ୟୁରୋପର ୮ ଦେଶରେ କରୋନାର ନୂଆ ଷ୍ଟ୍ରେନ୍‌: ଡବ୍ଲୁଏଚଓ

ଜେନେଭା,୨୬ ।୧୨: କରୋନା ଭାଇରସର ନୂଆ ଷ୍ଟ୍ରେନ୍ ସାମ୍ନାକୁ ଆସିବା ପରେ ସାରା ବିଶ୍ୱ ଏକ ପ୍ରକାର ଚିନ୍ତାରେ ପଡିଯାଇଛି । ଏବେ ୟରୋପର ପ୍ରାୟ ୮ ଦେଶରେ ଏହି ନୂଆ ଷ୍ଟ୍ରେନ୍ ଦେଖା ଦେଇଥିବା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) । ହେଲେ ସ୍ଥିତି ଉପରେ ନଜର ରଖାଯାଇଛି ବୋଲି କହିଛି ଡବ୍ଲୁଏଚଓ । ୟୁରୋପର କ୍ଷେତ୍ରୀୟ ନିର୍ଦ୍ଦେଶକ ହଂସ କ୍ଲୁଗେ କହିଛନ୍ତି ଯାହା ଲକ୍ଷ୍ୟ କରାଯାଇଛି କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଯୁବବର୍ଗଙ୍କ ନିକଟରେ ଦ୍ରୁତ ଗତିରେ ବ୍ୟାପୁଛି । ତେଣୁ ଏବେଠାରୁ ସତର୍କ ରହିବା ନିହାତି ଆବଶ୍ୟକ । ଏବେ ଏହାର ପ୍ରଭାବ ବିଷୟରେ ଜାଣିବାକୁ ଗବେଷଣା ଜାରି ରହିଛି । ସୂଚନାଯୋଗ୍ୟ, ଗତ ସପ୍ତାହରେ ବ୍ରିଟେନରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ପ୍ରଥମେ ଦେଖା ଦେଇଥିବା ନେଇ ସୂଚନା ମିଳିଥିଲା । ବିଶେଷଜ୍ଞମାନେ କହିଥିଲେ କି ଏହି ପ୍ରକାର ସଂକ୍ରମଣ ଅନ୍ୟ ସାର୍ସ-କୋଭିଡ-୨ ଭାରିଏଣ୍ଟ ତୁଳନାରେ ଅଧିକ ସଂକ୍ରାମକ । ଏହି ନୂଆ ଷ୍ଟ୍ରେନ୍ ଦେଖାଦେବା ପରେ ବ୍ରିଟେନକୁ ଅଧିକାଂଶ ଦେଶ ବିମାନସେବା ବନ୍ଦ କରି ଦେଇଥିଲେ ।

Share