Categories: ଜାତୀୟ

‘ଅଜନ୍ତା ସୁଜ୍‌’ର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧: ଦେଶର ପ୍ରମୁଖ ଫୁଟ୍‌ୱିୟର ବ୍ରାଣ୍ଡ୍‌ ‘ଅଜନ୍ତା ସୁଜ୍‌’ର ନୂତନ ଉତ୍ପାଦ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍‌ର ପ୍ରଥମ ସ୍ବଦେଶୀ ନିର୍ମିତ ସ୍ମାର୍ଟ ସୁ ‘ନାଭିଗେଟର’କୁ ମଧ୍ୟ କମ୍ପାନୀ ବଜାର ପ୍ରବେଶ କରାଇଛି। ଏହି ପରିପ୍ରେକ୍ଷୀରେ ପୂର୍ବତନ ଭାରତୀୟ କ୍ରିକେଟିୟର ସୌରଭ ଗାଙ୍ଗୁଲିଙ୍କ ସମେତ ଇମ୍ପାକ୍ଟୋର ପ୍ରତିଷ୍ଠାତା ତଥା ‘ଅଜନ୍ତା ସୁଜ୍‌’ର ଏମ୍‌ଡି ସାଗନିକ ବନିକ୍‌ ଓ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଇମ୍ପାକ୍ଟୋର ପ୍ରତିଷ୍ଠାତା ତଥା ‘ଅଜନ୍ତା ସୁଜ୍‌’ର ଏମ୍‌ଡି ସାଗନିକ ବନିକ୍‌ କହିଛନ୍ତି, ବର୍ଷ ବର୍ଷ ଧରି ଅଜନ୍ତା ଗ୍ରାହକଙ୍କ ଇଚ୍ଛା ଏବଂ ପସନ୍ଦ ଅନୁଯାୟୀ ସାମଗ୍ରୀ ଉପଲବ୍ଧ କରାଇଥାଏ। ବିଶେଷକରି ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କମ୍ପାନୀ ସର୍ବଦା ନୂତନ ଉପତ୍ାଦ ବିକଶିତ କରିଥାଏ। ଏପରିକି ଜଣେ ସାଧାରଣ ବ୍ୟକ୍ତି ଯେଭଳି ଜଣେ ଆଥଲେଟ ହୋଇପାରିବେ, ସେହି ପ୍ରେରଣା ଯୋଗାଇବାକୁ ଇମ୍ପାକ୍ଟୋ ଲାଇନ ବିକଶିତ କରାଯାଇଛି।

Share