ତିନିଦିନ ପରେ ବି ଅନ୍ଧାରରେ ଅନ୍ଧାରୁଆ ହତ୍ୟାକାଣ୍ଡ: ପରିଚୟ ଦେଲେ ୫୦ହଜାର, ଲାଗିଲା ପୋଷ୍ଟର

ଭୁବନେଶ୍ୱର,୭।୨(ବ୍ୟୁରୋ): ଭୁବନେଶ୍ୱର ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ ଦାସପୁର ରାସ୍ତା ପାର୍ଶ୍ୱରୁ ଗୁରୁବାର ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣାରେ ପୋଲିସକୁ କୌଣସି ସଫଳତା ମିଳିପାରି ନାହିଁ। ତିନିଦିନ ଧରି ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାସ୍ଥଳକୁ ବାରମ୍ବାର ଯାଇ ଛାନ୍‌ଭିନ୍‌ କରିଥିଲେ ମଧ୍ୟ କଟା ମୁଣ୍ଡ କିମ୍ବା ମହିଳାଙ୍କ ପରିଚୟ ପାଇପାରି ନାହିଁ। ଫଳରେ ତଦନ୍ତରେ ବାଧା ସୃଷ୍ଟି ହେଉଥିବାରୁ ହତ୍ୟାକାରୀଙ୍କ ପାଖରେ ପହଞ୍ଚତ୍ବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ତେଣୁ ମୃତା ମହିଳାଙ୍କ ପରିଚୟ ପାଇବା ପାଇଁ ନୂଆ ପନ୍ଥା ଆପଣାଯାଇଛି। ପରିଚୟ ଦେଲେ ୫୦ ହଜାର ଟଙ୍କାର ପୁରସ୍କାର ଦିଆଯିବ ବୋଲି ଶନିବାର କମିଶନରେଟ ପୋଲିସ ଘୋଷଣା କରିଛି। ସେହିଭଳି ଉକ୍ତ ମହିଳାଙ୍କ ବସ୍ତ୍ର, ଟାଟୁ ଆଦି ଥିବା ପୋଷ୍ଟର ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଲଗାଇଛି। ପୋଷ୍ଟରରେ ଓଡ଼ିଆ, ହିନ୍ଦୀ ଓ ଇଂଲିଶ ଭାଷାରେ ଲେଖାଯାଇଛି। ପୋଲିସ ସୋସିଆଲ୍‌ ମିଡିଆରେ ଉକ୍ତ ପୋଷ୍ଟର ଶେୟାର କରିବା ସହ ଯଥାସମ୍ଭବ ଏହାକୁ ଶେୟାର କରିବାକୁ ଅନୁରୋଧ କରିଛି। ମୃତ ମହିଳାଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ପୋଲିସ ପକ୍ଷରୁ ୨ଟି ଫୋନ୍‌ ନଂ. ୮୨୮୦୩୩୮୩୨୩ ଓ ୮୨୮୦୩୩୮୨୯୬ ଜାରି କରାଯାଇଛି।

ଘଟଣାର ପାରିପାର୍ଶ୍ୱିକ ସ୍ଥିତିରୁ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ପ୍ରଥମେ ସନ୍ଦେହ କରାଯାଉଥିଲା। ହେଲେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୋଲିସ ତଦନ୍ତର ଦିଗବଦଳାଇଛି। ମହିଳାଙ୍କୁ ପ୍ରଥମେ ତଣ୍ଟିଚିପି ହତ୍ୟା କରାଯିବା ପରେ ବେକ କଟାଯାଇଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ ଥିବା ବିଶ୍ୱସ୍ତସୂତ୍ରରୁ ଜଣାପଡିଛି। ଏଥିସହ ମହିଳା ଜଣକ ଏକ ମାସରୁ ଊର୍ଦ୍ଧ୍ୱ ଗର୍ଭବତୀ ଥିବା ମଧ୍ୟ ସୂଚନା ମିଳିଛି। ତେବେ ତଦନ୍ତରେ ବାଧା ସୃଷ୍ଟିି ଆଶଙ୍କାରେ ପୋଲିସ ଏ ନେଇ ମୁହଁ ଖୋଲୁନାହିଁ।
ଅନୁଯାୟୀ, ଗୁରୁବାର ସକାଳେ ଦାସପୁର ରାସ୍ତା ପାର୍ଶ୍ୱ ଜଙ୍ଗଲିଆ ସ୍ଥାନରେ ମହିଳାଙ୍କ ମୁଣ୍ଡ ନ ଥିବା ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖି ସରପଞ୍ଚଙ୍କ ସମେତ ଗ୍ରାମବାସୀଙ୍କୁ ଡାକିଥିଲେ। ପରେ ଖବରପାଇ ଚନ୍ଦକା ଥାନା ପୋଲିସ, ସାଇଣ୍ଟିଫିକ୍‌ ଟିମ୍‌, ଡଗ୍‌ ସ୍କ୍ବାଡ୍‌ ଓ କମିଶନରେଟ୍‌ ପୋଲିସର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଘଟଣାସ୍ଥଳରୁ ଏକ ଛୁରି, ରକ୍ତ ଲଗା ଗ୍ଲୋଭସ୍‌ ଓ ମୃତା ମହିଳାଙ୍କ କିଛି ପୋଷାକ ପୋଲିସ ଜବତ କରିଥିଲା। ସନ୍ଧାନୀ କୁକୁର ଓଡ଼ିଶା ବାୟୋଟେକ୍‌ ପାର୍କକୁ ଯିବାରୁ କିଛି ସୁରାକ ପାଇବା ଆଶାରେ ଶୁକ୍ରବାର ପୋଲିସ ଟିମ୍‌ ସେଠାରେ ତନାଘନା କରି ଏକ ଛୁରି ଓ ଅନ୍ୟ କିଛି ସାମଗ୍ରୀ ନେଇଛି। ଶନିବାର ମଧ୍ୟ ଘଟଣାସ୍ଥଳରେ ପୁଣି ଯାଞ୍ଚ କରାଯିବା ସହ ମୁଣ୍ଡ ଖୋଜାଖୋଜି କରିଥିଲେ ମଧ୍ୟ ପୋଲିସକୁ ନିରାଶ ହେବାକୁ ପଡିଛି।

ଗ୍ଲୋଭ୍‌ସରୁ ସୁରାକ ଖୋଜୁଛି ପୋଲିସ
ମୃତଦେହ ମିଳିବା ସ୍ଥାନରୁ ପୋଲିସ ରକ୍ତଲଗା ୪ଟି ଗ୍ଲୋଭସ୍‌ ଜବତ କରିଥିଲା। ଏଥିରୁ ଏହି ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଜଣାପଡୁଛି। ଜଣେ ବ୍ୟକ୍ତି ହତ୍ୟା କରିବା ସମୟରେ ଗ୍ଲୋଭସ୍‌ ବ୍ୟବହାର କରିଥିବାର ସେପରି ନଜିର ନାହିଁ। ତେଣୁ ହତ୍ୟାପାଇଁ ହତ୍ୟାକାରୀମାନେ ପୂର୍ବରୁ ପୂରା ପ୍ରସ୍ତୁତ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରୁ ଜବତ ଛୁରି ଓ ଗ୍ଲୋଭସ୍‌କୁ ସନ୍ଧାନୀ କୁକୁର ଶୁଙ୍ଘିବା ପରେ ନିକଟରେ ଥିବା ବାୟୋଟେକ ପାର୍କ ଭିତରକୁ ଯାଇ ପାଣି ଟ୍ୟାପ୍‌ ଓ ଆଖପାଖରେ ବହୁ ସମୟ ଧରି ଘୂରିବୁଲିଥିଲା। ତେଣୁ ହତ୍ୟା ପରେ ହତ୍ୟାକରୀ ପାର୍କ ଭିତରକୁ ଆସି ଧୋଇହୋଇଥିବା ଓ ପୂର୍ବରୁ ଏହି ସ୍ଥାନ ସମ୍ପର୍କରେ ବେଶ୍‌ ପରିଚିତ ଥିବା ପୋଲିସ ସନ୍ଦେହ କରୁଛି। ଏପରି କି ବାୟୋଟେକ୍‌ ପାର୍କରେ ବିଭିନ୍ନ ଭ୍ୟାକ୍ସିନ୍‌ ପ୍ରସ୍ତୁତ ହେଉଥିବାରୁ ଏଠାରେ ଗ୍ଲାଭସ୍‌ର ବହୁଳ ବ୍ୟବହାର ହୋଇଥାଏ। ସେହି ଗ୍ଲୋଭ୍‌ସକୁ ହତ୍ୟାକାରୀମାନେ ବ୍ୟବହାର କରିଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି। ତେଣୁ ପୋଲିସ ପୂରା ଫୋକସ୍‌ ବାୟୋଟେକ୍‌ ପାର୍କ ଉପରେ ରଖି ଗ୍ଲୋଭ୍‌ସରୁ ସୁରାକ ଖୋଜୁଛି।

ବାହାର ରାଜ୍ୟରୁ ଡାକି ହତ୍ୟା ସନ୍ଦେହ
ମୃତ ମହିଳାଙ୍କ ପରିଚୟ ପାଇବା ପାଇଁ କମିଶନରେଟ ପୋଲିସ ୩ଦିନ ହେବ ରାଜ୍ୟର ବିଭିନ୍ନ ଥାନାରେ ହୋଇଥିବା ନିଖୋଜ ଅଭିଯୋଗକୁ ଛାନ୍‌ଭିନ୍‌ କରିଛି। ଅଭିଯୋଗକାରୀଙ୍କୁ ଡାକି ମୃତଦେହ ଚିହ୍ନଟ କରିବାକୁ ଚେଷ୍ଟା କରିଛି। ଏଥିସହ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଘଟଣା ଚାରିଆଡକୁ ବ୍ୟାପିଯାଇଥିଲେ ମଧ୍ୟ ଏଯାଏ ମହିଳାଙ୍କ ଦାବିଦାର ଆସୁନାହାନ୍ତି। ତେଣୁ ମହିଳାଙ୍କ ଘର ବାହାର ରାଜ୍ୟର ହୋଇଥିବା ପୋଲିସ ସନ୍ଦେହ କରି ପୋଷ୍ଟର ଓ ସୂଚନା ବିଭିନ୍ନ ରାଜ୍ୟର ପୋଲିସକୁ ପଠାଇଛି। ଅନ୍ୟପକ୍ଷରେ ମୃତଦେହ ନିକଟରେ ଥିବା ବାୟୋଟେକ ପାର୍କରେ ରାଜ୍ୟ ବାହାରୁ ଅନେକ ଶ୍ରମିକ ଓ କର୍ମଚାରୀ ଆସି କାର୍ଯ୍ୟ କରୁଛନ୍ତି। ସନ୍ଧାନୀ କୁକୁର ମଧ୍ୟ ଉକ୍ତ ପାର୍କ ଭିତରକୁ ଯାଇ ଦୀର୍ଘସମୟ ଘୂରିବୁଲିଛି। ତେଣୁ ମହିଳାଙ୍କୁ କେହି ଅଣଓଡ଼ିଆ ଶ୍ରମିକ ଓଡ଼ିଶାକୁ ଡାକି ହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି।

ଦାବିଦାର ନ ଆସିଲେ ପୋଲିସ ସତ୍କାର କରିବ
ପରିଚୟ ପାଇଁ ମହିଳାଙ୍କ ମୃତଦେହକୁ ହସ୍ପିଟାଲ ଶବ ସଂରକ୍ଷଣ ଗୃହରେ ରଖିଛି। ନିୟମ ଅନୁଯାୟୀ ପୋଲିସ ୭୨ ଘଣ୍ଟା ସେଠାରେ ରଖିପାରିବ। ରବିବାରକୁ ୭୨ ଘଣ୍ଟା ପୂରୁଥିବାବେଳେ ଯଦି କେହି ଦାବିଦାର ନ ଆସନ୍ତି ତେବେ ପୋଲିସ ନିଜେ ଶବ ସତ୍କାର କରିବ। ଏହା ପୂର୍ବରୁ ଚିହ୍ନଟ ପାଇଁ ମୃତଦେହରେ ରହିଥିବା ପୋଷାକ କିମ୍ବା ଅନ୍ୟ କିଛି ସାମଗ୍ରୀ ନିଜ ପାଖରେ ରଖିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri