ବାହୁଦାରେ ନୂଆ ବନ୍ଦର, ମହାନଦୀ ମୁହାଣରେ ଜାହାଜ ନିର୍ମାଣ କେନ୍ଦ୍ର

ପାରାଦୀପ, ୬ା୧୧(ଶରତ ରାଉତ): ଗଞ୍ଜାମ ଜିଲାର ବାହୁଦାରେ ନୂଆ ବନ୍ଦର ଏବଂ ପାରାଦୀପ ନିକଟ ମହାନଦୀ ମୁହାଣରେ ଜାହାଜ ନିର୍ମାଣ ଓ ମରାମତି କେନ୍ଦ୍ର ନିର୍ମାଣ ହେବ। ଏଥିପାଇଁ ୪୬ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାରାଦୀପ ବନ୍ଦରରେ ବୁଧବାର ଆୟୋଜିତ ବୋଇତ ବନ୍ଦାଣ ଉତ୍ସବ-୨୦୨୫ରେ ଯୋଗଦେଇ କହିଛନ୍ତି। ୨୦୧୫ରେ ପାରାଦୀପ ବନ୍ଦରର ପଣ୍ୟ ପରିବହନ କ୍ଷମତା ୭୧ ନିୟୁତ ଟନ୍‌ ଥିଲା, ଯାହା ବୃଦ୍ଧି ପାଇ ୨୦୨୫ରେ ୧୫୦ ନିୟୁତ ଟନ୍‌ରେ ପହଞ୍ଚିଛି। ପାରାଦୀପ ବନ୍ଦର ଆଧୁନିକ ଓଡ଼ିଶାର ପ୍ରଗତିର ଦ୍ୱାର, ଅର୍ଥନୀତିର କୋଣାର୍କ। ମାରି-ଟାଇମ୍‌ ଇଣ୍ଡିଆ ଭିଜନ ୨୦୩୦ ଅନୁସାରେ ବାର୍ଷିକ ୩୦୦ ନିୟୁତ ଟନ୍‌ ଓ ବିକଶିତ ଭାରତ ୨୦୪୭ ଯୋଜନା ଅନୁଯାୟୀ ୫୦୦ ନିୟୁତ ଟନ୍‌ ପର୍ଯ୍ୟନ୍ତ ପଣ୍ୟ ପରିବହନ କ୍ଷମତା ସହିତ ପାରାଦୀପ ବନ୍ଦରକୁ ଏକ ମେଗା ପୋର୍ଟ ଭାବେ ଗଢ଼ାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ପାରାଦୀପ ବନ୍ଦର ପକ୍ଷରୁ ୱେଟ୍‌ ବେସିନ୍‌ଠାରେ ବୁଧବାର ବୋଇତ ବନ୍ଦାଣ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସପତ୍ନୀକ ଯୋଗଦେଇ ପାରମ୍ପରିକ ଭାବେ ପୂଜା କରିଥିଲେ। ପରେ ସୁସଜ୍ଜିତ ବୋଇତକୁ ପତାକା ଦେଖାଇ ବିଦାୟ ଦେଇଥିଲେ। ପରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, ବୋଇତ ବନ୍ଦାଣ ଓ ବାଲିଯାତ୍ରା ଓଡ଼ିଶାର ଗୌରବମୟ ଐତିହ୍ୟର ପ୍ରତୀକ। ନୌବାଣିଜ୍ୟ ପରମ୍ପରା ଆଜି ବି ଓଡ଼ିଆ ଜନତାଙ୍କୁ ପ୍ରେରଣା ଦେଉଛି, ସେମାନେ ଧୈର୍ଯ୍ୟ ଓ ସାହସ ସହିତ ନୂଆ ଶିଖର ଛୁଇଁପାରିଛନ୍ତି। ଓଡ଼ିଶାର ପ୍ରଗତିରେ ପାରାଦୀପ ବନ୍ଦର ଅଗ୍ରଣୀ ଭୂମିକା ଗ୍ରହଣ ରହିଛି। ଏହା ଆଜି ଭାରତର ସର୍ବଶ୍ରେଷ୍ଠ ବୃହତ୍‌ ବନ୍ଦର ଭାବେ ପରିଚିତ ହୋଇଛି। ଓଡ଼ିଶା ସରକାର ଓ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ମିଳିତ ଭାବେ ଗଞ୍ଜାମ ଜିଲାର ବାହୁଦାଠାରେ ୨୧,୫୦୦ କୋଟି ଟଙ୍କା ବିନିଯୋଗରେ ଏକ ବୃହତ୍‌ ବନ୍ଦର ଗଢ଼ିବା ପାଇଁ ଯୋଜନା କରୁଛନ୍ତି। ସେହିପରି ମହାନଦୀ ମୁହାଣରେ ୨୪,୭୦୦ କୋଟି ଟଙ୍କା ବିନିଯୋଗରେ ଜାହାଜ ନିର୍ମାଣ ଓ ମରାମତି କେନ୍ଦ୍ର ସ୍ଥାପନ ହେବ। ଏହାସହ ପୁରୀରେ ବିଶ୍ୱସ୍ତରୀୟ କ୍ରୁଜ୍‌ ଟର୍ମିନାଲ୍‌ ଗଢ଼ାଯିବ। ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ବାଣିଜ୍ୟ, ପର୍ଯ୍ୟଟନ ଓ ଶିଳ୍ପ କ୍ଷେତ୍ରକୁ ନୂଆ ଦିଗ ଦେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
ସଭାରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି, ରାଜ୍ୟ ସରକାର ବନ୍ଦରକୁ କେନ୍ଦ୍ରକରି ଶିଳ୍ପ, ନିଯୁକ୍ତି ସୃଷ୍ଟି ଓ ଦକ୍ଷତା ବିକାଶରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ପାରାଦୀପ ବନ୍ଦରର ବିକାଶ କେବଳ ଓଡ଼ିଶାକୁ ନୁହେଁ, ସମଗ୍ର ଭାରତର ମାରିଟାଇମ୍‌ ଅର୍ଥନୀତିକୁ ଶକ୍ତିଶାଳୀ କରୁଛି। ପାରାଦୀପ ଆଜି କେବଳ ଏକ ବନ୍ଦର ନୁହେଁ, ଏହା ଓଡ଼ିଶାର ଅସୀମ ସମ୍ଭାବନା ଓ ନୂଆ ଭାରତ ଗଢ଼ିବାର ଶକ୍ତିର ପ୍ରତୀକ। ଜଗତ୍‌ସିଂହପୁର ଏମ୍‌ପି ବିଭୁ ପ୍ରସାଦ ତରାଇ କହିଛନ୍ତି, ଭବିଷ୍ୟତରେ ପାରାଦୀପ ବନ୍ଦରକୁ କେନ୍ଦ୍ର କରି ଏଠାରେ ଅନେକ ନୂତନ ଶିଳ୍ପ, ଶିକ୍ଷା ଓ ପରିବହନ ଆଧାରିତ ପ୍ରକଳ୍ପ ଆସିବ, ଯାହା ଜଗତ୍‌ସିଂହପୁର ଓ ସମଗ୍ର ଓଡ଼ିଶାର ଅର୍ଥନୈତିକ ମାନଚିତ୍ରକୁ ପରିବର୍ତ୍ତନ କରିଦେବ। ପାରାଦୀପର ସଫଳତା ହେଉଛି ଓଡ଼ିଶାର ଗର୍ବ ଓ ଭବିଷ୍ୟତ। ପାରାଦୀପ ବନ୍ଦର ଅଧ୍ୟକ୍ଷ ପି. ଏଲ୍‌.ହାରାନ୍ଧ କହିଛନ୍ତି, ଗତ ୪ ବର୍ଷ ଧରି ପାରାଦୀପ ବନ୍ଦର ନିରନ୍ତର ଭାବେ ନୂତନ ରେକର୍ଡ ସୃଷ୍ଟି କରିଛି। ପୂର୍ବ ୫୦ବର୍ଷର ସଫଳତାକୁ ଅତିକ୍ରମ କରିଛି। କ୍ଷମତା ବୃଦ୍ଧି, ବ୍ୟବସାୟିକ ପଦ୍ଧତିର ଉନ୍ନତି, ଦକ୍ଷତା ବିକାଶ ଓ ସମସ୍ତଙ୍କଠାରୁ ଅଧିକ ଟିମ୍‌ ପାରାଦୀପର ଅକ୍ଳାନ୍ତ ଶ୍ରମ ଏବଂ ସମର୍ପଣ ଯୋଗୁ ପାରାଦୀପ ବନ୍ଦର ଆଜି ଦେଶର ୧ ନମ୍ବର ଭାବେ ପରିଚିତ ହୋଇଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ଜେ. ସୋନାଲ, କେନ୍ଦ୍ରାଞ୍ଚଳ ଡିଆଇଜି ଡ. ସତ୍ୟଜିତ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ। ପାରାଦୀପ ବନ୍ଦର ଉପାଧ୍ୟକ୍ଷ ଅଲେଖ ଚରଣ ସାହୁ ଧନ୍ୟବାଦ ଦେଇଥିଲେ। ଏହାପରେ ମୁଖ୍ୟ ଅତିଥି ତଥା ସମସ୍ତ ସମ୍ମାନିତ ଅତିଥି ଜାହାଜ ତରଣୀରେ ବସି ବନ୍ଦର ପରିକ୍ରମା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଗଣାରେ ରୋଗୀଙ୍କୁ ମେଡିକାଲ ନେବାକୁ ନିଆରା ପ୍ରୟାସ: ଅଟୋ ଶୁଭାରମ୍ଭ କଲେ ବିଡିଓ

ବିଷମକଟକ,୩୧।୧ (ପ୍ରସନ୍ନ କୁମାର ପଣ୍ଡା) : ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ହାଟ ମୁନିଗୁଡ଼ା ପଞ୍ଚାୟତରେ ରୋଗୀ ସେବା ଯୋଗାଇଦେବାକ ଏକ ଛୋଟ ପ୍ରୟାସ କରାଯାଇଛି।…

ନଳିନୀ ବିଦ୍ୟା ମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ: ଜଣେ ଛାତ୍ରୀ ମୃତ, ୪୦ ଗୁରୁତର

ବିଷମ କଟକ, ୩୧।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ଚାଟିକଣା ପଞ୍ଚାୟତରେ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳନିତ ନଳିନୀ ବିଦ୍ୟାମନ୍ଦିରର ହଷ୍ଟେଲରେ ଶୁକ୍ରବାରଠାରୁ…

ଦାରିଙ୍ଗବାଡ଼ି ପ୍ରଶଂସାରେ ଶତମୁଖ ବିଦେଶୀ ପର୍ଯ୍ୟଟକ: ସାଇକେଲରେ ବୁଲିଲେ, ଇକୋ ରିଟ୍ରିଟ୍‌ରେ…

ଦାରିଙ୍ଗବାଡି, ୩୧।୧ (ଅରୁଣ ସାହୁ): ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଟିଏ। ଏଠାକୁ ବୁଲି ଆସିବାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ ପୁଣି…

ଅନାସ୍ଥା ପରେ ଖାଲି ପଡ଼ିଥିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ: ଉପାଧ୍ୟକ୍ଷ ବିଶ୍ୱନାଥଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

ଗୁଣପୁର,୩୧।୧(ସଂକେତ ପାତ୍ର)- ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ପରେ ଲକ୍ଷ୍ମୀ ଶବରଙ୍କ ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ ଗତ ୨୨ତାରିଖର ରଦ୍ଦ ହୋଇଥିଲା। ଏହାପରେ…

ଅବସର ନେଲେ ରାଜେନ୍ଦ୍ର କୁମାର, କେଏସୟୁବିର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ କୁମୁନ୍ଦ ମହାପାତ୍ର

ଭଞ୍ଜନଗର,୩୧।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଅଧ୍ୟକ୍ଷ ପଦବୀରୁ ଶନିବାର ଅବସର ନେଇଛନ୍ତି। ଏନେଇ ସନ୍ଧ୍ୟାରେ…

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ସୀମାନ୍ତ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ କଲା ବ୍ଲକ ପ୍ରଶାସନ 

ପଟ୍ଟାଙ୍ଗି,୩୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମାନ୍ତ ନେରିଡିବାଲସା ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୃହକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri