ଆଇସିଆଇସିଆଇ ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୧୬।୧୦: ଆଇସିଆଇସିଆଇ ବ୍ୟାଙ୍କର ନୂତନ ଉତ୍ପାଦ ‘ଆଇ-ଫାଇନାନ୍ସ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି ଏହା ଜରିଆରେ ଗ୍ରାହକମାନେ ସଞ୍ଚୟ ଓ ଚଳନ୍ତି ଖାତାକୁ ଗୋଟିଏ ସ୍ଥାନରେ ଏକସଙ୍ଗେ ଦେଖିବାର ସୁଯୋଗ ପାଇବେ। ଏପରିକି ଉକ୍ତ ସୁବିଧାକୁ ଅନ୍ୟ ବ୍ୟାଙ୍କର ଗ୍ରାହକମାନେ ମଧ୍ୟ ହାସଲ କରିପାରିବେ। ସେହିଭଳି ବ୍ୟାଙ୍କର ଡିଜିଟାଲ୍‌ ପ୍ଲାଟଫର୍ମ ଆଇ-ମୋବାଇଲ୍‌ ପେ’ ଆପ୍‌, ରିଟେଲ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌, କର୍ପୋରେଟ୍‌ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ ଓ ଇନଷ୍ଟାବିଜ୍‌ ଭଳି ଆକାଉଣ୍ଟ୍‌ ଏଗ୍ରିଗେଟର ବ୍ୟବସ୍ଥା ଜରିଆରେ ସେମାନେ ଏହାର ଲାଭ ପାଇପାରିବେ। ସମସ୍ତ ଆକାଉଣ୍ଟ୍‌ର ଏକକ ଡ୍ୟାସ୍‌ବୋର୍ଡ ଭାବେ ଆଇ ଫାଇନାନ୍ସ କାର୍ଯ୍ୟ କରିବ। ଏପରିକି ଗ୍ରାହକମାନେ ଖାତା ବାଲାନ୍ସ ଯାଞ୍ଚ କରିପାରିବେ, ବ୍ୟୟ ଢାଞ୍ଚା ଉପରେ ମୂଲ୍ୟବାନ ସୂଚନା ହାସଲ କରିପାରିବେ ଏବଂ ଖାତା ଷ୍ଟେଟମେଣ୍ଟ୍‌ ଡାଉନ୍‌ଲୋଡ୍‌ କରିବା ଭଳି ବହୁ ସୁବିଧା ମଧ୍ୟ ପାଇପାରିବେ।

ଏ ସମ୍ପର୍କରେ ଆଇସିଆଇସିଆଇ ବ୍ୟାଙ୍କର ଡିଜିଟାଲ୍‌ ବ୍ୟାଙ୍କିଙ୍ଗ୍‌ ମୁଖ୍ୟ ସିଦ୍ଧାର୍ଥ ମିଶ୍ରା କହିଛନ୍ତି, ଆମ ଗ୍ରାହକମାନଙ୍କୁ ଭବିଷ୍ୟତ ଲାଗି ପ୍ରସ୍ତୁତ ଓ ଅଭିନବ ଡିଜିଟାଲ୍‌ ସମାଧାନ ପ୍ରଦାନ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ। ଆଇ-ଫାଇନାନ୍ସର ଶୁଭାରମ୍ଭ ସହିତ ଖାତା ତଥ୍ୟକୁ ଗୋଟିଏ ସ୍ଥାନରେ ଦେଖିବା ଏବଂ ସେମାନଙ୍କ ଫାଇନାନ୍ସ ଉପରେ ଉତ୍ତମ ନିୟନ୍ତ୍ରଣ ପ୍ରଦାନ କରିବା ଲାଗି ଆମ ଗ୍ରାହକଙ୍କ ସମେତ ଅନ୍ୟ ଗ୍ରାହକମାନଙ୍କୁ ତାହା ସକ୍ଷମ କରିବ। ଆକାଉଣ୍ଟ ଏଗ୍ରିଗେଟର ବ୍ୟବସ୍ଥାକୁ ବ୍ୟବହାର କରି ଗ୍ରାହକମାନଙ୍କୁ ମୁକ୍ତ ବ୍ୟାଙ୍କିଙ୍ଗର ସୁବିଧା ପ୍ରଦାନ କରିବା ନିମନ୍ତେ ବ୍ୟାଙ୍କ ପକ୍ଷରୁ ଏଭଳି ଏକ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏଥିରେ ରହିଥିବା ସ୍ବତନ୍ତ୍ର ସୁବିଧା ଜରିଆରେ ବ୍ୟବହାରକାରୀମାନେ ଏକ ସୁରକ୍ଷିତ ଓ ନିରାପଦ ଭାବେ ନିଜ ବ୍ୟୟ ଢାଞ୍ଚାର ଅନୁଶୀଳନ କରି ତାହାର ପରିଚାଳନା କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri