ଛାତ୍ରୀଙ୍କୁ ଅସଦାଚରଣ କରିବା ମାମଲାରେ ନୂଆମୋଡ଼: ଥାନାରେ ଏତଲା ଦେଲେ ପ୍ରଧାନଶିକ୍ଷକଙ୍କ ସ୍ତ୍ରୀ, ନ୍ୟାୟ ନ ମିଳିଲେ…

ଭବାନୀପାଟଣା/ ଜୁନାଗଡ, ୪ ।୯ (ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅନ୍ତର୍ଗତ ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତୁଲେନ୍ଦ୍ର ମେହେର ସ୍ଥାନୀୟ ସ୍କୁଲର ଛାତ୍ରୀଙ୍କୁ ଅସଦାଚରଣ କରିବା ମାମଲାରେ ବୁଧବାର ଜୁନାଗଡ଼ ପୋଲିସ ପୋକ୍‌ସୋ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏପଟେ ପ୍ରଧାନଶିକ୍ଷକ ମେହେରଙ୍କ ଗିରଫ ପରେ ସ୍ଥାନୀୟ ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ନିଲମ୍ବିତ କରିଥିଲା। ଗୁରୁବାର ଏହି ଘଟଣାର ନୂଆମୋଡ଼ ଦେଖିବାକୁ ମିଳିଛି । ପ୍ରଧାନଶିକ୍ଷକ ମେହେରଙ୍କ ସ୍ତ୍ରୀ ସୁମିତ୍ରା ମେହେର ତାଙ୍କ ସ୍ବାମୀଙ୍କୁ ମିଥ୍ୟା ଅଭିଯୋଗରେ ଫସାଯାଇଥିବା ନେଇ ଜୁନାଗଡ଼ ଥାନାରେ ଏକ ଏତଲା ଦେଇଛନ୍ତି। ଏହି ଏତଲାରେ ସେ ସ୍କୁଲର ୩ ଜଣ ସହକାରୀ ଶିକ୍ଷକ ଯିଶୁ ଗୋପାଳ, ସାମନ୍ତ ମେହେର ଓ ଓମ ମେହେର ମିଶି ସ୍କୁଲର ଛୋଟ
ଛୋଟ ଝିଅମାନଙ୍କ ମାଧ୍ୟମରେ ଉପରୋକ୍ତ ମିଥ୍ୟା ଅଭିଯୋଗ ଆଣି ମୋ ସ୍ବାମୀଙ୍କୁ ଫସାଇଥିବା ସେ ଅଭିଯୋଗ ଆଣିଛନ୍ତି । ସହକାରୀ ଶିକ୍ଷକ ଯିଶୁ ଗୋପାଲ ସ୍କୁଲର ଜଣେ ଶିକ୍ଷୟତ୍ରୀଙ୍କ ସହ ଖରାପ ସମ୍ପର୍କ ଥିବା ଜାଣି ମୋ ସ୍ବାମୀ ଶିକ୍ଷା ବିଭାଗକୁ ଜଣାଇ ଉକ୍ତ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ସ୍କୁଲକୁ ବଦଳି
କରି ଦେଇଥିଲେ । ଯାହାର ବ୍ୟକ୍ତିଗତ ରାଗ ରଖି ସହକାରୀ ଶିକ୍ଷକ ଗୋପାଲ ଓ ଅନ୍ୟ ୨ ଶିକ୍ଷକ ମିଶି ମୋ ସ୍ବାମୀଙ୍କୁ କର୍ମ କ୍ଷେତ୍ରରେ ମାନସିକ ନିର୍ଯାତନା ଦେବା ସହ ଫସାଇବାକୁ ଚେଷ୍ଟା କରୁଥିଲେ। ଗତ ୨୫
ତାରିଖ ସ୍କୁଲର ଝିଅଙ୍କୁ ମୋ ସ୍ବାମୀ ଅସଦାଚରଣ କରିବା ନେଇ ଜୁନାଗଡ଼ ବିଇଓଙ୍କୁ ଡାକ ମାଧ୍ୟମରେ ଅଭିଯୋଗ କରିଥିଲେ । ସେହିପରି ମଙ୍ଗଳବାର ଗ୍ରାମର କେତେକ ବ୍ୟକ୍ତିଙ୍କୁ ଧରି ସେମାନେ ମୋ ସ୍ବାମୀଙ୍କୁ ସ୍କୁଲରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାସହ ସମ୍ମାନହାନୀ କରିବା ପାଇଁ ତାଙ୍କୁ ଚପଲ ମାଳ ମଧ୍ୟ ପିନ୍ଧାଇ
ଅସଦାରଣ କରିଥିଲେ । ତେଣୁ ଏହି ଘଟଣାର ତଦନ୍ତ କରି ଉପରୋକ୍ତ ସହକାରୀ ଶିକ୍ଷକ ଓ ସାମିଲ ଥିବା ଗ୍ରାମର କିଛି ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି । ସେହିପରି ପୋଲିସ
ଉପଯୁକ୍ତ ନ୍ୟାୟ ଦେଇ ନ ପାରିଲେ ଆତ୍ମହତ୍ୟା କରିବାକୁ ବାଧ୍ୟହେବି ବୋଲି ସେ ଚେତାବନୀ ଦେଇଛନ୍ତି । ସୁମିତ୍ରାଙ୍କ ଅଭିଯୋଗ ପରେ ଜୁନାଗଡ଼ ପୋଲିସ ଉପରୋକ୍ତ ୩ ଶିକ୍ଷକ ସମେତ ସମୁଦାୟ ୬ ଜଣଙ୍କ ନାମରେ ଏକ ମାମଳା ନଂ (୫୮୦/୨୫ ) ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏ ନେଇ ଜୁନାଗଡ଼ ଆଇଆଇସି ଶେଷରେ ବେହେରାଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଲିଛି ବୋଲି କହିଥିଲେ। ସେହିପରି ଏହି ଘଟଣାକୁ ନେଇ ଜୁନାଗଡ଼ ବିଇଓଙ୍କ ପଚାରିବାରୁ ଥାନାରୁ ଉକ୍ତ ଶିକ୍ଷକଙ୍କ ନାମରେ ଲିଖିତ ଅଭିଯୋଗ ପତ୍ର ଆସିବା ପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ ରିଫିଲିଂ ବେଳେ ଭୟଙ୍କର ବିସ୍ଫୋରଣ: ଜଳିଲା…

ଭୁବନେଶ୍ୱର,୨୧।୩: ଭରତପୁର ଥାନା କଳିଙ୍ଗନଗରରେ ବିସ୍ଫୋରଣ ଘଟି ଜଣେ ଗୁରୁତର ହୋଇଛନ୍ତି। ଉକ୍ତ ବେଆଇନ ଗ୍ୟାସ ଡିପୋରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଛାତ ଉଡି ଯାଇଥିବାବେଳେ…

ଇଦ୍‌ରେ ଝିଅ ସୋଫିଆଙ୍କୁ ନେଇ ବଡ଼ କଥା କହିଦେଲେ ବାପା ମୋକିମ୍‌, ଭବିଷ୍ୟତରେ ଭାଜପା…

ଭୁବନେଶ୍ୱର,୨୧ା୩: ଆଜି ଇଦ୍‌ ପାଳନ ଅବସରରେ ମହମ୍ମଦ ମୋକିମ୍‌ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ମୁଁ ନୂଆ ପାର୍ଟି…

ବାସନ ମାଜିଲେନି ସ୍ବାମୀ, ସ୍ତ୍ରୀ ଡାକିଲେ ପୋଲିସ: ଆଉ ତା’ପରେ ଘଟିଲା…

ଲକ୍ଷ୍ନୌ,୨୧।୩: ଉତ୍ତର ପ୍ରଦେଶର ଏକ ବସ୍ତିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସାରେ ରାତ୍ରୀଭୋଜନ ପ୍ରସ୍ତୁତ କରିବାକୁ ତାଙ୍କ ରୋଷେଇ ଘରେ…

ସୁନା ୧୨,୫୦୦ ଟଙ୍କା, ରୂପା ହେଲା ୩୦ହଜାର ଟଙ୍କା ଶସ୍ତା, ଏକ୍ସପର୍ଟ କହିଲେ ଏହି ରେଟ ଯାଏ ଖସିବ…

ସୁନା ଓ ରୁପା ଦରରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି…

ନୂଆ ଚିନି କଳ ସ୍ଥାନ ଚିହ୍ନଟ ପାଇଁ ନୟାଗଡରେ ଆଇପିଏଲ ଟେକ୍ନିକାଲ ଟିମ

ନୟାଗଡ଼,୨୧।୩(ଲୋକନାଥ ମିଶ୍ର): ନୟାଗଡ଼ରେ ନୂଆ ଚିନିଶିଳ୍ପ ଖୋଲିବା ନେଇ ମାର୍ଚ୍ଚ ୬ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏପରିକି ଚିନି ଶିଳ୍ପ ଖୋଲିବା ନେଇ…

ବୋଲେରୋ ଧକ୍କାରେ ସଫେଇ କର୍ମଚାରୀ ମୃତ: ରାସ୍ତାରୋକୋ କରି ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କଲେ…

ପାଇକମାଳ,୨୧।୩( ବଡ ଶତପଥୀ) : ନୃସିଂହନାଥ ମନ୍ଦିରରେ କର୍ମରତ ସଫେଇ କର୍ମଚାରୀ ସକାଳେ ନିଜ କାମ ସାରି ପୁଅକୁ ମେଡିକାଲ ନେବା ପାଇଁ ଘରକୁ ବାଇକରେ ଫେରୁଥିବାବେଳେ…

ଯୁଦ୍ଧକୁ ଡେଇଁଲା ବ୍ରିଟେନ୍‌! କଲା ବଡ଼ ଘୋଷଣା, ଆମେରିକାକୁ…

ଲଣ୍ଡନ,୨୧।୩: ବ୍ରିଟିଶ ସରକାର ହର୍ମୁଜ ଷ୍ଟ୍ରେଟ୍‌ରେ ଆମେରିକା ଜାହାଜକୁ ଟାର୍ଗେଟ କରୁଥିବା ଇରାନୀ କ୍ଷେପଣାସ୍ତ୍ର ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରିବା ପାଇଁ ବ୍ରିଟିଶରେ ଅବସ୍ଥିତ ସାମରିକ ଘାଟି…

ରଥଯାତ୍ରା ପାଇଁ ବୁଗୁଡ଼ା ବନାଞ୍ଚଳରୁ ଗଲା ୧୬ ଖଣ୍ଡ ଫାଶି କାଠ

ବୁଗୁଡ଼ା,୨୧।୩(କାଳିଚରଣ ଦାଶ): ବୁଗୁଡ଼ା ପାଇଁ ଏକ ସୌଭାଗ୍ୟର ଦିନ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ତିଆରି ସକାଶେ ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri