Categories: ବାଣିଜ୍ୟ

ହାଉସିଫାଏ ଡେଭଲପର୍ସର ନୂତନ ପ୍ରକଳ୍ପ

ଭୁବନେଶ୍ୱର,୨୫।୪: ରାଜ୍ୟ ପ୍ରମୁଖ ଗୃହ ନିର୍ମାଣକାରୀ ସଂସ୍ଥା ହାଉସିଫାଏ ଡେଭଲପର୍ସର ନୂତନ ପ୍ରକଳ୍ପ ଅକ୍ଷୟ ତୃତୀୟା ଅବସରରେ ଉଦ୍‌ଘାଟିତ ହୋଇଯାଇଛି। ଏପରି କି ଭୁବନେଶ୍ୱର ନିକଟସ୍ଥ ବାରଙ୍ଗ ନୂଆ ରେଲ୍‌ୱେଷ୍ଟେଶନ ନିକଟରେ ହାଉସିଫାଏ ଡେଭେଲପର୍ସର ସାଢ଼େ ତିନି ଏକର ପରିମିତ ଜମିରେ ଉକ୍ତ ପ୍ରକଳ୍ପର ଶୁଭାରମ୍ଭ ସହ ଭୂମିପୂଜା ସମାପନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହାଉସିଫାଏ ଡେଭେଲପର୍ସର ଅଧ୍ୟକ୍ଷ ଡ. ଶୁଭାଶିଷ ଦାସ କହିଛନ୍ତି, ସହରର ବର୍ଦ୍ଧିତ ଚେହେରା ଓ ଗ୍ରାହକଙ୍କ ଚାହିଦାକୁ ଆଖିଆଗରେ ରଖି ଉକ୍ତ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ସେହିଭଳି ଆମେ ଏଠାରେ ତିନିଶହରୁ ଊର୍ଦ୍ଧ୍ୱ ୩ ବିଏଚ୍‌କେ ଫ୍ଲାଟ୍‌ ନିର୍ମାଣ ପାଇଁ ଆଶା ରଖିଛୁ। ଉକ୍ତ ପ୍ରକଳ୍ପରେ ଫ୍ଲାଟ୍‌ ପାଇବା ପାଇଁ ପଞ୍ଜୀକୃତ ବ୍ୟକ୍ତିମାନଙ୍କୁ ଗୁଣାତ୍ମକ ସେବା ଓ ସମୟାନୁବର୍ତ୍ତିତା ସହ ଘର ଯୋଗାଇଦେବା କ୍ଷେତ୍ରରେ ସମସ୍ତ ପ୍ରକାର ସ୍ବଚ୍ଛତା ଅବଲମ୍ବନ କରାଯିବ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ରାଜ୍ୟରେ ପେଲେଟ୍‌ ଷ୍ଟିଲ୍‌ ଉପତ୍ାଦନ ଓ ରପ୍ତାନି କ୍ଷେତ୍ରରେ ମଧ୍ୟ ଆମର ବ୍ୟବସାୟ ରହିଛି। ଏପରି କି ଆମେ ଉକ୍ତ ବ୍ୟବସାୟରେ ଅଦ୍ଭୁତପୂର୍ବ ସଫଳତା ମଧ୍ୟ ହାସଲ କରିପାରିଛୁ। ବିଶେଷକରି ବ୍ୟବସାୟର ପୂର୍ବ ଅଭିଜ୍ଞତା, ଦକ୍ଷତା ଓ ସଫଳତାକୁ ପାଥେୟକରି ଆଗାମୀ ଦିନରେ ଆମେ ରିୟଲ୍‌ ଇଷ୍ଟେଟ୍‌ ପ୍ରକଳ୍ପ ଜରିଆରେ ଗୃହ ନିର୍ମାଣ କରି ଶତ ପ୍ରତିଶତ ସଫଳତା ହାସଲ କରିପାରିବୁ ବୋଲି ଦୃଢ଼ ଆଶାବାଦୀ ରହିଛୁ ବୋଲି ସେ ମତପ୍ରକାଶ କରିଥିଲେ। ଉଲ୍ଲେଖଯୋଗ୍ୟ, ଭୂମିପୂଜନ ଉତ୍ସବରେ କମ୍ପାନୀର ବହୁ ବରିଷ୍ଠ ଅଧିକାରୀଙ୍କ ସହ ପ୍ରକଳ୍ପର ଅନ୍ୟତମ ନିର୍ଦ୍ଦେଶକ ବିଭୂତି ଦାସ ମଧ୍ୟ ଉପସ୍ଥିତ ଥିଲେ।

Share