ନୂତନ ଥାନା, ଫାଣ୍ଡି ଦାବିରେ ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର,୭।୯(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଅପରାଧ ବଢ଼ିଚାଲିଛି। ଏଥିସହିତ ରାଜ୍ୟରେ ପୋଲିସ କର୍ମଚାରୀଙ୍କ ଅଭାବ ରହିଛି। ଏହାକୁ ନେଇ ଉଭୟ ଶାସକ ଓ ବିରୋଧୀ ଦଳ ସଭ୍ୟମାନେ ବିଧାନସଭାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜନସଂଖ୍ୟା ବଢୁଥିବାରୁ ରାଜ୍ୟରେ ଖାଲିଥିବା ପୋଲିସ ପଦବୀ ପୂରଣ କରିବା ସହ ନୂଆ ଥାନା ଓ ଫାଣ୍ଡି ସ୍ଥାପନ କରିବାକୁ ଦାବି କରିଛନ୍ତି।
ସୋମବାର ପ୍ରଶ୍ନୋତ୍ତର ବେଳେ ବିଜେଡି ସଭ୍ୟ ସତ୍ୟନାରାୟଣ ପ୍ରଧାନ ମୂଳ ପ୍ରଶ୍ନ ୧୨୧ରେ ପଚାରିଥିଲେ ଯେ, ନୟାଗଡ଼ ରାଜସୁନାଖଳା ସହର ଏକ ବ୍ୟବସାୟିକ ପେଣ୍ଠସ୍ଥଳ ପାଲଟିଛି। ଏଠାରେ ଥିବା ଫାଣ୍ଡି ରଣପୁର ଥାନାଠାରୁ ୧୫ କି.ମି. ଦୂରରେ ରହିଛି। ଜନସଂଖ୍ୟା ବୃଦ୍ଧି ସହିତ ଚୋରି, ଡକାୟତି, ରାହାଜାନି ଏବଂ ଚୋରାମଦ ବେପାର ବଢୁଥିବାରୁ ରାଜସୁନାଖଳା ଫାଣ୍ଡିକୁ ଥାନାରେ ପରିଣତ କରାଯାଉ। ଏଥିସହିତ ରଣପୁର ବ୍ଲକର ଖଇରପଲ୍ଲୀ ପଞ୍ଚାୟତର ଗରିଆଠାରେ ଏକ ଫାଣ୍ଡି ଖୋଲିବାକୁ ସରକାର ପଦକ୍ଷେପ ନେବେ କି ବୋଲି ପଚାରିଥିଲେ। ଗୃହ ରାଷ୍ଟ୍ରମନ୍ତ୍ରୀ ଦବ୍ୟ ଶଙ୍କର ମିଶ୍ର କହିଥିଲେ ଯେ, ରାଜସୁନାଖଳା ଫାଣ୍ଡିକୁ ଥାନାରେ ପରିଣତ କରିବା କିମ୍ବା ତରିଆଠାରେ ନୂତନ ଫାଣ୍ଡି ସ୍ଥାପନ କରିବା ପାଇଁ କୌଣସି ପ୍ରସ୍ତାବ ନାହିଁ। ଅତିରିକ୍ତ ପ୍ରଶ୍ନରେ କଂଗ୍ରେସ ସଦସ୍ୟ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା ନୂଆ ଥାନା ସ୍ଥାପନ କରିବା ନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟରେ ୬୮ଟି ନୂଆ ଥାନା, ୧୦୩ଟି ଫାଣ୍ଡି ଓ ୩ ଥାନାର ଅପ୍‌ଗ୍ରେଡ୍‌ କରିବା ପାଇଁ ୬୦ ଜଣ

ବିଧାୟକ ପ୍ରସ୍ତାବ ଦେଇଥିଲେ। ବାଚସ୍ପତିଙ୍କ ରୁଲିଂ ଓ ବିଧାୟକମାନଙ୍କ ପ୍ରସ୍ତାବ ପରେ ମଧ୍ୟ ଏହା କାର୍ଯ୍ୟକାରୀ ହେଉ ନ ଥିବାରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଜେଡି ସଭ୍ୟ ମୀନାକ୍ଷୀ ମହନ୍ତ, ଲତିକା ପ୍ରଧାନ, ଭାଜପା ସଭ୍ୟ କୁସୁମ ଟେଟେ, ସନାତନ ବିଜୁଳି ପ୍ରମୁଖ ନିଜ ନିଜ ଅଞ୍ଚଳରେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ନୂଆ ଫାଣ୍ଡି ଓ ଥାନା ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଥିଲେ। ରାଜ୍ୟରେ ଥାନା ଓ ଫାଣ୍ଡି ଖୋଲିବା ନେଇ ଗୃହରେ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟଙ୍କ ଉଦ୍‌ବେଗକୁ ଦେଖି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୁଲିଂ ଦେଇଛନ୍ତି। ସେ କହିଛନ୍ତି ଯେ, ୪୦ ଜଣରୁ ଊର୍ଦ୍ଧ୍ୱ ସଦସ୍ୟଙ୍କର ଉଦ୍‌ବେଗ ରହିଛି। ପୋଲିସ ଡିଜି, ଡିଆଇଜି କ୍ରାଇମବ୍ରାଞ୍ଚ ଓ ଗୃହ ସଚିବଙ୍କୁ ଡାକି ଆଲୋଚନା କରିବା ସହ ଗୃହରେ ଏ ନେଇ ଏକ ବିବୃତି ଦେବାକୁ ବାଚସ୍ପତି ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଭାଜପା ସଭ୍ୟ ଗଣେଶରାମ ସିଂ ଖୁଣ୍ଟିଆଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଅଗଷ୍ଟ ୧ ସୁଦ୍ଧା ୧୧,୪୫୬ ପୋଲିସ ପଦ ଖାଲି ପଡ଼ିଛି। ସେଥିରୁ ୧୩ ଡିଆଇଜି, ୧୫ ଏସ୍‌ପି, ୨୪୮ ଇନ୍ସପେକ୍ଟର ପଦବୀ ଖାଲି ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri