ଲାଞ୍ଜିଗଡ,୯।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଗଠନ ବୁଧବାର ଅନୁଷ୍ଠିତ ହୋଇଯାଇଛିI ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦ୍ମଲୋଚନ ସୁନାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ଭାବେ ବସନ୍ତପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷୀରୋଦ କୁମାର ମଲ୍ଲିକ , ସିଆରସିସି ଜଳନ୍ଧର ମାଝୀ, ଶିକ୍ଷକ ରାଧାମାଧବ ରଥ, ମନୋଜ କୁମାର ମହାକୁଡ଼, ହିରଣ୍ୟ କୁମ୍ଭାର, ଡମ୍ବରୁଧର ସାହୁ, ଦୁର୍ଗା ମାଧବ ମହାକୁଡ଼, ଦୁର୍ଯ୍ୟୋଧନ ନାଏକ, ପ୍ରଭାତୀ ମଲ୍ଲିକ, ସୋନାଲି ବେହେରା, ନଳିନୀ ମୁଣ୍ଡଛିନ୍ନା ପ୍ରମୁଖ ନୂତନ କମିଟି ଗଠନରେ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଥମେ ପୁରୁଣା କମିଟି ଭଙ୍ଗ କରାଯାଇଥିଲା । ଅଭିଭାବକମାନଙ୍କ ମଧ୍ୟରୁ ପ୍ରଥମେ ୧୫ ଜଣଙ୍କୁ ପରିଚାଳନା କମିଟି ସଦସ୍ୟ ଭାବେ ଚୟନ କରାଯାଇଥିଲା । ତା’ପରେ ସେହି ୧୫ ଜଣ ସଦସ୍ୟଙ୍କ ମଧ୍ୟରୁ ସଭାପତି ଓ ଉପସଭାପତି ଭାବେ ଚୟନ କରାଯାଇଥିଲା ଏବଂ ୧୩ ଜଣ ସଦସ୍ୟ ସଭ୍ୟସଭ୍ୟା ଭାବେ ରହିଲେ । ଏହି ପରିପେକ୍ଷୀରେ ନୂତନ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭାବେ ଚାରୁଚନ୍ଦ୍ର ନାଗ ଓ ଉପସଭାନେତ୍ରୀ ଭାବେ ଶାନ୍ତିଲତା ପ୍ରଧାନୀଙ୍କୁ ସର୍ବ ସମ୍ମତି କ୍ରମେ ୨ ବର୍ଷ ପାଇଁ ମନୋନୀତ ହୋଇଥିଲେ। କମିଟି ସଦସ୍ୟ ଭାବେ ୫ ଜଣକୁ ଚୟନ କରାଯାଇଥିବା ବେଳେ କମିଟି ସଚିବ ବିଦ୍ୟାଳୟ ପ୍ରଧାନଶିକ୍ଷକ ପଦ୍ମଲୋଚନ ସୁନା, ବିଦ୍ୟାଳୟ ଶିକ୍ଷକ ପ୍ରତିନିଧି ମନୋଜ କୁମାର ମହାକୁଡ଼, ୱାର୍ଡ ମେମ୍ବର ଚନ୍ଦ୍ର ନାଏକ, ସଦସ୍ୟା ଭାବେ ଅଙ୍ଗନଓ୍ବାଡି କର୍ମୀ ନୃପତି ଭୋଇ, ଆଶାକର୍ମୀ ସରସ୍ବତୀ ଦଳେଇ ପ୍ରମୁଖ ମନୋନୀତ ହୋଇଥିବା ବେଳେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। ଶେଷରେ ସମସ୍ତ ମନୋନୀତ ସଭାପତି, ସଭାନେତ୍ରୀ, ସଭ୍ୟସଭ୍ୟା ଓ ସଦସ୍ୟସଦସ୍ୟାମାନେ ଗଣେଶ ମୂର୍ତ୍ତି ପାଖରେ କମିଟି କିଭଳି ସୁଚାରୁ ରୂପେ ପରିଚାଳନା କରାଯିବ ସେନେଇ ଶପଥ ନେଇଥିଲେ। ଏହି ପରିଚାଳନା କମିଟି ଗଠନ କାର୍ଯ୍ୟକ୍ରମରେ ୨ ଶହରୁ ଅଧିକ ଅଭିଭାବକ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ସହଯୋଗ କରିଥିବାବେଳେ ଶେଷରେ ଶିକ୍ଷକ ରାଧାମାଧବ ରଥ ଧନ୍ୟବାଦ ଅର୍ପଣ କରିଥିଲେ।