ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି ନିର୍ବାଚନମଣ୍ଡଳୀ ଗଠିତ। ଏହି ନିର୍ବାଚନମଣ୍ଡଳୀରେ ସବୁବେଳେ ରୋଚକ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳେ। ତେବେ ଏଠାରେ ମହିଳା ପ୍ରାର୍ଥୀଙ୍କ ଅପେକ୍ଷା ପୁରୁଷ ପ୍ରାର୍ଥୀ ଅଧିକ ଥର ବିଧାୟକ ହୋଇଛନ୍ତି। ୧୯୫୭ରେ ଆଳି ରାଜ ପରିବାରରୁ ମାତା ରାମରାଜ କୁମାରୀ ପ୍ରଥମଥର ପାଇଁ ବିଧାୟିକା ପ୍ରାର୍ଥୀ ହୋଇଥିଲେ। ୧୯୯୦ ଓ ୧୯୯୫ ମସିହାରେ ରାଜମାତା ସୁଶ୍ରୀ ଦେବୀ, ୨୦୦୯ରେ ପ୍ରଭାତି ସାହୁ, ୨୦୧୪ରେ ପ୍ରମିଳା ସାମଲ, ୨୦୧୯ରେ ସୁଜାତା ବାରିକ୍‌ ପ୍ରମୁଖ ବିଧାନସଭା ନିର୍ବାଚନ ରଣାଙ୍ଗନରେ ବିଧାୟିକା ପ୍ରାର୍ଥୀ ଭାବେ ଅବତ୍ତୀର୍ଣ୍ଣ ହୋଇଥିଲେ। ହେଲେ ସେ ସମୟରେ ରାଜମାତା ସୁଶ୍ରୀ ଦେବୀଙ୍କର ଦବଦବା ଥିଲା। ୨୦୨୪ରେ ବାପାଙ୍କ ସ୍ଥାନରେ ନବାଗତ ପ୍ରତିଭା ଡା. ଦେବସ୍ମିତା ଶର୍ମାଙ୍କୁ କଂଗ୍ରେସ ପ୍ରାର୍ଥୀ କରି ମହିଳା କାର୍ଡ ଖେଳିବାକୁ ଆଶା ରଖିଛି। ତେବେ ଏହି ନିର୍ବାଚନମଣ୍ଡଳୀରେ ସାଧାରଣତଃ କଂଗ୍ରେସ ଓ ବିଜେଡି ମଧ୍ୟରେ ଦ୍ୱିମୁଖୀ ଲଢ଼େଇ ହେଉଥିଲା। ୨୦୧୯ରୁ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିଥିଲା। ସେଥିମଧ୍ୟରୁ ବିଜେଡିର ମନ୍ତ୍ରୀ ପ୍ରତାପ କେଶରୀ ଦେବ ୯୯,୮୩୭ ଖଣ୍ଡ ଭୋଟ ହାତେଇ ଜିତିଥିବା ବେଳେ, କଂଗ୍ରେସର ଦେବେନ୍ଦ୍ର ଶର୍ମା ୪୩,୯୮୬ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନ ଏବଂ ପୁରୁଖା ନେତା ତଥା ଭାଜପାର ଦୋଳଗୋବିନ୍ଦ ନାୟକ ୨୬,୪୮୭ ଖଣ୍ଡ ଭୋଟ ପାଇଥିଲେ। ପ୍ରତାପ କେଶରୀ ଦେବ ଅଧିକ ୫୫,୮୫୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ତେବେ ଚଳିତଥର ନୂଆ ବନାମ ଅଭିଜ୍ଞତାର ଲଢ଼େଇ ବଡ଼ ରୋଚକ ପରିସ୍ଥିତିରେ ହେବ। ବିଜେଡିର ୧୯ ବର୍ଷର ବିଧାୟକ ଅଭିଜ୍ଞତାସମ୍ପନ୍ନ ମନ୍ତ୍ରୀ ଦେବ ବିଭିନ୍ନ ଲୋକାଭିମୁଖୀ ଯୋଜନା ସହ ନବୀନଙ୍କ ସ୍ବଚ୍ଛ ଶାସନର ବିଗତ ୫ ପାଳିର ସଫଳତାର ପୂର୍ତ୍ତିକୁ ନେଇ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି। କଂଗ୍ରେସ ନୂଆମୁହଁ ଭାବେ ମହିଳା ପ୍ରାର୍ଥୀ ଡା. ଦେବସ୍ମିତାଙ୍କୁ ପ୍ରାର୍ଥୀ କରି ମହିଳା କାର୍ଡ ଖେଳିଛି। ବିଗତ ବର୍ଷରେ ବିଜେଡିର ବିଫଳତା ସହ କଂଗ୍ରେସର ଗ୍ୟାରେଣ୍ଟି କାର୍ଡକୁ ନେଇ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି ଡା. ଦେବସ୍ମିତା ଶର୍ମା। ସେହିପରି ଭାଜପାରୁ ନବାଗତ କୃଷ୍ଣଚନ୍ଦ୍ର ପଣ୍ଡା ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ବେଳେ, ମୋଦି ଗ୍ୟାରେଣ୍ଟି ସହ କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନାଗୁଡ଼ିକୁ ରାଜ୍ୟ ସରକାର ହାଇଜାକ୍‌ କରି ନିଜ ନଁାରେ କରି ବାହା ବା ନେଉଛନ୍ତି। ରାଜ୍ୟ ସରକାରଙ୍କୁ ଉଚିତ ଜବାବ ଦେବାକୁ ଜନସାଧାରଣଙ୍କୁ ବୁଝେଇବାକୁ ପ୍ରୟାସ କରୁଛନ୍ତି। ତେବେ ଚତୁର୍ଥ ପ୍ରାର୍ଥୀ ପର୍ଶୁରାମ ଦାସ ସ୍ବାଧୀନ ପ୍ରାର୍ଥୀ ଭାବେ ଉଭା ହେବାର ସମ୍ଭାବନା ଥିବାବେଳେ, ସେ ପରିବର୍ତ୍ତନ ଆହ୍ବାନ ସହ କନିକା ପୁଅ ଓ ନିଃସ୍ବାର୍ଥପର ସେବାର କଥାକୁ ନେଇ ଭୋଟରଙ୍କ ନିକଟତର ହେଉଥିବା ଜଣାପଡିଛି। ୨୦୨୪ ନିର୍ବାଚନରେ ଜନମତ କାହା ସପକ୍ଷରେ ଯାଉଛି ଏବଂ ବିଧାୟକ ଶିରିପା କିଏ ପିନ୍ଧୁଛି, ତାହା ସମୟ ହିଁ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri