ସାଇବର ଠକଙ୍କ ନୂଆ ଉପାୟ: ଜେଲ ଦଣ୍ଡାଦେଶ ଭୟ ଦେଖାଇ ଡାକ୍ତରଙ୍କଠୁ ଲୁଟି ନେଲେ ସାଢେ ୫ ଲକ୍ଷ ଟଙ୍କା

ହିଞ୍ଜିଳିକାଟୁ, ୧୦।୧୨(ଦ୍ବିତୀକୃଷ୍ଣ ପଣ୍ଡା): ସାଇବର ଠକଙ୍କ ଠାରୁ ସଜାଗ ରହିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଜନସଚେତନତା ଜାରି ରହିଛି। ହେଲେ ଦିନକୁ ଦିନ ସାଇବର ଠକଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି। ଦିନକୁ ଦିନ ସାଇବର ଠକମାନେ ନୂତନ ଜ୍ଞାନକୌଶଳ ଗ୍ରହଣ କରି ଲୋକଙ୍କୁ ଭିନ୍ନ ଭିନ୍ନ ଉପାୟରେ ଲୁଟି ନେଉଥିବା ନିତିଦିନିଆ ଘଟଣା ପାଲଟିଛି। ଉଚ୍ଚତମ ନ୍ୟାୟାଳୟ ଓ ମୁଖ୍ୟ ବିଚାରପତିଙ୍କ ଅବିକଳ କାର୍ଯ୍ୟାଳୟ ଭିଡିଓ ପ୍ରସାରିତ କରି ପରିବାରର ସମସ୍ତ ସଦସ୍ୟଙ୍କୁ ଜେଲ ଦଣ୍ଡ ଭୋଗିବାର ଭୟ ଦେଖାଇ ଜୈନିକ ଅବସରପ୍ରାପ୍ତ ଡାକ୍ତରଙ୍କ ଠାରୁ ସାଇବର ଠକ ସାଢେ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏଭଳି ଏକ ଘଟଣା ମଙ୍ଗଳବାର ଗଞ୍ଜାମ ଜିଲା ହିଞ୍ଜିଳି ଥାନା ସମରଝୋଳ ଗ୍ରାମରେ ଘଟିଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି।
ପ୍ରକାଶ ଯେ, ମହାରାଷ୍ଟ୍ର ମୁମ୍ବାଇ ଅଞ୍ଚଳର ଜୈନିକ ସାଇବର ଠକ ସୋମବାର ରାତିରେ ହିଞ୍ଜିଳି ଥାନା ସମରଝୋଳ ଗ୍ରାମର ଅବସରପ୍ରାପ୍ତ ଡାକ୍ତର ନରେନ୍ଦ୍ର କୁମାର ମହାନ୍ତିଙ୍କ ମୋବାଇଲ ଫୋନକୁ ଏକ ଅଜଣା ହ୍ବାଟସଅପ ଅଡିଓ କଲ ଆସିଥିଲା। ଡାକ୍ତର ମହାନ୍ତି କଲ ରିସିଭ କରିବା ପରେ ସାଇବର ଠକ ଜଣଙ୍କ ନିଜକୁ ଜଣେ ଉଚ୍ଚତମ ନ୍ୟାୟାଳୟର ବରିଷ୍ଠ ଆଇନଜୀବି ବୋଲି ପରିଚୟ ଦେଇଥିଲେ। ମୁମ୍ବାଇ ଏୟାର୍‌ ଲାଇନ ମନି ଲେଡିଙ୍ଗଠାରେ ଜମିଜମା ସମ୍ବନ୍ଧୀୟ ଠକେଇରେ ସଂପୃକ୍ତି ଥିବା ନେଇ ସାଇବର ଠକ ଜଣଙ୍କ ଅବସରପ୍ରାପ୍ତ ଡାକ୍ତରଙ୍କୁ କହିଥିଲେ। ପରେ ଭିଡିଓ କଲ ରିସିଭ କରିବାକୁ କହି ଭିଡିଓ କଲ ମାଧ୍ୟମରେ ଉଚ୍ଚତମ ନ୍ୟାୟାଳୟ ଓ ମୁଖ୍ୟ ବିଚାରପତିଙ୍କ ଅବିକଳ କାର୍ଯ୍ୟାଳୟ ରହିଥିବା ଭଳି ଏକ ଭିଡିଓ ପ୍ରଦର୍ଶିତ କରିଥିଲେ। ଦଣ୍ଡ ସ୍ବରୁପ ଡାକ୍ତରଙ୍କୁ ସାଢେ ୬ ଲକ୍ଷ ଟଙ୍କା ଦାବି କରିଥିଲେ। ଦାବି ମୁତାବକ ଅର୍ଥ ରାଶି ଜମା ନ କଲେ ପରିବାରର ସମସ୍ତ ସଦସ୍ୟଙ୍କୁ ଜେଲ ଦଣ୍ଡ ଭୋଗିବାର ଭୟ ଦେଖାଇଥିଲେ।
ଅବସରପ୍ରାପ୍ତ ଡାକ୍ତର ଜଣଙ୍କ ଉଚ୍ଚତମ ନ୍ୟାୟାଳୟକୁ ଦେଖି ଭୟଭୀତ ହୋଇପଡିଲେ। ସାଇବର ଠକ ଜଣଙ୍କ ପଠାଇଥିବା ଏକାଉଣ୍ଟ ନମ୍ବରରେ ମଙ୍ଗଳବାର ସକାଳେ ବ୍ରହ୍ମପୁର ଷ୍ଟେଟ ବ୍ୟାଙ୍କରେ ସାଢେ ୫ ଲକ୍ଷ ଟଙ୍କା ଜମା କରିଥିଲେ। ପରବର୍ତ୍ତୀ ସମୟରେ ସାଇବର ଠକ ଜଣଙ୍କ ପୁର୍ନବାର ଅଧିକ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନଚେତ୍‌ ପରିବାର ବର୍ଗଙ୍କୁ ଜେଲ ଦଣ୍ଡାଦେଶର ଭୟ ଦେଖାଇଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଡାକ୍ତରଙ୍କ ପୁଅ ଗାଁକୁ ଆସି ଘଟଣା ସମ୍ପର୍କରେ ଜାଣିବା ପରେ ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ – ୧୦୦୫/୨୪ ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି। ହିଞ୍ଜିଳି ପୋଲିସ ସାଇବର ଥାନା ସହିତ ଯୋଗାଯୋଗ କରି ଘଟଣାର ଖୋଳତାଡ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri