ଆଜିଠାରୁ ଲାଗୁହେବ ନୂଆ ଦର, ପହିଲାରୁ ବଢିବ ଗାଡି,ବୀମା,ବ୍ୟାଙ୍କ ଋଣ

ନୂଆଦିଲ୍ଲୀ,୧।୪: ନୂତନ ଆର୍ଥକ ବର୍ଷ (୨୦୨୪-୨୫ ଆର୍ଥିକ ବର୍ଷ)ର ଆରମ୍ଭରୁ ନୂଆ ଦର ଲାଗୁ ହେବ ବୋଲି ବହୁ ପୂର୍ବର ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରଗୁଡିକ ପକ୍ଷରୁ ଘୋଷଣା କରାଯାଇଛି। ବିଶେଷ କରି ଚଳିତ ଲୋକସଭା ଓ କେତେକ ରାଜ୍ୟର ବିଧାନସଭା ନିର୍ବାଚନ ସହିତ କଞ୍ଚାମାଲର ଅଭାବ, ଦରଦାମ ବୃଦ୍ଧି ସହ ଅନ୍ତରାଷ୍ଟ୍ରୀୟ ସମସ୍ୟା ଏବଂ ୟୁଏସ ଫେଡରାଲ ବ୍ୟାଙ୍କର ସୁଧ ହାର ବୃଦ୍ଧି କାରଣରୁ ଘରୋଇ ବଜାରରେ ଦରଦାମ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା/ଆଶାଙ୍କ ରହିଛି।

ସେହିଭଳି ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀଗୁଡିକ ମଧ୍ୟ ୨୦୨୪-୨୫ ଆର୍ଥିକ ବର୍ଷ ଆରମ୍ଭରୁ ନୂଆ ଦର ଲାଗୁ କରିବେ ବୋଲି ଟାଟା,ଟୟୋଟା, ହୋଣ୍ଡା, ଏମ ଆଣ୍ଡ ଏମ, ମାରୁତି ସୁଜୁକି, କିଆ ଓ ହ୍ୟୁଣ୍ଡାଇ ମୋଟର୍ସ ଭଳି କମ୍ପାନୀଗୁଡିକ ପକ୍ଷରୁ ବହୁ ପୂର୍ବରୁ ଘୋଷଣା କରାଯାଇଛି।

ସେହିପରି ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କର ସୁଧହାର (ବ୍ୟାଙ୍କ ଋଣ) ସମେତ ଅନ୍ୟାନ୍ୟ ଋଣ ଗୁଡିକରେ ମଧ୍ୟ ସୁଧ ହାର ବଢାଇବାକୁ ବ୍ୟାଙ୍କଗୁଡିକ ପକ୍ଷରୁ ଯୋଜନା କରାଯାଇଛି। ଅପରପକ୍ଷରେ ଉଭୟ ସରକାରୀ ଓ ଘରୋଇ ବୀମା କମ୍ପାନୀଗୁଡିକ ମଧ୍ୟ ଇକୁଏଟେଡ ମନଥିଲି ଇନଷ୍ଟଲମେଣ୍ଟ (ଇଏମଆଇ) ହାରରେ ବୃଦ୍ଧି କରିବେ ବୋଲି ବହୁ ପୂର୍ବରୁ ଘୋଷଣା କରିଛନ୍ତି।

ଏ ନେଇ ବଜାର ବିଶେଷଜ୍ଞମାନେ କହିଛନ୍ତି, ଘରୋଇ ବଜାରରେ ଦରଦାମ ବୃଦ୍ଧି ଏକ ପ୍ରମୁଖ କାରଣ ହୋଇଥିଲାବେଳେ ଉତ୍ପାଦକ ଓ ନିର୍ମାତମାନେ ମଧ୍ୟ କଞ୍ଚାମାଲର ଅଭାବ ଓ ସରକାରୀ ନୀତିକୁ ଦୋଷ ଦେବା ସହିତ ବଜାରର ଆବଶ୍ୟକତା ପୂରଣ ପାଇଁ ଦରବୃଦ୍ଧିକୁ ପ୍ରମୁଖ ଅସ୍ତ୍ର କରିଥିଲାବେଳେ ଖାଉଟି ଓ ଗ୍ରାହକ ଅତିରିକ୍ତ ଖର୍ଚ୍ଚରେ ହନ୍ତସନ୍ତ ହେଉଛନ୍ତି। ଅପରପକ୍ଷରେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସରକାର ମଧ୍ୟ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବେ କମ୍ପାନୀଗୁଡିକଠାରୁ ସହଯୋଗ ପାଇଥିବାରୁ ବର୍ତ୍ତମାନ ସମୟରେ କୌଣସି ନିଷ୍ପତ୍ତି ବା ପଦକ୍ଷେପ ଗ୍ରହଣ କରିବେ ନାହିଁ, ଫଳରେ ଖାଉଟି ନୂଆ ଓ ଉଚ୍ଚ ଦରରେ ସେମାନଙ୍କ ଆବଶ୍ୟକତା ଓ ଚାହିଦା ମେଣ୍ଟାଇବାକୁ ବାଧ୍ୟ ହେବେ ବୋଲି ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ଯୁଦ୍ଧ ମଧ୍ୟରେ ଏଲପିଜିକୁ ନେଇ ବଡ଼ ପଦକ୍ଷେପ ନେଲେ ସରକାର, ଏଣିକି…

ନୂଆଦିଲ୍ଲୀ,୨୩।୩: ଉପସାଗରୀୟ ଦେଶଗୁଡ଼ିକରେ ଚାଲିଥିବା ସଂଘର୍ଷ ଏବେ ଭାରତର ଶକ୍ତି ଯୋଗାଣକୁ ପ୍ରଭାବିତ କରୁଛି। ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି, ଯାହା ଫଳରେ…

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ବଡ଼ କଥା କହିଦେଲେ ମୋଦି; LPGକୁ ପ୍ରାଥମିକତା, ତେଲକୁ ନେଇ କହିଲେ…

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଲୋକସଭାରେ ଅଭିଭାଷଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ପଶ୍ଚିମ ଏସିଆରେ…

ସୁନା୬,୭୦୦ ଏବଂ ରୂପା ୧୨,୭୦୦ ଟଙ୍କା କମିଲା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୩ ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ତୀବ୍ର ହ୍ରାସ ହୋଇଛି । MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri