ଟୋକିଓ ୟୁନିଭର୍ସିଟିର ବିଶେଷଜ୍ଞମାନେ ସଫଳତା ହାସଲ କରିଛନ୍ତି। ସେମାନେ ଏପରି ଏକ ଡିଭାଇସ୍‌ ପ୍ରସ୍ତୁତ କରିଛନ୍ତି, ଯାହାଦ୍ୱାରା କେତେକ ରୋଗକୁ ସହଜରେ ଚିହ୍ନଟ କରାଯାଇପାରିବ। ଉକ୍ତ ପଦ୍ଧତିକୁ ‘ଭାୟରସ୍କାନ’ ନାମରେ ନାମିତ କରାଯାଇଛି। ରକ୍ତ ଥିବା ‘ବ୍ୟାକ୍ଟିରିଓଫେଜ୍‌’ ନାମକ ଏକ ଭାଇରସକୁ ସ୍କାନ୍‌ କରି ରୋଗ ବିଷୟରେ ଜାଣିହେବ। ବିଶେଷଭାବରେ ହେପାଟାଇଟିସ୍‌-ସି ଏବଂ ମାରାତ୍ମକ ଏଚଆଇଭି ଭଳି ରୋଗକୁ ସହଜରେ ଚିହ୍ନଟ କରାଯାଇପାରିବ ବୋଲି ଉକ୍ତ ୟୁନିଭର୍ସିଟିର ବିଶେଷଜ୍ଞମାନେ ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି। ଏହି ଭାଇରସ୍‌ ରକ୍ତକୁ ଇନଫେକଶନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ତେଣୁ ଏହାଦ୍ୱାରା ରୋଗର ଚିହ୍ନଟ ସହଜରେ ହୋଇପାରିବ ବୋଲି ପ୍ରକାଶିତ ରିପୋର୍ଟରୁ ଜଣାପଡିଛି।