Categories: ବାଣିଜ୍ୟ

ଟାଟା ଏଆଇଏ ଲାଇଫ୍‌ର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୩।୫ : ଟାଟା ଏଆଇଏ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ନୂତନ ଉତ୍ପାଦ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହାର ପ୍ରମୁଖ ଆନୁଇଟି ପ୍ଲାନ୍‌ ‘ଟାଟା ଏଆଇଏ ଲାଇଫ୍‌ ଫର୍ଚୁନ୍‌ ଗ୍ୟାରେଟିଂ ପ୍ଲାନ୍‌ର ନୂଆ ଶକ୍ତିଶାଳୀ ଅପ୍‌ଗ୍ରେଡ୍‌ ଭର୍ସନକୁ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏ ସମ୍ପର୍କରେ ଟାଟା ଏଆଇଏ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ସିଏଫ୍‌ଓ ସମିତ ଉପାଧ୍ୟାୟ କହିଛନ୍ତି, ଅବସର ପରବର୍ତ୍ତୀ ଖର୍ଚ୍ଚଗୁଡ଼ିକୁ ପରିଚାଳନା କରିବା ଲାଗି ଜୀବନବ୍ୟାପୀ ନିୟମିତ ଗ୍ୟାରେଣ୍ଟି ଆୟ ସହିତ ଟାଟା ଏଆଇଏ ଲାଇଫ୍‌ ଫର୍ଚୁନ୍‌ ଗ୍ୟାରେଣ୍ଟି ପେନ୍‌ସନ ପ୍ଲାନର ଶୁଭାରମ୍ଭ କରାଯାଇଛି। ଏହି ପ୍ଲାନ୍‌ ଗ୍ରାହକମାନଙ୍କୁ ଅବସର ଗ୍ରହଣ ପୂର୍ବରୁ ଯଥେଷ୍ଟ ସଞ୍ଚୟ କରିବାରେ ବେଶ୍‌ ସହାୟକ ହୋଇଥାଏ ଏବଂ ଯେତେବେଳେ ନିମୟିତ ଆୟ ବନ୍ଦ ହୋଇଯିବ, ସେତେବେଳେ ସ୍ଥିର ଆୟକୁ ଏହା ସୁନିଶ୍ଚିତ କରୁଛି।

 

Share