ତିନିଦିନ ପରେ ବି ଅନ୍ଧାରରେ ଅନ୍ଧାରୁଆ ହତ୍ୟାକାଣ୍ଡ: ପରିଚୟ ଦେଲେ ୫୦ହଜାର, ଲାଗିଲା ପୋଷ୍ଟର

ଭୁବନେଶ୍ୱର,୭।୨(ବ୍ୟୁରୋ): ଭୁବନେଶ୍ୱର ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ ଦାସପୁର ରାସ୍ତା ପାର୍ଶ୍ୱରୁ ଗୁରୁବାର ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣାରେ ପୋଲିସକୁ କୌଣସି ସଫଳତା ମିଳିପାରି ନାହିଁ। ତିନିଦିନ ଧରି ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାସ୍ଥଳକୁ ବାରମ୍ବାର ଯାଇ ଛାନ୍‌ଭିନ୍‌ କରିଥିଲେ ମଧ୍ୟ କଟା ମୁଣ୍ଡ କିମ୍ବା ମହିଳାଙ୍କ ପରିଚୟ ପାଇପାରି ନାହିଁ। ଫଳରେ ତଦନ୍ତରେ ବାଧା ସୃଷ୍ଟି ହେଉଥିବାରୁ ହତ୍ୟାକାରୀଙ୍କ ପାଖରେ ପହଞ୍ଚତ୍ବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ତେଣୁ ମୃତା ମହିଳାଙ୍କ ପରିଚୟ ପାଇବା ପାଇଁ ନୂଆ ପନ୍ଥା ଆପଣାଯାଇଛି। ପରିଚୟ ଦେଲେ ୫୦ ହଜାର ଟଙ୍କାର ପୁରସ୍କାର ଦିଆଯିବ ବୋଲି ଶନିବାର କମିଶନରେଟ ପୋଲିସ ଘୋଷଣା କରିଛି। ସେହିଭଳି ଉକ୍ତ ମହିଳାଙ୍କ ବସ୍ତ୍ର, ଟାଟୁ ଆଦି ଥିବା ପୋଷ୍ଟର ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଲଗାଇଛି। ପୋଷ୍ଟରରେ ଓଡ଼ିଆ, ହିନ୍ଦୀ ଓ ଇଂଲିଶ ଭାଷାରେ ଲେଖାଯାଇଛି। ପୋଲିସ ସୋସିଆଲ୍‌ ମିଡିଆରେ ଉକ୍ତ ପୋଷ୍ଟର ଶେୟାର କରିବା ସହ ଯଥାସମ୍ଭବ ଏହାକୁ ଶେୟାର କରିବାକୁ ଅନୁରୋଧ କରିଛି। ମୃତ ମହିଳାଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ପୋଲିସ ପକ୍ଷରୁ ୨ଟି ଫୋନ୍‌ ନଂ. ୮୨୮୦୩୩୮୩୨୩ ଓ ୮୨୮୦୩୩୮୨୯୬ ଜାରି କରାଯାଇଛି।

ଘଟଣାର ପାରିପାର୍ଶ୍ୱିକ ସ୍ଥିତିରୁ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ପ୍ରଥମେ ସନ୍ଦେହ କରାଯାଉଥିଲା। ହେଲେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୋଲିସ ତଦନ୍ତର ଦିଗବଦଳାଇଛି। ମହିଳାଙ୍କୁ ପ୍ରଥମେ ତଣ୍ଟିଚିପି ହତ୍ୟା କରାଯିବା ପରେ ବେକ କଟାଯାଇଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ ଥିବା ବିଶ୍ୱସ୍ତସୂତ୍ରରୁ ଜଣାପଡିଛି। ଏଥିସହ ମହିଳା ଜଣକ ଏକ ମାସରୁ ଊର୍ଦ୍ଧ୍ୱ ଗର୍ଭବତୀ ଥିବା ମଧ୍ୟ ସୂଚନା ମିଳିଛି। ତେବେ ତଦନ୍ତରେ ବାଧା ସୃଷ୍ଟିି ଆଶଙ୍କାରେ ପୋଲିସ ଏ ନେଇ ମୁହଁ ଖୋଲୁନାହିଁ।
ଅନୁଯାୟୀ, ଗୁରୁବାର ସକାଳେ ଦାସପୁର ରାସ୍ତା ପାର୍ଶ୍ୱ ଜଙ୍ଗଲିଆ ସ୍ଥାନରେ ମହିଳାଙ୍କ ମୁଣ୍ଡ ନ ଥିବା ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖି ସରପଞ୍ଚଙ୍କ ସମେତ ଗ୍ରାମବାସୀଙ୍କୁ ଡାକିଥିଲେ। ପରେ ଖବରପାଇ ଚନ୍ଦକା ଥାନା ପୋଲିସ, ସାଇଣ୍ଟିଫିକ୍‌ ଟିମ୍‌, ଡଗ୍‌ ସ୍କ୍ବାଡ୍‌ ଓ କମିଶନରେଟ୍‌ ପୋଲିସର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଘଟଣାସ୍ଥଳରୁ ଏକ ଛୁରି, ରକ୍ତ ଲଗା ଗ୍ଲୋଭସ୍‌ ଓ ମୃତା ମହିଳାଙ୍କ କିଛି ପୋଷାକ ପୋଲିସ ଜବତ କରିଥିଲା। ସନ୍ଧାନୀ କୁକୁର ଓଡ଼ିଶା ବାୟୋଟେକ୍‌ ପାର୍କକୁ ଯିବାରୁ କିଛି ସୁରାକ ପାଇବା ଆଶାରେ ଶୁକ୍ରବାର ପୋଲିସ ଟିମ୍‌ ସେଠାରେ ତନାଘନା କରି ଏକ ଛୁରି ଓ ଅନ୍ୟ କିଛି ସାମଗ୍ରୀ ନେଇଛି। ଶନିବାର ମଧ୍ୟ ଘଟଣାସ୍ଥଳରେ ପୁଣି ଯାଞ୍ଚ କରାଯିବା ସହ ମୁଣ୍ଡ ଖୋଜାଖୋଜି କରିଥିଲେ ମଧ୍ୟ ପୋଲିସକୁ ନିରାଶ ହେବାକୁ ପଡିଛି।

ଗ୍ଲୋଭ୍‌ସରୁ ସୁରାକ ଖୋଜୁଛି ପୋଲିସ
ମୃତଦେହ ମିଳିବା ସ୍ଥାନରୁ ପୋଲିସ ରକ୍ତଲଗା ୪ଟି ଗ୍ଲୋଭସ୍‌ ଜବତ କରିଥିଲା। ଏଥିରୁ ଏହି ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଜଣାପଡୁଛି। ଜଣେ ବ୍ୟକ୍ତି ହତ୍ୟା କରିବା ସମୟରେ ଗ୍ଲୋଭସ୍‌ ବ୍ୟବହାର କରିଥିବାର ସେପରି ନଜିର ନାହିଁ। ତେଣୁ ହତ୍ୟାପାଇଁ ହତ୍ୟାକାରୀମାନେ ପୂର୍ବରୁ ପୂରା ପ୍ରସ୍ତୁତ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରୁ ଜବତ ଛୁରି ଓ ଗ୍ଲୋଭସ୍‌କୁ ସନ୍ଧାନୀ କୁକୁର ଶୁଙ୍ଘିବା ପରେ ନିକଟରେ ଥିବା ବାୟୋଟେକ ପାର୍କ ଭିତରକୁ ଯାଇ ପାଣି ଟ୍ୟାପ୍‌ ଓ ଆଖପାଖରେ ବହୁ ସମୟ ଧରି ଘୂରିବୁଲିଥିଲା। ତେଣୁ ହତ୍ୟା ପରେ ହତ୍ୟାକରୀ ପାର୍କ ଭିତରକୁ ଆସି ଧୋଇହୋଇଥିବା ଓ ପୂର୍ବରୁ ଏହି ସ୍ଥାନ ସମ୍ପର୍କରେ ବେଶ୍‌ ପରିଚିତ ଥିବା ପୋଲିସ ସନ୍ଦେହ କରୁଛି। ଏପରି କି ବାୟୋଟେକ୍‌ ପାର୍କରେ ବିଭିନ୍ନ ଭ୍ୟାକ୍ସିନ୍‌ ପ୍ରସ୍ତୁତ ହେଉଥିବାରୁ ଏଠାରେ ଗ୍ଲାଭସ୍‌ର ବହୁଳ ବ୍ୟବହାର ହୋଇଥାଏ। ସେହି ଗ୍ଲୋଭ୍‌ସକୁ ହତ୍ୟାକାରୀମାନେ ବ୍ୟବହାର କରିଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି। ତେଣୁ ପୋଲିସ ପୂରା ଫୋକସ୍‌ ବାୟୋଟେକ୍‌ ପାର୍କ ଉପରେ ରଖି ଗ୍ଲୋଭ୍‌ସରୁ ସୁରାକ ଖୋଜୁଛି।

ବାହାର ରାଜ୍ୟରୁ ଡାକି ହତ୍ୟା ସନ୍ଦେହ
ମୃତ ମହିଳାଙ୍କ ପରିଚୟ ପାଇବା ପାଇଁ କମିଶନରେଟ ପୋଲିସ ୩ଦିନ ହେବ ରାଜ୍ୟର ବିଭିନ୍ନ ଥାନାରେ ହୋଇଥିବା ନିଖୋଜ ଅଭିଯୋଗକୁ ଛାନ୍‌ଭିନ୍‌ କରିଛି। ଅଭିଯୋଗକାରୀଙ୍କୁ ଡାକି ମୃତଦେହ ଚିହ୍ନଟ କରିବାକୁ ଚେଷ୍ଟା କରିଛି। ଏଥିସହ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଘଟଣା ଚାରିଆଡକୁ ବ୍ୟାପିଯାଇଥିଲେ ମଧ୍ୟ ଏଯାଏ ମହିଳାଙ୍କ ଦାବିଦାର ଆସୁନାହାନ୍ତି। ତେଣୁ ମହିଳାଙ୍କ ଘର ବାହାର ରାଜ୍ୟର ହୋଇଥିବା ପୋଲିସ ସନ୍ଦେହ କରି ପୋଷ୍ଟର ଓ ସୂଚନା ବିଭିନ୍ନ ରାଜ୍ୟର ପୋଲିସକୁ ପଠାଇଛି। ଅନ୍ୟପକ୍ଷରେ ମୃତଦେହ ନିକଟରେ ଥିବା ବାୟୋଟେକ ପାର୍କରେ ରାଜ୍ୟ ବାହାରୁ ଅନେକ ଶ୍ରମିକ ଓ କର୍ମଚାରୀ ଆସି କାର୍ଯ୍ୟ କରୁଛନ୍ତି। ସନ୍ଧାନୀ କୁକୁର ମଧ୍ୟ ଉକ୍ତ ପାର୍କ ଭିତରକୁ ଯାଇ ଦୀର୍ଘସମୟ ଘୂରିବୁଲିଛି। ତେଣୁ ମହିଳାଙ୍କୁ କେହି ଅଣଓଡ଼ିଆ ଶ୍ରମିକ ଓଡ଼ିଶାକୁ ଡାକି ହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି।

ଦାବିଦାର ନ ଆସିଲେ ପୋଲିସ ସତ୍କାର କରିବ
ପରିଚୟ ପାଇଁ ମହିଳାଙ୍କ ମୃତଦେହକୁ ହସ୍ପିଟାଲ ଶବ ସଂରକ୍ଷଣ ଗୃହରେ ରଖିଛି। ନିୟମ ଅନୁଯାୟୀ ପୋଲିସ ୭୨ ଘଣ୍ଟା ସେଠାରେ ରଖିପାରିବ। ରବିବାରକୁ ୭୨ ଘଣ୍ଟା ପୂରୁଥିବାବେଳେ ଯଦି କେହି ଦାବିଦାର ନ ଆସନ୍ତି ତେବେ ପୋଲିସ ନିଜେ ଶବ ସତ୍କାର କରିବ। ଏହା ପୂର୍ବରୁ ଚିହ୍ନଟ ପାଇଁ ମୃତଦେହରେ ରହିଥିବା ପୋଷାକ କିମ୍ବା ଅନ୍ୟ କିଛି ସାମଗ୍ରୀ ନିଜ ପାଖରେ ରଖିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri