ନୌ ପର୍ଯ୍ୟଟନ ପାଇଁ ନୂଆ ସୁଯୋଗ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): କେରଳ ଭଳି ଓଡ଼ିଶାକୁ ଦେଶର ପ୍ରମୁଖ ନୌ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବ। ଜଳକ୍ରୀଡ଼ା ସହ ଆମୋଦପୂର୍ଣ୍ଣ ଜଳ ପର୍ଯ୍ୟଟନର ବିକାଶ ହେବ। ଏସିଆର ସର୍ବବୃହତ୍‌ ଲୁଣି ହ୍ରଦ ଚିଲିକା, ୪୮୨ କିମି ସୁଦୀର୍ଘ ଉପକୂଳ, ୮ ବୃହତ୍‌ ଜଳଭଣ୍ଡାର ସହ ସୌନ୍ଦର୍ଯ୍ୟପୂର୍ଣ୍ଣ ଜଳାଶୟଗୁଡ଼ିକରେ ଜଳକ୍ରୀଡ଼ା, ଆମୋଦପୂର୍ଣ୍ଣ କ୍ରୀଡ଼ା ସହ ହାଉସ୍‌-ବୋଟ୍‌ ଭଳି ନୌ ପର୍ଯ୍ୟଟନ ପାଇଁ ରହିଛି ଅନେକ ସୁଯୋଗ। ଫ୍ଲୋଟିଂ ରେଷ୍ଟୁରାଣ୍ଟ, ଜେଟ୍‌ ସ୍କି, ସ୍ପିଡ୍‌ ବୋଟ୍‌, ବାନାନା ବୋଟ୍‌ ଓ ଓ୍ବାଟର ଜେଟି ଭଳି ଆକର୍ଷଣୀୟ ବ୍ୟବସ୍ଥା କରି ରାଜ୍ୟରେ ନୌ ପର୍ଯ୍ୟଟନର ଭିତ୍ତିଭୂମିକୁ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।
ରାଜ୍ୟ ପର୍ଯ୍ୟଟନ ବିଭାଗ ଜାତୀୟ ଜଳପଥ ଅଞ୍ଚଳର କେତେକ ଉପଯୁକ୍ତ ସ୍ଥାନରେ ନଦୀ ଜଳଯାତ୍ରା କରିବା ପାଇଁ ପଦକ୍ଷେପ ନେଇଥିବାବେଳେ ଭାରତ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ ବା ଇନ୍‌ଲାଣ୍ଡ୍‌ ଓ୍ବାଟରଓ୍ବେଜ୍‌ ଅଥରିଟି ଅଫ୍‌ ଇଣ୍ଡିଆ(ଆଇଡବ୍ଲ୍ୟୁଏଆଇ) ଏବଂ ଓଡ଼ିଶା ଆଭ୍ୟନ୍ତରୀଣ ଜଳ ପରିବହନ ବିଭାଗ ଏ ଦିଗରେ ଅନୁଧ୍ୟାନ କରୁଛି। ଓଡ଼ିଶାରେ ନୌ ପର୍ଯ୍ୟଟନର ବିକାଶ ନିମନ୍ତେ ଆଇଡବ୍ଲ୍ୟୁଏଆଇ ସହାୟତାରେ ବିଭିନ୍ନ ସ୍ଥାନରେ ନୌକା ବିହାରର ବ୍ୟବସ୍ଥା କରାଯିବ। ଏଥିନିମନ୍ତେ ଏକାଧିକ ପ୍ରସ୍ତାବ ଏବେ ବଚାରାଧୀନ ରହିଛି। ଆଇଡବ୍ଲ୍ୟୁଏଆଇକୁ ଏଥିପାଇଁ ଉପଯୁକ୍ତ ଜଳମାର୍ଗ ନିର୍ଦ୍ଧାରଣ କରିବା ନିମନ୍ତେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଏତଦ୍‌ବ୍ୟତୀତ ଓଡ଼ିଶା ପର୍ଯ୍ୟଟନ ନୀତି-୨୦୧୯ରେ ବେସରକାରୀ ଅର୍ଥ ବିନିଯୋଗକାରୀଙ୍କୁ ଜଳକ୍ରୀଡ଼ା ପରିଚାଳନା ନିମନ୍ତେ ରିହାତି ପ୍ରଦାନ କରାଯାଉଛି। ବର୍ତ୍ତମାନ ଗୋପାଳପୁର, ତାମ୍ପରା ଏବଂ ଚିଲିକାର ବରକୁଳଠାରେ ପିପିପି ମୋଡ୍‌ରେ ଜଳକ୍ରୀଡା ପରିଚାଳନା କରାଯାଉଛି। ଯୁବ ଏବଂ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଚିଲିକା, ମହାନଦୀ, ଭିତରକନିକା, ସାତକୋଶିଆ ଗଣ୍ଡ ଓ ହୀରାକୁଦଠାରେ ଡେ’ କ୍ରୁଜ୍‌ର ବ୍ୟବସ୍ଥା କରାଯାଉଛି। କଟକ ନିକଟ ମହାନଦୀରେ ଜଳକ୍ରୀଡା ଭିତ୍ତିଭୂମି ବିକାଶ କରାଯାଉଛି। ଅନ୍ୟପକ୍ଷରେ ସ୍ବଦେଶ ଦର୍ଶନ ଯୋଜନାରେ ଗୋପାଳପୁର, ତାମ୍ପରା, ବରକୁଳ ଓ ସାତପଡ଼ାଠାରେ ନୌ ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଗୋପାଳପୁରରେ ଜେଟ୍‌ ସ୍କି, ସ୍ପିଡ୍‌ ବୋଟ୍‌, ବାନାନା ବୋଟ୍‌ର ବ୍ୟବସ୍ଥା କରାଯାଇଥିବାବେଳେ ତାମ୍ପରାଠାରେ ବୃହତ୍‌ ଜେଟି, ବାନାନା ବୋଟ୍‌, ଜେଟ୍‌ ସ୍କି ଓ ସ୍ପିଡ୍‌ ବୋଟ୍‌ ରହିଛି। ସେହିଭଳି ଚିଲିକା ବରକୁଳଠାରେ ଭାସମାନ ଜେଟି, ବାନାନା ବୋଟ୍‌, ଫ୍ଲୋଟିଂ ବା ଭାସମାନ ରେଷ୍ଟୁରାଣ୍ଟ, ୪୦ ସିଟ୍‌ବିଶିଷ୍ଟ କ୍ରୁଜ୍‌ ବୋଟ୍‌ର ସୁବିଧା ଥିବାବେଳେ ସାତପଡ଼ାଠାରେ ଜେଟି ସହ ୪୦ ସିଟ୍‌ବିଶିଷ୍ଟ ଏକ କ୍ରୁଜ୍‌ ବୋଟ୍‌ ରହିଛି। ଚିଲିକାର ରମ୍ଭା ଏବଂ ବରକୁଳରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଫ୍ଲୋଟିଂ ରେଷ୍ଟୁରାଣ୍ଟ ବ୍ୟବସ୍ଥା କରିବାକୁ ଯୋଜନା ରହିଛି। ଏଥିପାଇଁ ବିଭାଗ ପକ୍ଷରୁ ୬କୋଟି ୧୦ଲକ୍ଷ ଟଙ୍କାର ଟେଣ୍ଡର ହୋଇଛି। ପର୍ଯ୍ୟଟକମାନେ ଚିଲିକା ମଧ୍ୟରେ ବୁଲିବା ସମୟରେ ହ୍ରଦର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ସୁସ୍ବାଦୁ ଖାଦ୍ୟର ମଜା ନେଇପାରିବେ। ଜଳକ୍ରୀଡ଼ା ବ୍ୟତୀତ ଚିଲିକା, ଭିତରକନିକା ଓ ହୀରାକୁଦ ଜଳଭଣ୍ଡାରରେ ହାଉସ୍‌ବୋଟ ପ୍ରଚଳନ କରିବା ପାଇଁ ମଧ୍ୟ ଯୋଜନା ରହିଛି। ସେହିଭଳି ଚଳିତବର୍ଷ ପ୍ରଥମଥର ପାଇଁ କୋଣାର୍କ ଇକୋ-ରିଟ୍ରିଟ୍‌ରେ ପର୍ଯ୍ୟଟକଙ୍କ ଲାଗି ସର୍ଫିଙ୍ଗ୍‌ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହା ଆଗାମୀ ଦିନରେ ଓଡ଼ିଶାର ଓ୍ବାଟର ସ୍ପୋଟର୍‌ସ ଟୁରିଜମରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କୁହାଯାଇଛି।
ଏହାବାଦ୍‌ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ପରିଚାଳିତ ଇକୋ ଟୁରିଜମ୍‌ ସେଣ୍ଟରଗୁଡ଼ିକରେ ମଧ୍ୟ ନୌ ପର୍ଯ୍ୟଟନର ବ୍ୟବସ୍ଥା କରାଯାଇଛି। ଦେବ୍ରିଗଡ଼, ସାତକୋଶିଆ, ଡେରାସ, ଭିତରକନିକା, ରିଷିଆ ଓ ବିଚିତ୍ରପୁର ଏବଂ ପୁରୀ ନୂଆନଈ ନେଚର କ୍ୟାମ୍ପରେ ପିସିସିଏଫ୍‌ (ବନ୍ୟଜନ୍ତୁ)ଙ୍କ ମାଧ୍ୟମରେ ନୌ ପର୍ଯ୍ୟଟନର ବିକାଶ ପାଇଁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ବିଭାଗ ପକ୍ଷରୁ ମୋଟ ୪୮୪.୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି।

ରିପୋର୍ଟ- ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri