Categories: ଜାତୀୟ

ନୂଆ ସଂସଦରେ ଡାକ ଟିକଟ, ୭୫ ଟଙ୍କିଆ ମୁଦ୍ରା ଜାରି କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂଆ ସଂସଦ ଭବନର ଉଦ୍‌ଘାଟନ କରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଲୋକ ସଭାରେ ବାଚସ୍ପତିଙ୍କ ଆସନ ନିକଟରେ ଐତିହାସିକ ରାଜଦଣ୍ଡ ‘ସେଙ୍ଗୋଲ’ ସ୍ଥାପନ କରିଛନ୍ତି। ସଂସଦ ଗୃହର ଉଦ୍‌ଘାଟନ ପରେ ପ୍ରଧାନମନ୍ତ୍ରୀ ନୂତନ ସଂସଦ ଭିତରେ ଲୋକ ସଭାରେ ପହଞ୍ଚି ସେଠାରେ ଏକ ସ୍ବତନ୍ତ୍ର ସ୍ମରଣୀୟ ଡାକ ଟିକଟ ଏବଂ ୭୫ ଟଙ୍କିଆ ମୁଦ୍ରା ଜାରି କରିଛନ୍ତି। ଏହି ସମୟରେ ବିଭିନ୍ନ ଦଳର ଏମ୍‌ପି ତଥା ବିଶିଷ୍ଟ ନାଗରିକମାନେ ଉପସ୍ଥିତ ଥିଲେ।

ଉଦ୍‌ଘାଟନ ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏହା ୧୪୦ କୋଟି ଭାରତୀୟ ନାଗରିକଙ୍କ ଆକାଂକ୍ଷା ଏବଂ ସ୍ବପ୍ନର ପ୍ରତିଫଳନ। ଆଜି ସମଗ୍ର ବିଶ୍ୱ ଭାରତକୁ ସମ୍ମାନ ଓ ଭରସା ସହିତ ଦେଖୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି , ଯେତେବେଳେ ଭାରତ ଆଗକୁ ବଢିବ, ସେତେବେଳେ ବିଶ୍ୱ ମଧ୍ୟ ଆଗକୁ ବଢିବ। ଦେଶର ବିକାଶ ଯାତ୍ରାର କିଛି ମୁହୂର୍ତ୍ତ ଅମର ହୋଇଯାଏ ଏବଂ ଆଜି ଏପରି ଦିନ ଅଟେ।

Share