ମୁଲାୟମ ସିଂ ଯାଦବଙ୍କ ଉପରେ ଆସୁଛି ଫିଲ୍ମ: ପୋଷ୍ଟର ରିଲିଜ୍‌

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ରାଜନୀତିରେ ଜଣେ ଅଗ୍ରଣୀ ନେତା ଭାବେ ପରିଚିତ ମୁଲାୟମ ସିଂ ଯାଦବଙ୍କ ଉପରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଶୁଭେନ୍ଦୁ ରାଜ ଘୋଷ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରର ନାମ ‘ମେନ ମୁଲାୟମ ସିଂ ଯାଦବ’ ରଖାଯାଇଛି। ଫିଲ୍ମର ପ୍ରଥମ ଲୁକ ଜାରି ହୋଇଛି। ଯେଉଁଥିରେ ମୁଲାୟମ ସିଂ ବହୁତ ଶକ୍ତିଶାଳୀ ରୂପରେ ନଜର ଆସିଛନ୍ତି। ଏହି ଫିଲ୍ମର ପ୍ରଥମ ଲୁକ ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଛି। ମୁଲାୟମ ସିଂ ଯାଦବ ହେଉଛନ୍ତି ସେହି ବ୍ୟକ୍ତି ଯିଏ ପୁଞ୍ଜିବାଦ ଏବଂ ଅମଲାତନ୍ତ୍ର ପ୍ରାଧାନ୍ୟ ବିସ୍ତାର କଲାବେଳେ ରାଜନୀତିରେ ପାଦ ଦେଇଥିଲେ। ଏହି ଚଳଚ୍ଚିତ୍ରରେ ମିତ ସେଠୀ, ମିମୋହ ଚକ୍ରବର୍ତ୍ତୀ, ଗୋବିନ୍ଦ ନାମଦେବ, ମୁକେଶ ତିୱାରୀ, ଜରିନା ୱାହାବ ଏବଂ ସୁପ୍ରିୟା କର୍ନିକଙ୍କ ଭଳି ଅଭିନେତାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଫିଲ୍ମ କେବେ ରିଲିଜ ହେବ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

Share