ଟେଲି ପରଦାକୁ ଫେରୁଛନ୍ତି ଅରୁଣା-ଆଲୋକ ନାଥ

ବମ୍ବେ: ବଡ଼ ପରଦା ଭଳି ଛୋଟ ପରଦାର କ୍ରେଜ୍‌ କାହିଁରେ କେତେ। ଯେଉଁଭଳି ଶୁକ୍ରବାର ନୂଆ ଫିଲ୍ମ ରିଲିଜ ହୋଇଥାଏ, ଆଜିକାଲି ସେହିଭଳି ନୂଆ ଟେଲି ଧାରାବାହିକ ରିଲିଜ ହେଉଛି। ଖୁବ୍‌ଶୀଘ୍ର ଅରୁଣା ଇରାନୀ ଏବଂ ଆଲୋକ ନାଥଙ୍କ ଭଳି ଲୋକପ୍ରିୟ କଳାକାର ଏକାଠି ଏକ ଧାରାବାହିକରେ ନଜର ଆସିବେ। ଏହାର ନାମ ରହିବ ‘ସଂସାର’। ଏହା ବାଲାଜୀ ଟେଲିଫିଲ୍ମ୍ସ ଦ୍ୱାରା ନିର୍ମିତ ଏକ ବଡ଼ ପ୍ରୋଜେକ୍ଟ ହେବ। ଶୋ’ରେ ନାୟକ ଭାବେ ପର୍ଲ ବି ପୁରୀ ଏବଂ ନାୟିକା ଭାବେ ମାହିକା ଶର୍ମା ନଜର ଆସିବେ।

Share