‘କିସି କା ଭାଇ କିସି କା ଜାନ୍‌’ର ନୂଆ ଗୀତ ରିଲିଜ

ମୁମ୍ବାଇ: ସଲମାନ ଖାନ୍‌ ତାଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’ର ଲାଟେଷ୍ଟ ଗୀତ ‘ବଟୁକମ୍ମା’ ରିଲିଜ କରିଛନ୍ତି। ‘ବଟୁକମ୍ମା’ ହେଉଛି ତେଲେଙ୍ଗାନାର ବାର୍ଷିକ ମହୋତ୍ସବ। ଯାହା ତେଲେଙ୍ଗାନାର ମହିଳାମାନେ ୯ ଦିନ ଧରି ପାଳନ କରନ୍ତି ଏବଂ ସଲମାନଙ୍କ ଫିଲ୍ମର ଏହି ନୂତନ ଗୀତ ଏହି ପର୍ବର ନାମରେ ନାମିତ। ଏହି ଗୀତରେ ସଲମାନ ପାରମ୍ପାରିକ ତେଲ୍‌ଗୁ ପୋଷାକରେ ଅଭିନୟ କରିଛନ୍ତି, ଯାହା ଆଞ୍ଚଳିକ ସଂସ୍କୃତି ପ୍ରତି ତାଙ୍କର ପ୍ରେମକୁ ଦର୍ଶାଉଛି। ଏହି ଗୀତଟି ସାଂସ୍କୃତିକ ସମୃଦ୍ଧିର ପ୍ରତୀକ ଏବଂ ଏଥିରେ ଉଭୟ ପାରମ୍ପାରିକ ଏବଂ ଆଧୁନିକ ସଙ୍ଗୀତ ଅଛି, ଯେଉଁଥିରେ ପୂଜା ହେଗଡେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି। ଏହି ଗୀତଟି ‘ବଟୁକମ୍ମା’ ମହୋତ୍ସବରେ ଶୁଟିଂ କରାଯାଇଥିଲା, ଯାହା ଏହାକୁ ଏକ ପ୍ରକୃତ ଅନୁଭବ ଦେଇଥାଏ ଏବଂ ସୁନ୍ଦର ତେଲ୍‌ଗୁ ସଂସ୍କୃତି ପାଇଁ ଏକ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଯାହା ସମଗ୍ର ବିଶ୍ୱରେ ଦର୍ଶକମାନେ ଉପଭୋଗ କରିବେ।

Share