Posted inଖେଳ

ଚର୍ଚ୍ଚାରେ ଆଇପିଏଲ୍‌ର ନୂଆ ନିୟମ

ଆଇପିଏଲ୍‌ରେ ଏଥର କେତେକ ନୂଆ ନିୟମକୁ ପରୀକ୍ଷାମୂଳକ ଭାବେ ପ୍ରଚଳନ କରାଯାଇଛି। ଫିଲ୍ଡ ଅମ୍ପାୟର୍‌ଙ୍କ ଦାୟିତ୍ୱ କିଛିମାତ୍ରାରେ କମାଇ ଦିଆଯାଇଥିବା ବେଳେ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର ଦେଖିବାକୁ ମିଳୁଛି। ଏଥର ଗୋଟିଏ ଦଳରେ ୧୧ ବଦଳରେ ୧୨ ଜଣ ଖେଳାଳି ପରିସ୍ଥିତି ଅନୁସାରେ ଖେଳିପାରୁଛନ୍ତି। ଇମ୍ପାକ୍ଟ ସବ୍‌ଷ୍ଟିଚ୍ୟୁଟ୍‌ ଖେଳାଳି ନିୟମ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି…

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇ ପିଏଲ୍‌)ର ୧୬ତମ ସଂସ୍କରଣରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ମ୍ୟାଚ୍‌ଗୁଡିକ ବେଶ୍‌ ଚର୍ଚ୍ଚାରେ ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବା ବିଶ୍ୱର ଏହି ଶ୍ରେଷ୍ଠ ଟି୨୦ ପ୍ରିମିୟର ଲିଗ୍‌ର ଅନେକ ମ୍ୟାଚ୍‌ରେ ବିପର୍ଯ୍ୟୟ ସୃଷ୍ଟି ହୋଇଛି। କେତେକ ନୂଆ ନିୟମକୁ ଏଥର ବିସିସିଆଇ ପରୀକ୍ଷାମୂଳକ ଭାବେ ପ୍ରଚଳନ କରିଛି, ଯାହାକି ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ଫିଲ୍ଡ ଅମ୍ପାୟର୍‌ଙ୍କ ଦାୟିତ୍ୱ କିଛିମାତ୍ରାରେ କମାଇ ଦିଆଯାଇଥିବା ବେଳେ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର ଦେଖିବାକୁ ମିଳୁଛି। ଏଥର ଗୋଟିଏ ଦଳରେ ୧୧ ବଦଳରେ ୧୨ ଜଣ ଖେଳାଳି ସାମିଲ ହୋଇପାରୁଛନ୍ତି। ଟସ୍‌ ପରେ ପ୍ଲେୟର ଲିଷ୍ଟ ଦେବା, ଇମ୍ପାକ୍ଟ ପ୍ଲେୟର ନିୟମ, ଅନେକ ସମୟରେ ୱାଇଡ୍‌ ଓ ନୋ ବଲ୍‌ ପାଇଁ ତୃତୀୟ ଅମ୍ପାୟରଙ୍କ ସହାୟତା ନେବା, ଖେଳାଳିମାନଙ୍କୁ ଅଧିକ ଆଘାତରୁ ରକ୍ଷା କରିବା ଆଦି ନିୟମ ପ୍ରଣୟନ କରାଯାଇଛି। ପ୍ରଥମ ଦଳ ଭାବେ ଚେନ୍ନାଇ ସୁପର କିଙ୍ଗ୍ସ ଇମ୍ପାକ୍ଟ ଖେଳାଳିଙ୍କୁ ଖେଳାଇଥିଲା। ତୁଷାର ଦେଶ୍‌ପାଣ୍ଡେ ଆଇପିଏଲ ଇତିହାସରେ ପ୍ରଥମ ଇମ୍ପାକ୍ଟ ଖେଳାଳିଭାବେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଖେଳିଥିଲେ। ଇମ୍ପାକ୍ଟ ଖେଳାଳିଭାବେ ସୁଯୋଗପାଇ ଯେଉଁ କେତେଜଣ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି ତାଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଦଳର ଆୟୂଷ ବଦୋନୀ।
ଅନେକ ଷ୍ଟାର ଖେଳାଳିଙ୍କ ଆହତ ସମସ୍ୟା ଟୁର୍ନାମେଣ୍ଟର ଗ୍ଲାମର କମାଇଛି। ଆହତ ଖେଳାଳିଙ୍କ ମଧ୍ୟରେ ଜନି ବେୟାରଷ୍ଟୋ, କେନ୍‌ ୱିଲିୟମସନ୍‌, ଶ୍ରେୟସ ଆୟର, ରଜତ ପଟିଦାର, କାଏଲ ଜେମିସନ, ଝେ ଚିଚାର୍ଡସନ, ପ୍ରସିଦ୍ଧ କ୍ରିଷ୍ଣା, ୱିଲ ଜ୍ୟାକ୍ସ, ଯଶ୍‌ପ୍ରୀତ ବୁମରା, ରିଷଭ ପନ୍ତ ସାମିଲ।
ପୂର୍ବ ସିଜନଗୁଡ଼ିକ ତୁଳନାରେ ଏଥର ଆଇପିଏଲ ସ୍ବତନ୍ତ୍ର ଏବଂ ରୋମାଞ୍ଚପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ଏହାର କେତେକ ଝଲକ ମଧ୍ୟ ଦେଖିବାକୁ ମିଳିଛି। କାରଣ ‘ଇମ୍ପାକ୍ଟ ପ୍ଲେୟର’ ନିୟମ ଯୋଗୁ ଦଳରେ ଶ୍ରେଷ୍ଠ ବ୍ୟାଟର ଏବଂ ବୋଲରଙ୍କୁ ଠିକ୍‌ ସମୟରେ ବ୍ୟବହାର କରିବାକୁ ଅଧିନାୟକମାନେ ଚେଷ୍ଟା କରୁଛନ୍ତି। ଏହି ଇମ୍ପାକ୍ଟ ପ୍ଲେୟର ନିୟମକୁ ସରଳ ଭାଷାରେ(ଟାକ୍‌ଟିକାଲ ସବ୍‌ଷ୍ଟିଚ୍ୟୁଶନ) କୁହାଯାଉଛି। ଏହି ନିୟମ ଅନୁସାରେ କୌଣସି ମ୍ୟାଚ୍‌ର ଟସ୍‌ ପରେ ଉଭୟ ଦଳ ସେମାନଙ୍କର ଚୂଡ଼ାନ୍ତ ଏକାଦଶ ସମେତ ଆଉ ୫ ବଦଳ ଖେଳାଳିଙ୍କ ନାମ ଘୋଷଣା କରୁଛନ୍ତି। ମ୍ୟାଚ୍‌ ଚାଲିଥିବା ସମୟରେ ଦଳ ଚାହିଁଲେ ଅତିରିକ୍ତ ପାଞ୍ଚଜଣଙ୍କ ମଧ୍ୟରୁ ଯେକୌଣସି ଜଣେ ଖେଳାଳିଙ୍କୁ ଆବଶ୍ୟକ ଅନୁଯାୟୀ ବଦଳାଇ ପାରୁଛନ୍ତି। ଚୂଡ଼ାନ୍ତ ଏକାଦଶ ମଧ୍ୟରୁ ଜଣେ ଖେଳାଳିଙ୍କୁ ବାଦ୍‌ ଦେଇ ଉକ୍ତ ସ୍ଥାନରେ ଅତିରିକ୍ତ ଖେଳାଳି ମଧ୍ୟରୁ ଜଣଙ୍କୁ ସାମିଲ କରାଯାଉଛି। ଉଭୟ ଇନିଂସ୍‌ର ୧୪ ଓଭର ମଧ୍ୟରେ ଏହି ଖେଳାଳିଙ୍କୁ ବଦଳା ଯାଇପାରୁଛି। ଶେଷ ୬ ଓଭର ମଧ୍ୟରେ କୌଣସି ଖେଳାଳିଙ୍କୁ ବଦଳାଯାଇ ପାରିବନାହିଁ। ମ୍ୟାଚ୍‌ ସମୟରେ ଟସ୍‌ ଯୋଗୁ ମିଳୁଥିବା ଅତିରିକ୍ତ ଫାଇଦାକୁ ଇମ୍ପାକ୍ଟ ପ୍ଲେୟର ନିୟମ ବଳରେ ଚ୍ୟାଲେଞ୍ଜ କରିହେଉଛି। ଭାରତୀୟ ଜଳବାୟୁରେ ସମସ୍ତ ଗ୍ରାଉଣ୍ଡରେ ରାତ୍ରି ସମୟରେ ଟସ୍‌ ବିଜୟୀ ଦଳ ମୁଖ୍ୟତଃ ଫିଲ୍‌ଡିଂ ନିଷ୍ପତ୍ତି ନେଉଥିବା ଦେଖାଯାଉଛି। ଅତ୍ୟଧିକ କାକର ଏବଂ ଓଦା ବଲ୍‌ ଯୋଗୁ ବ୍ୟାଟିଂ ସହଜ ହେଉଛି। ଉଭୟ ଦଳ ବିଭିନ୍ନ ପରିସ୍ଥିତିରେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ବ୍ୟାଟିଂ ଏବଂ ବୋଲିଂକୁ ଶକ୍ତିଶାଳୀ କରିବା ପାଇଁ ଏହି ନିୟମ କାର୍ଯ୍ୟକାରୀ କରାଯାଉଛି। ମାତ୍ର ନିୟମ ଅନୁସାରେ ଦଳରେ ମାତ୍ର ୧୧ଜଣ ବ୍ୟାଟର ବ୍ୟାଟିଂ କରିପାରିବେ। ମ୍ୟାଚ୍‌ ସମୟରେ କୌଣସି ଖେଳାଳି ଆଘାତପ୍ରାପ୍ତ ହେଲେ ତାଙ୍କ ସ୍ଥାନରେ ଆଉ ଜଣେ ଖେଳାଳିଙ୍କୁ ସାମିଲ କରିହେବ। ଯଦି କୌଣସି ବିଦେଶୀ ଖେଳାଳିଙ୍କୁ ମ୍ୟାଚ୍‌ର ୧୪ ଓଭର ମଧ୍ୟରେ ବଦଳାଯାଏ ତେବେ ଜଣେ ବିଦେଶୀ ଖେଳାଳି ହିଁ ଇମ୍ପାକ୍ଟ ଖେଳାଳି ରୂପେ ମ୍ୟାଚ୍‌ରେ ଖେଳିପାରିବେ।
ଟି୨୦ ନିୟମ ଅନୁଯାୟୀ କୌଣସି ବୋଲର ଗୋଟିଏ ଓଭରରେ ଗୋଟିଏ ମାତ୍ର ବାଉନ୍ସର ବୋଲିଂ କରିପାରିବ। କୌଣସି ବୋଲର ଗୋଟିଏ ଓଭରରେ ୨ଟି ବିମର ବୋଲିଂ କରି ବାସନ୍ଦ ହେବା ପୂର୍ବରୁ ମଧ୍ୟ ଖେଳାଳିଙ୍କୁ ପରିବର୍ତ୍ତନ କରାଯାଇପାରେ। ଏପରି ନୂତନ ନିୟମ ପୂର୍ବରୁ ଅଷ୍ଟ୍ରେଲିଆର ଲୋକପ୍ରିୟ ବିଗ୍‌ ବାସ ଲିଗ୍‌ରେ ପ୍ରୟୋଗ କରାଯାଇଛି। ମାତ୍ର ଏହାକୁ ‘ଏକ୍ସ ଫ୍ୟାକ୍ଟର’ ନିୟମ କୁହାଯାଉଛି। ତେବେ ଏହା ଇମ୍ପାକ୍ଟ ପ୍ଲେୟର ନିୟମଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏକ୍ସ ଫ୍ୟାକ୍ଟର ନିୟମରେ କୌଣସି ଖେଳାଳି ପୂର୍ବରୁ ବ୍ୟାଟିଂ କିମ୍ବା ବୋଲିଂ କରି ନ ଥିଲେ ଟିମ୍‌ ପରିସ୍ଥିତି ଅନୁଯାୟୀ ଖେଳାଳି ବଦଳ କରିପାରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦିନିକିଆ କ୍ରିକେଟରେ ୨୦୦୫ ଓ ୨୦୦୬ରେ ଆଇସିସି ’ସୁପର ସବ୍‌’ ନିୟମ ପ୍ରୟୋଗକରି ଫେଲ୍‌ ମାରିଥିଲା। ଏହାକୁ ନେଇ ଅନେକ ବିବାଦ ହୋଇଥିଲା। ଫଳରେ ଆଇସିସି ଏପରି ନିୟମକୁ ପ୍ରତ୍ୟାହାର କରିଥିଲା।
ଏବେ ୱାଇଡ୍‌ ଏବଂ ନୋ’ବଲ୍‌ ପାଇଁ ମଧ୍ୟ ଡିଆରଏସ୍‌ ନିୟମ ଲାଗୁ କରାଯାଉଛି। ଫଳରେ ଅନେକ ସମୟରେ ଖେଳରେ ବ୍ୟାଘାତ ସୃଷ୍ଟିହେବା ସହ ଅଯଥା ସମୟ ନଷ୍ଟ ହେଉଛି। ବାରମ୍ବାର ରିଭ୍ୟୁ ପାଇଁ ତୃତୀୟ ଅମ୍ପାୟରର ସହାୟତା ନେବା ଫଳରେ ଫିଲଡ୍‌ ଅମ୍ପାୟର ସେମାନଙ୍କ ତ୍ରୁଟି ଟେକ୍ନୋଲୋଜି ମାଧ୍ୟମରେ ଦେଖିବା ପରେ ଚାପରେ ରହୁଥିବାର ଦେଖିବାକୁ ମିଳୁଛି, ଯାହାକୁ ନେଇ ଆଇପିଏଲ ଆରମ୍ଭରୁ ବିତର୍କ ଆରମ୍ଭ ହୋଇଯାଇଛି। ଅବଶ୍ୟ ଖେଳକୁ ଅଧିକ ତ୍ରୁଟିଶୂନ୍ୟ କରିବାକୁ ବିସିସିଆଇର ଟେକ୍ନିକାଲ୍‌ କମିଟି ଏପରି ପଦକ୍ଷେପ ନେଇଛି। ତଥାପି ଟେକ୍ନୋଲୋଜିର ବହୁଳ ପ୍ରୟୋଗ ଖେଳକୁ ଅନାକର୍ଷଣୀୟ କରିବା ସମ୍ଭାବନା ରହିଛି। ଫିଲ୍ଡ୍‌ ଅମ୍ପାୟରମାନେ ଚାପଗ୍ରସ୍ତ ହୋଇ ସହଜ ନିଷ୍ପତ୍ତିଗୁଡିକୁ ‘ରେଫରାଲ’ ପାଇଁ ବାରମ୍ବାର ପଠାଉଥିବାରୁ ଏହା ଆଲୋଚନାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri