ସାମନ୍ତରାପୁରରେ ଖିମଜୀ ଜୁଏଲର୍ସର ନୂତନ ଆଉଟଲେଟ

ଭୁବନେଶ୍ୱର,୧୬।୯ (ଅଭୟ ଦାଶ): ଖିମ୍‌ଜୀ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟଲେଟ ରବିବାର ଭୁବନେଶ୍ୱରର ସାମନ୍ତରାପୁର ଛକଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଖିମ୍‌ଜୀ ଜୁଏଲର୍ସର ଚେୟାରମ୍ୟାନ ଦିନେଶ ଖିମ୍‌ଜୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖିମ୍‌ଜୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ କିଶୋର ଖିମଜୀ, ନିର୍ଦ୍ଦେଶକ ମିତେଶ୍‌ ଖିମ୍‌ଜୀ, ନିର୍ଦ୍ଦେଶକ ସୁମିତ୍‌ ଖିମ୍‌ଜୀ ଏବଂ ଖିମ୍‌ଜୀ ପରିବାରର ସଦସ୍ୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ସେହିଭଳି ୬୦୦୦ବର୍ଗଫୁଟ ପରବ୍ୟାପ୍ତ ସ୍ଥାନରେ ଗଢ଼ି ଉଠିଥିବା ଏହି ନୂତନ ଶୋ’ରୁମ୍‌ରେ ସୁନା, ହୀରା, ପ୍ଲାଟିନମ୍‌ ଏବଂ ରୁପା ଅଳଙ୍କାରର ବିସ୍ତୃତ କଲେକ୍ସନ ସହିତ ବିଭିନ୍ନ ପ୍ରକାର ଫ୍ୟାଶନ୍‌ ଗହଣା ଏବଂ କର୍ପୋରେଟ୍‌ ଉପହାରର ସମ୍ଭାର ଉପଲବ୍ଧ ରହିଛି। ସେହିପରି ଏହି ସ୍ବତନ୍ତ୍ର ଅବସରକୁ ସ୍ମରଣୀୟ କରିବା ପାଇଁ ଖିମଜୀ ଜୁଏଲର୍ସ ପକ୍ଷରୁ ସୁନା ଅଳଙ୍କାର ଗଢ଼ା ମଜୁରି ଉପରେ ୪୦% ରିହାତି ପ୍ରଦାନ କରାଯାଉଛି। ଏପରିକି ହୀରାଗହଣା ମୂଲ୍ୟରେ ୨୦% ରିହାତି ଏବଂ ରୁପାର ଗଢ଼ା ମଜୁରିରେ ୨୦% ରିହାତି ଏବଂ ରୁପାର ଏମ୍‌ଆର୍‌ପି ସାମଗ୍ରୀ ଉପରେ ୧୦% ଉଦଘାଟନୀ ରିହାତି ପ୍ରଦାନ କରାଯାଉଛି।
ଏ ସମ୍ପର୍କରେ ଖିମଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମଜୀ କହିଛନ୍ତି, ଆମର ଏହି ନୂତନ ଶୋ’ରୁମ୍‌ ଗ୍ରାହକଙ୍କୁ ଶ୍ରେଷ୍ଠ ଅଳଙ୍କାର ପ୍ରଦାନ କରିବା ପାଇଁ ବ୍ରାଣ୍ଡ୍‌ର ଅତୁଟ ପ୍ରତିଶ୍ରୁତିବଦ୍ଧତାର ପ୍ରତୀକ ହୋଇଥିଲାବେଳେ ଆମର ପୃଷ୍ଠପୋଷକଙ୍କ ନିରନ୍ତର ସମର୍ଥନ ଓ ଆନୁଗତ୍ୟ ପାଇଁ ଆମେ କୃତଜ୍ଞ ଅଛୁ। ଏହି ଷ୍ଟୋର ଭୁବନେଶ୍ୱରରେ ଆମର ଗ୍ରାହକମାନଙ୍କ ପାଇଁ ସପିଂ ଅଭିଜ୍ଞତାରେ ଉନ୍ନତି ଆଣିବା ସହିତ ଆମର ସମର୍ପଣର ଏକ ପ୍ରମାଣ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ। ଏହି ଅବସରରେ ଆମେ ଆମର କୃତଜ୍ଞତାର ପ୍ରତୀକ ଭାବେ ସ୍ବତନ୍ତ୍ର ରିହାତି ପ୍ରଦାନ କରୁଛୁ।
ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ ଖିମଜୀ ଜୁଏଲର୍ସର ଏହା ୪ର୍ଥ ଏବଂ ଓଡ଼ିଶାରେ ୯ମ ଶୋ‘ରୁମ ବୋଲି ପ୍ରତିଷ୍ଠାନ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଅପରପକ୍ଷରେ ଆଧୁନିକ ଡିଜାଇନ୍‌ ଏବଂ ବିଳାସପୂର୍ଣ୍ଣ ପରିବେଶ ସହିତ ଏହି ଶୋ’ରୁମକୁ ଏକ ଅବିସ୍ମରଣୀୟ ଅଳଙ୍କାର-ସପିଂ ଅନୁଭୂତି ପ୍ରଦାନ କରିବା ପାଇଁ ଯତ୍ନର ସହ ଡିଜାଇନ୍‌ କରାଯାଇଛି। ଏହି ଷ୍ଟୋରର ଲେଆଉଟ୍‌ ଗ୍ରାହକଙ୍କୁ ଖିମଜୀ ଜୁଏଲର୍ସର ଅସାଧାରଣ କାରିଗରି, କାଳଜୟୀ ସୁନା ଏବଂ ହୀରା ଅଳଙ୍କାରଠାରୁ ଆରମ୍ଭ କରି ସ୍ବତନ୍ତ୍ର ପ୍ଲାଟିନମ୍‌ ପିସ୍‌ ଏବଂ ଅଭିନବ ରୁପା ଏବଂ ଫ୍ୟାଶନ ଅଳଙ୍କାରକୁ କ୍ରୟ କରିବାର ସୁଯୋଗ ପ୍ରଦାନ କରିଥାଏ। ଏଠାରେ କର୍ପୋରେଟ୍‌ ଗିଫ୍ଟିଂ ସଲ୍ୟୁସନର ବଢୁଥିବା ଚାହିଦାକୁ ମଧ୍ୟ ପୂରଣ କରିବା ସହିତ କର୍ପୋରେଟ୍‌ ଗ୍ରାହକଙ୍କ ପାଇଁ ଅନନ୍ୟ ଏବଂ ସ୍ବତନ୍ତ୍ର ଉତ୍ପାଦ ପ୍ରଦାନ କରିଥାଏ। ଏହି ନୂତନ ଷ୍ଟୋର୍‌ ଅସାଧାରଣ ମୂଲ୍ୟ ଏବଂ ଏକ ସ୍ମରଣୀୟ ସପିଂ ଅନୁଭୂତି ପ୍ରଦାନ କରିବା ପାଇଁ ସମର୍ପିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri