ମନେ ମନେ ମନ ଖୋଜୁଥିଲା

ନୂଆ ଓଡ଼ିଆ ସିନେମା ‘ମନେ ମନେ ମନ ଖୋଜୁଥିଲା’ ପରଦା ଉପରକୁ ଆସୁଛି। ଚଳିତ ମାସ ୮ ତାରିଖରେ ଏହି ଫିଲ୍ମଟି ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏକ ଭିନ୍ନ ଧରଣର ଟିନ୍‌-ଏଜ୍‌ ପ୍ରେମ କାହାଣୀକୁ ନେଇ ଏହାର କାହାଣୀ ଗତିଶୀଳ। ଅନନ୍ୟା ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ନବାଗତା ପ୍ରଭାତୀ ଆଚାର୍ଯ୍ୟ। ଦୁର୍ଗା ଆଚାର୍ଯ୍ୟଙ୍କ କାହାଣୀକୁ ଆଧାର କରି ସଂଳାପ ରଚନା କରିଛନ୍ତି ଡ. ଦୀପକ ଜେନା। ସଂଯୋଜିତ ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ନବାଗତ ଜି. ଅଶୋକ କୁମାର। ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ଏନ୍‌. ପାଢ଼ୀ। ନବାଗତ ଓମ୍‌କାର୍‌ଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି ଚୁଲ୍‌ବୁଲି ନମ୍ରତା ସିଂଦେଓ। ଏମାନଙ୍କ ବ୍ୟତୀତ ପ୍ରିୟଙ୍କା ସାହୁ, ମିହିର ଦାସ, ଅଶ୍ରୁମୋଚନ ମହାନ୍ତି, ପ୍ରତିଭା ପଣ୍ଡାଙ୍କୁ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। କାହାଣୀ ଅନୁସାରେ ଦୁଇଟି ପରିବାର ଭିତରେ ଅହି-ନକୁଳ ସମ୍ପର୍କ। ଅଭିମନ୍ୟୁଙ୍କ ପୁଅ ଓମ୍‌ ଏବଂ ଦୁର୍ଯ୍ୟୋଧନଙ୍କ ଝିଅ ଗୌରୀ ପ୍ରେମରେ ପଡ଼ିଯାଇଛନ୍ତି। ହେଲେ ଏପରି ପ୍ରେମର ଶେଷ ପରିଣତି କ’ଣ ହେଉଛି ତାହା ସିନେମାରେ ଦେଖିବାକୁ ପାଇବେ।

Share