ସୌଭାଗ୍ୟ ନଗରରେ ଖିମ୍‌ଜୀ ଜୁଏଲର୍ସର ନୂତନ ଶୋ’ରୁମ୍‌

ଭୁବନେଶ୍ୱର,୧୬।୧୦ (ଅଭୟ ଦାଶ): ରାଜ୍ୟର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସର ନୂତନ ଶୋ’ରୁମ୍‌ ରବିବାର ଭୁବନେଶ୍ୱରର ସୌଭାଗ୍ୟ ନଗରଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଖିମ୍‌ଜୀ ଜୁଏଲର୍ସର ଚେୟାରମ୍ୟାନ୍‌ ଦୀନେଶ ଖିମ୍‌ଜୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖିମ୍‌ଜୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ କିଶୋର ଖିମ୍‌ଜୀ, ନିର୍ଦ୍ଦେଶକ ମିତେଶ ଖିମଜୀ ଏବଂ ସୁମିତ୍‌ ଖିମ୍‌ଜୀଙ୍କ ସମେତ ଅନ୍ୟମାନେ ଉପସ୍ଥିିତ ଥିଲେ। ବିଶେଷ କରି ୫୦୦୦ ବର୍ଗଫୁଟ ପରିବ୍ୟାପ୍ତ ସ୍ଥାନରେ ଗଢି ଉଠିଥିବା ଏହି ନୂତନ ଶୋ’ରୁମ୍‌ରେ ରୁପା ଅଳଙ୍କାର ସମେତ ହଲ୍‌ମାର୍କ ସୁନା, ହୀରା ଏବଂ ପ୍ଲାଟିନମ୍‌ ଅଳଙ୍କାରର ଏକ ବିସ୍ତୃତ ସଂଗ୍ରହମାନ ଏଠାରେ ମଧ୍ୟ ଉପଲବ୍ଧ ରହିଛି। ଏହାବ୍ୟତୀତ ପୁରୁଣା ସୁନା ଅଳଙ୍କାରର ବଦଳ (ଏକ୍ସଚେଞ୍ଜ୍‌) ସୁବିଧା ମଧ୍ୟ ଏଠାରେ ଗ୍ରାହକମାନଙ୍କୁ ଯୋଗାଇ ଦିଆଯାଉଛି।

ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି, ଭୁବନେଶ୍ୱରରେ ଆମେ ଆମର ୩ୟ ଏବଂ ଓଡିଶାର ୮ମ ଷ୍ଟୋର୍‌ ଖୋଲି ବେଶ୍‌ ଉତ୍ସାହିତ ଅଛୁ, ବିଶେଷକରି ଆମର ଆକର୍ଷଣୀୟ ଅଳଙ୍କାର ଏବଂ ସର୍ବୋଚ୍ଚ ଗ୍ରାହକ ସେବାକୁ ପାଥେୟ କରି ଆମେ ଉଭୟ ସୌଭାଗ୍ୟ ନଗର ଅଞ୍ଚଳ ସମେତ ସହରବାସୀଙ୍କ ନିକଟତର ହେବା ପାଇଁ ବ୍ୟାପକ ପ୍ରୟାସ ଓ ଯୋଜନା କରିଛୁ। ଅପରପକ୍ଷରେ ଭୁବନେଶ୍ୱରର ଆମର ପ୍ରିୟ ଗ୍ରାହକଙ୍କ ପାଇଁ ଆମର ବ୍ରାଣ୍ଡ୍‌କୁ ଅଧିକ ସୁଗମ କରିବା ହେଉଛି ଆମର ଲକ୍ଷ୍ୟ। ଏହି ସମ୍ପ୍ରସାରଣ ଗ୍ରାହକଙ୍କୁ ସର୍ବୋତ୍ତମ ସେବା ପ୍ରଦାନ କରିବା ପାଇଁ ରହିଥିବା ଆମର ଦାୟିତ୍ୱକୁ ପ୍ରତିଫଳିତ କରିବ। ସେହିଭଳି ଖିମ୍‌ଜୀ ଜୁଏଲର୍ସରେ ରିଟେଲ୍‌ଡ୍‌ ହୋଇଥିବା ସମସ୍ତ ଅଳଙ୍କାର ବିଆଇଏସ୍‌ ହଲ୍‌ମାର୍କ ଏବଂ ସମସ୍ତ ହୀରା ଆଇଜିଆଇ ସାର୍ଟିଫାୟାର୍ଡ ଅଟେ।
ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଖିମଜୀର ଏହା ଅଷ୍ଟମ ଶୋ’ରୁମ୍‌ ହୋଇଥିବାବେଳେ ଭୁବନେଶ୍ୱରରେ ୩ୟ ଆଉଟଲେଟ ସୌଭାଗ୍ୟ ନଗରଠାରେ ଶୁଭାରମ୍ଭ ହୋଇଛି। ଏହା ପୂର୍ବରୁ ଭୁବନେଶ୍ୱରର ଶହୀଦନଗର ଏବଂ ଚନ୍ଦ୍ରଶେଖରପୁରଠାରେ ଖିମଜୀର ଏକ୍ସକ୍ଲୁସିଭ ଆଉଟଲେଟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛୋଲେ-ଭଟୁରେ ତିଆରି କଲେ ପ୍ରିୟଙ୍କା ଗାନ୍ଧୀ, ସୋସିଆଲ ମିଡିଆରେ ଫଟୋ ସେୟାର କରି ରାହୁଲ କହିଲେ…

ନୂଆଦିଲ୍ଲୀ,୧୩।୯: କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଛୋଲେ-ଭଟୁରେର ଏକ ଫଟୋ ସେୟାର କରିଛନ୍ତି…

ଆକାଶ ଆନନ୍ଦଙ୍କ ଉପରେ ପୁଣି ବର୍ଷିଲେ ମାୟାବତୀ, ମୁଁ ଅସୁସ୍ଥ…..

ଲକ୍ଷ୍ନୌ,୧୩।୯: ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ ରବିବାର ଗଣମାଧ୍ୟମ ସହ ଆଲୋଚନା କରି ଆକାଶ ଆନନ୍ଦଙ୍କୁ ନେଇ ପୁଣି ବଡ଼ ଅଭିଯୋଗ ଆଣିଛନ୍ତି ।…

ଆସନ୍ତା ସପ୍ତାହରେ ପୁଣି ଭିଜିବ ଓଡ଼ିଶା: ୧୪ରୁ ୧୯ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୩/୯: ଆସନ୍ତା ସପ୍ତାହରେ ପୁଣି ଥରେ ଭିଜିବ ଓଡ଼ିଶା। ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସୂଚନା ମିଳିଛି।…

ଗୋବିନ୍ଦାଙ୍କ ସହ ସମ୍ପର୍କରେ ତିକ୍ତତା ମଧ୍ୟରେ, ସୁନିତା ଆହୁଜା କରିବାକୁ ଯାଉଛନ୍ତି ଏମିତି କାମ ଯାହାକୁ ନେଇ ଉଠିପାରେ ବିରାଟ ଝଡ଼! କହିଲେ ଗଣେଶ ପୂଜା ସୁଦ୍ଧା…

ମୁମ୍ବାଇ,୧୩।୯: ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ମଧ୍ୟରେ ଚାଲିଥିବା ମନୋମାଳିନ୍ୟ ସମ୍ପ୍ରତି ସୋସିଆଲ ମିଡିଆ ଏବଂ ଚଳଚ୍ଚିତ୍ର ଜଗତରେ ଚର୍ଚ୍ଚାର ବିଷୟ…

ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହା ଛକ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବେକକୁ ଏକ…

ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍‌ଘାଟନ କରି ବିଧାୟକ କହିଲେ…

ଭଞ୍ଜନଗର,୧୩ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଜିଲୁଣ୍ଡିପଲ୍ଲୀସ୍ଥିତ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ…

କେନ୍ଦ୍ର ସରକାରଙ୍କ ବଡ଼ ସୂଚନା, ୧୫ ସେପ୍ଟେମ୍ୱରରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର!

ନୂଆଦିଲ୍ଲୀ,୧୩।୯: ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ବୃଦ୍ଧି କରାଯାଇଥିବା ସମୟସୀମା ଅନୁଯାୟୀ, ବର୍ତ୍ତମାନ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଇ-କେୱାଇସି (eKYC) କରିବାକୁ ପଡ଼ିବ। ର୍ନିଦ୍ଧାରିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?