ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି ନିର୍ବାଚନମଣ୍ଡଳୀ ଗଠିତ। ଏହି ନିର୍ବାଚନମଣ୍ଡଳୀରେ ସବୁବେଳେ ରୋଚକ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳେ। ତେବେ ଏଠାରେ ମହିଳା ପ୍ରାର୍ଥୀଙ୍କ ଅପେକ୍ଷା ପୁରୁଷ ପ୍ରାର୍ଥୀ ଅଧିକ ଥର ବିଧାୟକ ହୋଇଛନ୍ତି। ୧୯୫୭ରେ ଆଳି ରାଜ ପରିବାରରୁ ମାତା ରାମରାଜ କୁମାରୀ ପ୍ରଥମଥର ପାଇଁ ବିଧାୟିକା ପ୍ରାର୍ଥୀ ହୋଇଥିଲେ। ୧୯୯୦ ଓ ୧୯୯୫ ମସିହାରେ ରାଜମାତା ସୁଶ୍ରୀ ଦେବୀ, ୨୦୦୯ରେ ପ୍ରଭାତି ସାହୁ, ୨୦୧୪ରେ ପ୍ରମିଳା ସାମଲ, ୨୦୧୯ରେ ସୁଜାତା ବାରିକ୍‌ ପ୍ରମୁଖ ବିଧାନସଭା ନିର୍ବାଚନ ରଣାଙ୍ଗନରେ ବିଧାୟିକା ପ୍ରାର୍ଥୀ ଭାବେ ଅବତ୍ତୀର୍ଣ୍ଣ ହୋଇଥିଲେ। ହେଲେ ସେ ସମୟରେ ରାଜମାତା ସୁଶ୍ରୀ ଦେବୀଙ୍କର ଦବଦବା ଥିଲା। ୨୦୨୪ରେ ବାପାଙ୍କ ସ୍ଥାନରେ ନବାଗତ ପ୍ରତିଭା ଡା. ଦେବସ୍ମିତା ଶର୍ମାଙ୍କୁ କଂଗ୍ରେସ ପ୍ରାର୍ଥୀ କରି ମହିଳା କାର୍ଡ ଖେଳିବାକୁ ଆଶା ରଖିଛି। ତେବେ ଏହି ନିର୍ବାଚନମଣ୍ଡଳୀରେ ସାଧାରଣତଃ କଂଗ୍ରେସ ଓ ବିଜେଡି ମଧ୍ୟରେ ଦ୍ୱିମୁଖୀ ଲଢ଼େଇ ହେଉଥିଲା। ୨୦୧୯ରୁ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିଥିଲା। ସେଥିମଧ୍ୟରୁ ବିଜେଡିର ମନ୍ତ୍ରୀ ପ୍ରତାପ କେଶରୀ ଦେବ ୯୯,୮୩୭ ଖଣ୍ଡ ଭୋଟ ହାତେଇ ଜିତିଥିବା ବେଳେ, କଂଗ୍ରେସର ଦେବେନ୍ଦ୍ର ଶର୍ମା ୪୩,୯୮୬ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନ ଏବଂ ପୁରୁଖା ନେତା ତଥା ଭାଜପାର ଦୋଳଗୋବିନ୍ଦ ନାୟକ ୨୬,୪୮୭ ଖଣ୍ଡ ଭୋଟ ପାଇଥିଲେ। ପ୍ରତାପ କେଶରୀ ଦେବ ଅଧିକ ୫୫,୮୫୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ତେବେ ଚଳିତଥର ନୂଆ ବନାମ ଅଭିଜ୍ଞତାର ଲଢ଼େଇ ବଡ଼ ରୋଚକ ପରିସ୍ଥିତିରେ ହେବ। ବିଜେଡିର ୧୯ ବର୍ଷର ବିଧାୟକ ଅଭିଜ୍ଞତାସମ୍ପନ୍ନ ମନ୍ତ୍ରୀ ଦେବ ବିଭିନ୍ନ ଲୋକାଭିମୁଖୀ ଯୋଜନା ସହ ନବୀନଙ୍କ ସ୍ବଚ୍ଛ ଶାସନର ବିଗତ ୫ ପାଳିର ସଫଳତାର ପୂର୍ତ୍ତିକୁ ନେଇ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି। କଂଗ୍ରେସ ନୂଆମୁହଁ ଭାବେ ମହିଳା ପ୍ରାର୍ଥୀ ଡା. ଦେବସ୍ମିତାଙ୍କୁ ପ୍ରାର୍ଥୀ କରି ମହିଳା କାର୍ଡ ଖେଳିଛି। ବିଗତ ବର୍ଷରେ ବିଜେଡିର ବିଫଳତା ସହ କଂଗ୍ରେସର ଗ୍ୟାରେଣ୍ଟି କାର୍ଡକୁ ନେଇ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି ଡା. ଦେବସ୍ମିତା ଶର୍ମା। ସେହିପରି ଭାଜପାରୁ ନବାଗତ କୃଷ୍ଣଚନ୍ଦ୍ର ପଣ୍ଡା ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ବେଳେ, ମୋଦି ଗ୍ୟାରେଣ୍ଟି ସହ କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନାଗୁଡ଼ିକୁ ରାଜ୍ୟ ସରକାର ହାଇଜାକ୍‌ କରି ନିଜ ନଁାରେ କରି ବାହା ବା ନେଉଛନ୍ତି। ରାଜ୍ୟ ସରକାରଙ୍କୁ ଉଚିତ ଜବାବ ଦେବାକୁ ଜନସାଧାରଣଙ୍କୁ ବୁଝେଇବାକୁ ପ୍ରୟାସ କରୁଛନ୍ତି। ତେବେ ଚତୁର୍ଥ ପ୍ରାର୍ଥୀ ପର୍ଶୁରାମ ଦାସ ସ୍ବାଧୀନ ପ୍ରାର୍ଥୀ ଭାବେ ଉଭା ହେବାର ସମ୍ଭାବନା ଥିବାବେଳେ, ସେ ପରିବର୍ତ୍ତନ ଆହ୍ବାନ ସହ କନିକା ପୁଅ ଓ ନିଃସ୍ବାର୍ଥପର ସେବାର କଥାକୁ ନେଇ ଭୋଟରଙ୍କ ନିକଟତର ହେଉଥିବା ଜଣାପଡିଛି। ୨୦୨୪ ନିର୍ବାଚନରେ ଜନମତ କାହା ସପକ୍ଷରେ ଯାଉଛି ଏବଂ ବିଧାୟକ ଶିରିପା କିଏ ପିନ୍ଧୁଛି, ତାହା ସମୟ ହିଁ କହିବ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri