ଆଇସିଆଇସିଆଇ ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୧୬।୧୦: ଆଇସିଆଇସିଆଇ ବ୍ୟାଙ୍କର ନୂତନ ଉତ୍ପାଦ ‘ଆଇ-ଫାଇନାନ୍ସ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି ଏହା ଜରିଆରେ ଗ୍ରାହକମାନେ ସଞ୍ଚୟ ଓ ଚଳନ୍ତି ଖାତାକୁ ଗୋଟିଏ ସ୍ଥାନରେ ଏକସଙ୍ଗେ ଦେଖିବାର ସୁଯୋଗ ପାଇବେ। ଏପରିକି ଉକ୍ତ ସୁବିଧାକୁ ଅନ୍ୟ ବ୍ୟାଙ୍କର ଗ୍ରାହକମାନେ ମଧ୍ୟ ହାସଲ କରିପାରିବେ। ସେହିଭଳି ବ୍ୟାଙ୍କର ଡିଜିଟାଲ୍‌ ପ୍ଲାଟଫର୍ମ ଆଇ-ମୋବାଇଲ୍‌ ପେ’ ଆପ୍‌, ରିଟେଲ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌, କର୍ପୋରେଟ୍‌ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ ଓ ଇନଷ୍ଟାବିଜ୍‌ ଭଳି ଆକାଉଣ୍ଟ୍‌ ଏଗ୍ରିଗେଟର ବ୍ୟବସ୍ଥା ଜରିଆରେ ସେମାନେ ଏହାର ଲାଭ ପାଇପାରିବେ। ସମସ୍ତ ଆକାଉଣ୍ଟ୍‌ର ଏକକ ଡ୍ୟାସ୍‌ବୋର୍ଡ ଭାବେ ଆଇ ଫାଇନାନ୍ସ କାର୍ଯ୍ୟ କରିବ। ଏପରିକି ଗ୍ରାହକମାନେ ଖାତା ବାଲାନ୍ସ ଯାଞ୍ଚ କରିପାରିବେ, ବ୍ୟୟ ଢାଞ୍ଚା ଉପରେ ମୂଲ୍ୟବାନ ସୂଚନା ହାସଲ କରିପାରିବେ ଏବଂ ଖାତା ଷ୍ଟେଟମେଣ୍ଟ୍‌ ଡାଉନ୍‌ଲୋଡ୍‌ କରିବା ଭଳି ବହୁ ସୁବିଧା ମଧ୍ୟ ପାଇପାରିବେ।

ଏ ସମ୍ପର୍କରେ ଆଇସିଆଇସିଆଇ ବ୍ୟାଙ୍କର ଡିଜିଟାଲ୍‌ ବ୍ୟାଙ୍କିଙ୍ଗ୍‌ ମୁଖ୍ୟ ସିଦ୍ଧାର୍ଥ ମିଶ୍ରା କହିଛନ୍ତି, ଆମ ଗ୍ରାହକମାନଙ୍କୁ ଭବିଷ୍ୟତ ଲାଗି ପ୍ରସ୍ତୁତ ଓ ଅଭିନବ ଡିଜିଟାଲ୍‌ ସମାଧାନ ପ୍ରଦାନ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ। ଆଇ-ଫାଇନାନ୍ସର ଶୁଭାରମ୍ଭ ସହିତ ଖାତା ତଥ୍ୟକୁ ଗୋଟିଏ ସ୍ଥାନରେ ଦେଖିବା ଏବଂ ସେମାନଙ୍କ ଫାଇନାନ୍ସ ଉପରେ ଉତ୍ତମ ନିୟନ୍ତ୍ରଣ ପ୍ରଦାନ କରିବା ଲାଗି ଆମ ଗ୍ରାହକଙ୍କ ସମେତ ଅନ୍ୟ ଗ୍ରାହକମାନଙ୍କୁ ତାହା ସକ୍ଷମ କରିବ। ଆକାଉଣ୍ଟ ଏଗ୍ରିଗେଟର ବ୍ୟବସ୍ଥାକୁ ବ୍ୟବହାର କରି ଗ୍ରାହକମାନଙ୍କୁ ମୁକ୍ତ ବ୍ୟାଙ୍କିଙ୍ଗର ସୁବିଧା ପ୍ରଦାନ କରିବା ନିମନ୍ତେ ବ୍ୟାଙ୍କ ପକ୍ଷରୁ ଏଭଳି ଏକ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏଥିରେ ରହିଥିବା ସ୍ବତନ୍ତ୍ର ସୁବିଧା ଜରିଆରେ ବ୍ୟବହାରକାରୀମାନେ ଏକ ସୁରକ୍ଷିତ ଓ ନିରାପଦ ଭାବେ ନିଜ ବ୍ୟୟ ଢାଞ୍ଚାର ଅନୁଶୀଳନ କରି ତାହାର ପରିଚାଳନା କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ସ୍ବରାଷ୍ଟ୍ର ମନ୍ତ୍ରୀ, ମୋଦିଙ୍କ ଜନ୍ମଦିନ ଠାରୁ ଆରମ୍ଭ ହେବ….

ନୂଆଦିଲ୍ଲୀ,୧୩।୯ : ୨୦୨୯ ପୂର୍ବରୁ ଭାଜପା ନେତୃତ୍ୱାଧୀନ NDA ସରକାର ୨୧ଟି ରାଜ୍ୟରେ ୟୁନିଫର୍ମ ସିଭିଲ୍ କୋଡ୍‌ (UCC) ଲାଗୁ କରାଯିବ । ଏଭଳି ଦାବି କରିଛନ୍ତି…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ବିଧାନସଭା ନିର୍ବାଚନ ପୂର୍ବରୁ AAPର ବଡ଼ ଘୋଷଣା; ଏହି ଦଳ ସହ କଲା ମେଣ୍ଟ

ନୂଆଦିଲ୍ଲୀ,୧୩।୯: ଆମ ଆଦମୀ ପାର୍ଟି (AAP) ଗୋଆ ବିଧାନସଭା ନିର୍ବାଚନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘୋଷଣା କରିଛି। ଗୋଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର…

ଆମେରିକା ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କଲେ ସି ଜିନପିଙ୍ଗ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲେ…

ନୂଆଦିଲ୍ଲୀ,୧୩।୯: ଦିଲ୍ଲୀରେ ଅନୁଷ୍ଠିତ BRICS ସମ୍ମିଳନୀ ୨୦୨୬ରେ, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ସହିତ ସମ୍ପର୍କ ଉନ୍ନତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ସୋସିଆଲ ମିଡିଆରେ ଚର୍ଚ୍ଚା; କିଶୋର କୁମାରଙ୍କ ଗୀତ ଗାଇଲେ ପ୍ରଧାନମନ୍ତ୍ରୀ, ସବୁ କହିଲେ….

ନୂଆଦିଲ୍ଲୀ,୧୩।୯: ଭାରତରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଗାଲା ଡିନରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?