କରୋନାର ନୂଆ ଲହର: ୪୦ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟାରେ ୫୨ ପ୍ରତିଶତ ବୃଦ୍ଧି ଘଟିଥିବା ନେଇ ଚେତାବନୀ ଦେଲା ଡବ୍ଲୁଏଚଓ…

ଜେନେଭା,୨୩।୧୨ : କରୋନା ମହାମାରୀର ନୂଆ ଲହର ପୁଣି ଥରେ ବିଶ୍ୱର ୪୦ ଦେଶରେ ନିଜର ଆତଙ୍କ ସୃଷ୍ଟି କରିଛିତେବେ ମାମଲାଗୁଡ଼ିକରେ ସାମାନ୍ୟ ହ୍ରାସ ଘଟିଥିବାର ଦେଖାଯାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏହାର ସର୍ବଶେଷ ଅଦ୍ୟତନରେ କହିଛି ଯେ ଏହି ଭାଇରସ ଯୋଗୁଁ ମୃତ୍ୟୁ ସଂଖ୍ୟା ପୂର୍ବ ୨୮ ଦିନ ତୁଳନାରେ ୮ ପ୍ରତିଶତ ହ୍ରାସ ପାଇଛି ଏବଂ ୩୦୦୦ ରୁ ଅଧିକ ନୂତନ ମୃତ୍ୟୁ ଘଟିଛି।

ଡବ୍ଲୁଏଚଓ କହିଛି ଗତ ଚାରି ସପ୍ତାହ ମଧ୍ୟରେ ନୂତନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨ ପ୍ରତିଶତ ବୃଦ୍ଧି ପାଇଛି। କରୋନା ମହାମାରୀର ଦ୍ରୁତ ଗତିରେ ବଢୁଥିବା ମାମଲା ମଧ୍ୟରେ ଡବ୍ଲୁଏଚଓ ଏହାକୁ ଏକ ‘ ଭ୍ୟାରିଆଣ୍ଟ ଅଫ ଇଣ୍ଟ୍ରେଷ୍ଟ’ ବୋଲି କହିଛି। ଡବ୍ଲୁଏଚଓ ଅନୁଯାୟୀ, ଏହା ବିଏ.୨.୮୬ ବଂଶର ଅଟେ।

ସମ୍ପ୍ରତି, ଅନେକ ଦେଶରେ ଜେଏନ.୧ ଭ୍ୟାରିଆଣ୍ଟର ରିପୋର୍ଟ ହୋଇଛି ଏବଂ ବିଶ୍ୱରେ ଏହାର ଆକ୍ରାନ୍ତଙ୍କ ସଂଖ୍ୟ ବୃଦ୍ଧି ପାଉଛି। ଭାରତରେ ଏହାର ଏକ ମାମଲା ମଧ୍ୟ ସାମ୍ନାକୁ ଆସିଛି। ଭାରତର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଆମେରିକା, ଚାଇନେ, ସିଙ୍ଗାପୁର ଏବଂ ଭାରତରେ ’ଜେଏନ.୧ ମାମଲା ଦେଖିବାକୁ ମିଳିଛି। ଚାଇନାରେ ଏଭଳି ସାତୋଟି ମାମଲା ରିପୋର୍ଟ ହୋଇଛି।

Share