ଆଇସିପିଏର ନୂତନ ଉତ୍ପାଦ

ନୂଆଦିଲ୍ଲୀ ,୨୦।୧୧: ଦେଶର ପ୍ରମୁଖ ଫାର୍ମା କମ୍ପାନୀ ‘ଆଇସିପିଏ ହେଲ୍‌ଥ ପ୍ରଡକ୍ଟ୍‌ସ ଲିମିଟେଡ୍‌ (ଆଇସିପିଏ)ର ନୂତନ ଉତ୍ପାଦ ‘ହେକ୍ସିମେଟ୍ରୋ’ର ସର୍ବଭାରତୀୟ ସ୍ତରରେ ଉନ୍ମୋଚିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଇଣ୍ଡିଆନ ସୋସାଇଟି ଅଫ୍‌ ପେରିଓଡୋଣ୍ଟୋଲୋଜି (ଆଇଏସ୍‌ପି)ର ବାର୍ଷିକ ସମ୍ମିଳନୀ ଅବସରରେ କମ୍ପାନୀର ଉକ୍ତ ଉତ୍ପାଦକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଥିଲା। ଏପରିକି ଭୁବନେଶ୍ୱରଠାରେ ଆଇଏସ୍‌ପି ଦ୍ୱାରା ଏକ ୩ ଦିନିଆ ସମ୍ମିଳନୀର ଆୟୋଜନ ହୋଇଥିଲା। ଏଥିରେ ସାରା ଦେଶରୁ ବହୁ ସଂଖ୍ୟାରେ ପିରିଓଡୋଣ୍ଟିଷ୍ଟମାନେ ଅଂଶଗ୍ରହଣ କରିଥିଲେ। ଏ ସମ୍ପର୍କରେ ଆଇସିପିଏର ନିର୍ଦ୍ଦେଶକ ଆଭା ଦମାନୀ କହିଛନ୍ତି, ପିରିଓଡୋଣ୍ଟିଷ୍ଟ ଏବଂ ଇମ୍ପ୍ଲାଣ୍ଟୋଲୋଜିଷ୍ଟମାନଙ୍କ ପାଇଁ ଆଇଏସ୍‌ପି ନ୍ୟାଶନାଲ କନ୍‌ଫରେନ୍‌ସ ହେଉଛି ସବୁଠାରୁ ବଡ଼ ଇଭେଣ୍ଟ ଏବଂ ଏଠାରେ ହେକ୍ସିମେଟ୍ରୋର ଶୁଭାରମ୍ଭ ଏକ ବିଶେଷ ଉଦ୍ଦେଶ୍ୟରେ କରାଯାଇଛି। ସେହିଭଳି ଏ ପର୍ଯ୍ୟନ୍ତ ମାଉଥ୍‌ ଅଲ୍‌ସର ପାଇଁ ଆମର ତିନୋଟି ଟପିକାଲ୍‌ ଉତ୍ପାଦ ହେକ୍ସିଜେଲ୍‌, ମୁକୋପେନ୍‌ ଏବଂ ଟ୍ରିଓ ପ୍ଲାଷ୍ଟ ରହିଛି। ବିଶେଷକରି ହେକ୍ଟିମେଟ୍ରୋର ପରିଚୟ ବର୍ତ୍ତମାନ ଆମର ଆଣ୍ଟି-ଅଲସେରାଣ୍ଟ ପରିସରକୁ ଆହୁରି ବ୍ୟାପକ କରିବ ବୋଲି ସେ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ପିରିଓଡୋଣ୍ଟିଷ୍ଟମାନେ ପିରିଓଡୋଣ୍ଟାଲ ଏବଂ ପେରି-ଇମ୍ପ୍ଲାଣ୍ଟ ରୋଗର ନିରାକରଣ, ନିଦାନ ଏବଂ ଚିକିତ୍ସା କରିଥାନ୍ତି। ଏକ ପ୍ରେସ୍‌କ୍ରିପ୍‌ସନଭିତ୍ତିକ ଉତ୍ପାଦ, ହେକ୍ସିମେଟ୍ରୋ ଦେଶର ସ୍ଥାନୀୟ ଔଷଧ ଦୋକାନ ଏବଂ ଫାର୍ମାସୀଗୁଡ଼ିକରେ ଉପଲବ୍ଧ ହେବ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ନୂଆ ବର୍ଷ ପୂର୍ବରୁ EPFO ଜାରି କଲା ନୂଆ ଗାଇଡଲାଇନ୍‌, ଜାଣିରଖନ୍ତୁ…

ନୂଆଦିଲ୍ଲୀ,୨୨।୧୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କର୍ମଚାରୀ ପେନସନ ଯୋଜନା (EPS) ସହିତ ଜଡିତ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଯୋଗଦାନର ମାମଲାଗୁଡ଼ିକର ସମାଧାନ ପାଇଁ...

UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ

ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ନୂଆ ବର୍ଷ ଆରମ୍ଭରୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୨: ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ, ଏବଂ ନୂତନ ବର୍ଷ ଆସିବ। ଏହା ସହିତ, ନିୟମାବଳୀରେ ଅନେକ ପରିବର୍ତ୍ତନ ଦେଖାଯିବ ଯାହା...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri