ବ୍ରିଟେନ ଉପରେ ବର୍ଷି ଋଷି ସୁନକଙ୍କୁ ଶୁଭେଚ୍ଛା ଜଣାଇଲେ ବିଗ ବି

ମୁମ୍ବାଇ: ଚଳିତ ବର୍ଷ ଦୀପାବଳିର ଦିନ ଭାରତବାସୀଙ୍କ ପାଇଁ ଏକ ବିଶେଷ ଦିନ । ଏହିଦିନ ଜଣେ ଭାରତୀୟ ମୂଳ ବାସିନ୍ଦା ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । କଞ୍ଜରଭେଟିଭ ପାର୍ଟି ନେତା ତଥା ଭାରତୀୟ ବଂଶୋଦ୍ଭବ ଋଷି ସୁନକ ହୋଇଛନ୍ତି ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ । ଏହି ଅବସରରେ ସୁନକଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହି କ୍ରମରେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ବି ସୁନକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଟୁଇଟ କରି ବିଗ ବି ଲେଖିଛନ୍ତି, ଭାରତ ମାତା କି ଜୟ, ଏବେ ବ୍ରିଟେନ ନିକଟରେ ଆମ ଦେଶ ପକ୍ଷରୁ ପ୍ରଧାନମନ୍ତ୍ରୀ ଭାବେ ଜଣେ ନୂଆ ଭାଇସରୟ ଅଛନ୍ତି । ସୂଚନାଯୋଗ୍ୟ, ଅମିତାଭଙ୍କ ଏହି ପୋଷ୍ଟକୁ ଦେଖି ୟୁଜର୍ସ ବିଗବିଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ୨୦୦ ବର୍ଷର ଗୋଲାମର ପ୍ରତିଶୋଧ ଆଜି ନିଆଯାଇଛି । ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ସାର ଦୁଇ ଲାଇନରେ ଆପଣ ପୁରା ଖେଳ କରିଦେଲେ । ସୂଚନାଯୋଗ୍ୟ, ବ୍ରିଟେନର କଞ୍ଜରଭେଟିଭ ପାର୍ଟିର ନେତା ଋଷି ସୁନକ ୟୁନାଇଟେଡ କିଙ୍ଗଡମର ପ୍ରଥମ ହିନ୍ଦୁ ଅଣଶ୍ୱେତଙ୍ଗ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ଖୁସିରେ ଭାରତରେ ବି ବିଭିନ୍ନ ସ୍ଥାନରେ ଉତ୍ସବ ପାଳନ କରାଯାଉଛି ।

Share