Posted inରାଜ୍ୟ

ନବଦାସ ହତ୍ୟାକାଣ୍ଡରେ ନୂଆ ମୋଡ, ଗୋପାଳ ନୁହେଁ ଇଏ ମାରିଥିଲେ! ରାଜ୍ୟରେ ଚହଳ

ଭୁବନେଶ୍ୱର,୧୭।୧: ନବଦାସ ହତ୍ୟା ଘଟଣାରେ ନୂଆମୋଡ। ପୂର୍ବତନ ମନ୍ତ୍ରୀ ନବଦାସ ହତ୍ୟାକାଣ୍ଡରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ଘଟଣାକୁ ନେଇ ଅଭିଯୁକ୍ତ ପୋଲିସ ଏଏସଆଇ ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ ଦେଇଛନ୍ତି ବଡ଼ ସୂଚନା।

ସେ କହିଛନ୍ତି, ଏହା ଗୋଟିଏ ପ୍ରି ପ୍ଲାନିଂ ମର୍ଡର। ସେଦିନ ଗୋପାଳ ୩ଥର ବ୍ଲାଙ୍କ୍‌ ଫାୟାରିଂ କରିଥିଲେ। ବାଣ ଫୁଟିବା ଶଦ୍ଦ ହେବାରୁ ବ୍ଲାଙ୍କ ଫାୟାରିଂ କରିଥିଲେ। ଅନ୍ୟ କେହି ସ୍ନାଇପର ଦୂରରେ ଥାଇ ଗୁଳି କରିଥାଇପାରନ୍ତି। ନବଙ୍କ ସାର୍ଟ ମିଳି ନ ଥିବାରୁ ସନ୍ଦେହ ଦୃଢୀଭୂତ ହେଉଛି। ପୋଲିସ ଚାର୍ଜସିଟ୍‌ରେ ରକ୍ତଭିଜା ସାର୍ଟ ମିସିଂ ଥିବାରୁ ସନ୍ଦେହ ହେଉଛି। ଗୋପାଳଙ୍କ ଗୁଳିରେ ସୁଟ୍‌ ହୋଇନି। ଚାପରେ ପଡି ଗୋପାଳ ମାରିଥିବା କହିଛନ୍ତି।

ଅନ୍ୟପଟେ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ନେଇ ଗୁରୁବାର ମୁହଁ ଖୋଲଥିଲେ ପୂର୍ବତନ ବିଧାୟିକା ଓ ନବଦାସଙ୍କ ଝିଅ ଦୀପାଳି ଦାସ ଓ ତାଙ୍କ ଭାଇ ବିଶାଳ ଦାସ। ବାସଭବନରେ ବୁଧବାର ସାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦୀପାଳି କହିଛନ୍ତି, ବର୍ତ୍ତମାନ ଭାଜପା ସରକାରରେ ଥିବା କେତେକ ବିଧାୟକ ମୋତେ ଓ ଆମ ପରିବାରକୁ ବଦନାମ କରିବା ଭଳି ମନ୍ତବ୍ୟ ଦେଉଛନ୍ତି। ଏପରିକି କିଛି ଗଣମାଧ୍ୟମ ଆମ ପରିବାର ଏବଂ ମୋ ବିଷୟରେ ବାରମ୍ବାର ଖବର ମଧ୍ୟ ପ୍ରସାରଣ କରୁଛନ୍ତି। ଏପରିକି ଭାଜପା ସରକାରରେ ଥିବା ୨ ବିଧାୟକ ବାରମ୍ବାର ମୋ ବାପାଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ କରାଇବାରେ କାହିଁକି ଦୀପାଳି ଚୁପ ରହିଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି। ଏଣୁ ଆମ ପରିବାର ଏବଂ ମୋ ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ମୋ ବାପା ତଥା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରିବେ କି ବୋଲି ପ୍ରଶ୍ନ କରିଛନ୍ତି। ଏହା ସହିତ ମୋର ଭାଇ ବିଶାଳ ଦାସଙ୍କୁ ବିନା ୱାରେଣ୍ଟ କିମ୍ବା ବିନା ଜୁଡ଼ିସିଆଲ ଆଦେଶରେ କାହିଁକି ଛତିଶଗଡ଼ରେ ପୋଲିସ ହାଜତରେ ରଖାଯାଇଥିଲା ତା’ର ଉତ୍ତର ମୋହନ ସରକାର ଦିଅନ୍ତୁ ବୋଲି ଦୀପାଳି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏତେ ଅଧିକ ବଢିଯିବ ଅଣ୍ଡା ଦାମ୍‌, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ, ୨୭।୮: ପିଆଜ, ଚିନି ଓ ଡାଲିର ବଢ଼ୁଥିବା ଦର ମଧ୍ୟରେ ଏବେ ଅଣ୍ଡାର ଦାମ ମଧ୍ୟ ବହୁତ ବଢ଼ିବାର ଆଶଙ୍କା ରହିଛି। ଗତ ଏକ ବର୍ଷ…

ବିବାହର ୨ ବର୍ଷ ପରେ ଗୁମର ଖୋଲିଲେ ଶୋଭିତା: ନାଗା ଚୈତନଙ୍କ ସହ…

ମୁମ୍ବାଇ: ବିବାହର ପ୍ରାୟ ଦୁଇ ବର୍ଷ ପରେ ଶୋଭିତା ତାଙ୍କ ବୈବାହିକ ଜୀବନ ବିଷୟରେ ମୁହଁ ଖୋଲିଛନ୍ତି। ଅଭିନେତ୍ରୀ ଶୋଭିତା ଧୂଲିପାଲା ଏବଂ ନାଗା ଚୈତନ୍ୟ ୨୦୨୪ରେ…

ଯାତ୍ରା ଚାଲିଥିବା ବେଳେ ମଞ୍ଚରେ ପଡିଗଲେ ଅଭିନେତା ପିୟୁଷ, ତାପରେ….

ଦେବଗଡ଼,୨୭ା୮(ଶଶାଙ୍କ ଶେଖର ଝାଙ୍କର): ମୁଣ୍ଡ ବୁଲାଇ ମଞ୍ଚରେ ପଡିଗଲେ ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀ । ବାରକୋଟ ବ୍ଳକ ବାସୁପାଲି ଗାଁରେ ଯାତ୍ରା ପରିବେଷଣ ବେଳେ ଏହି…

୩ ସନ୍ତାନର କିମ୍ବଦନ୍ତୀ ଅଲିମ୍ପିକ ଆଥଲେଟଙ୍କ ଜନ୍ମଦିନ ପାର୍ଟି ଅପ୍ରତ୍ୟାଶିତ ଭାବରେ ପରିଣତ ହେଲା ନିର୍ବନ୍ଧ ଉତ୍ସବରେ; ଆଶ୍ଚର୍ଯ୍ୟ ହୋଇଗଲେ ଉସେନ ବୋଲ୍ଟଙ୍କ ମଙ୍ଗେତର

ନୂଆଦିଲ୍ଲୀ,୨୭।୮: କିମ୍ବଦନ୍ତୀ ଅଲିମ୍ପିକ ଆଥଲେଟ ଉସେନ ବୋଲ୍ଟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ଜାମାଇକାରେ ତାଙ୍କ 40ତମ ଜନ୍ମଦିନ ପାଳନ ସମୟରେ ତାଙ୍କ ପ୍ରେମିକା କାସି…

ଜମିଛି ଆବର୍ଜନା-ନର୍ଦ୍ଦମାପାଣି: ବଢୁଛି ସଂକ୍ରାମକ ରୋଗ ଭୟ

ବରଗଡ଼,୨୭ା୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପରିମଳ ଓ ଜଳ ନିଷ୍କାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ସହରର ଯୁଆଡ଼େ ଦେଖିଲେ କୁଢ଼କୁଢ଼ ମଇଳା, ଆବର୍ଜନା ପଡ଼ିରହିଛି। ସେହିପରି ନିଷ୍କାସନ ବ୍ୟବସ୍ଥା…

ଜନ୍ମଜନ୍ମାନ୍ତରର ସାଥୀ ହୋଇରୁହନ୍ତି ଏହି ରାଶି ଯୋଡ଼ି! ଜ୍ୟୋତିଷ ଅନୁସାରେ ଏହି ରାଶି ଯୋଡ଼ି ‘ପରଫେକ୍ଟ ମ୍ୟାଚ’

ଜ୍ୟୋତିଷ ଶାସ୍ତ୍ରରେ ରାଶି ମିଳନ କେବଳ ଗ୍ରହଙ୍କ ଚଳନ ବୁଝିବା ପାଇଁ ନୁହେଁ, ବରଂ ଦୁଇଜଣଙ୍କ ସ୍ବଭାବ ଓ ଊର୍ଜାର ତାଳମେଳ ଜାଣିବା ପାଇଁ ମଧ୍ୟ କରାଯାଏ।…

୫ମାସ ବିତିଲା, ଅପହୃତାଙ୍କ ପତ୍ତା ମିଳୁନି: ଉଦ୍ଧାର ପାଇଁ ନିବେଦନ କଲେ ଅଜା

ମହାକାଳପଡ଼ା, ୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତଥା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ବତୀଘର ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଗତ ମାର୍ଚ୍ଚ ୧୧ତାରିଖ…

ଡାକ୍ତରୀ ପଢ଼ିବେ ଗରିବ ମେଧାବୀ ଛାତ୍ର ସୌମ୍ୟରଞ୍ଜନ: ସହଯୋଗର ହାତ ବଢାଇଲେ ସମବାୟବିତ୍‌

ମହାକାଳପଡ଼ା,୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଜୟ ନଗର ପଞ୍ଚାୟତ ସାହାବାଜପୁର ଗ୍ରାମର କୈଳାସ ଚନ୍ଦ୍ର ସାହୁଙ୍କ ଆର୍ଥିକ ସ୍ଥିତି ଗମ୍ଭୀର। ମୁଣ୍ଡ ଗୁଞ୍ଜିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri