ବଜାରରେ ଟିଭିଏସ୍‌ର ନୂତନ ମଡେଲସ

ନୂଆଦିଲ୍ଲୀ,୧୨।୮: ଟିଭିଏସ୍‌ ମୋଟର କମ୍ପାନୀର ନୂତନ ମଡେଲସ ‘ଟିଭିଏସ୍‌ ଏନ୍‌ଟିଓଆର୍‌କ୍ୟୁ ୧୨୫ ଏବଂ ଟିଭିଏସ୍‌ ଏନ୍‌ଟିଓଆର୍‌କ୍ୟୁ ରେସ ଏକ୍ସପି’କୁ ନିକଟରେ ଅନାବରଣ (ଉନ୍ମୋଚନ) କରାଯାଇଛି। ଏପରି କି ଟିଭିଏସ୍‌ର ଉଭୟ ମଡେଲ ଟିଭିଏସ୍‌ ଏନ୍‌ଟିଓଆର୍‌କ୍ୟୁ ୧୨୫କୁ ଯୁବ ପ୍ରଫେଶନାଲ୍‌ମାନଙ୍କ ପାଇଁ ଏବଂ ଅତୁଳନୀୟ ଶକ୍ତି ଚାହଁୁଥିବା ରେସ୍‌ ପ୍ରେମୀଙ୍କ ପାଇଁ ଟିଭିଏସ୍‌ ଏନ୍‌ଟିଓଆର୍‌କ୍ୟୁ ରେସ୍‌ ଏକ୍ସପି ସିରିଜ୍‌କୁ ମଧ୍ୟ ଡିଜାଇନ କରାଯାଇଛି।
ଏ ସମ୍ପର୍କରେ ଟିଭିଏସ୍‌ ମୋଟର କମ୍ପାନୀର ଉପସଭାପତି (ମାର୍କେଟିଂ -ସ୍କୁଟର, କମୁଟର ମୋଟରସାଇକେଲ୍‌ ଓ କର୍ପୋରେଟ୍‌ ବ୍ରାଣ୍ଡ) ଅନିରୁଦ୍ଧ ହାଲଦାର କହିଛନ୍ତି, ଟିଭିଏସ୍‌ ମୋଟରରେ ଆମେ ଆତ୍ମପରିପ୍ରକାଶ ପାଇଁ ଗ୍ରାହକମାନଙ୍କୁ ଏକ ପ୍ଲାଟଫର୍ମ ଦେବାକୁ ଉଦ୍ୟମ କରୁଛୁ। ସେହି ଭିଜନ ପ୍ରତି ଆମ ପ୍ରତିବଦ୍ଧତାକୁ ଟିଭିଏସ୍‌ ଏନ୍‌ଟିଓଆର୍‌କ୍ୟୁ୧୨୫ ଓ ଟିଭିଏସ୍‌ ଏନ୍‌ଟିଓଆର୍‌କ୍ୟୁ ରେସ ଏକ୍ସପି ପରିପ୍ରକାଶ କରୁଛି। ଏପରି କି ନୂଆ ଆକର୍ଷଣୀୟ ରଙ୍ଗ ଭାରିଆଣ୍ଟ ସ୍କୁଟର ଡିଜାଇନ୍‌କୁ ଏକ ଆଧୁନିକ ଦୃଷ୍ଟିକୋଣ ପ୍ରଦାନ କରିଥିବାବେଳେ ଉତ୍ସାହ ଓ ଆତ୍ମ ପରିପ୍ରକାଶକୁ ସମନ୍ବିତ କରିଛି। ଟିଭିଏସ୍‌ ଏନ୍‌ଟିଓଆର୍‌କ୍ୟୁ୧୨୫ରେ ୧୨୪.୮ ସିସିର ତିନି ଭାଲଭ୍‌ ଇଞ୍ଜିନ ସାମିଲ ରହିଛି, ଯାହା ୯.୫ ପିଏସ୍‌ ଓ ୧୦.୬ ଏନ୍‌ଏମ୍‌ ଟର୍କ ଉପତ୍ନ୍ନ କରୁଛି। ଏଥିରେ ବ୍ଲୁ ଟୁଥ୍‌ ସଂଯୋଗ, ସମ୍ପୂର୍ଣ୍ଣ ଡିଜିଟାଲ୍‌ ଡିସ୍‌ପ୍ଲେ, ଡୁଆଲ୍‌ ରାଇଡ୍‌ ମୋଡ୍‌ ଓ ସିଗ୍ନେଚର ଏଲ୍‌ଇଡି ଲ୍ୟାମ୍ପ୍‌ ଆଦି ସାମିଲ ରହିଛି। ଏହି ସ୍କୁଟର ଏକ ଅତୁଳନୀୟ ଗାଡ଼ି ଚାଳନା ଅନୁଭୂତି ପ୍ରଦାନ କରୁଛି; ଯେଉଁଥିରେ ଉତ୍ତମ ପ୍ରଦର୍ଶନ, ସୁବିଧାସୁଯୋଗ ଓ ଷ୍ଟାଇଲ୍‌ର ମିଶ୍ରଣ ସାମିଲ ରହିଛି। ରୋମାଞ୍ଚ ଚାହୁଁଥିବା ଗ୍ରାହକମାନଙ୍କ ଲାଗି ଟିଭିଏସ ଏନ୍‌ଟିଓଆର୍‌କ୍ୟୁ ରେସ ଏକ୍ସପିକୁ ପ୍ରସ୍ତୁତ କରାଯାଇଛି। ଏଥିରେ ୧୨୪.୮ ସିସିର ତିନି ଭାଲ୍‌ଭ ଇଞ୍ଜିନ ସାମିଲ ରହିଛି, ଯାହା ୧୦.୨ପିଏସ୍‌ ଓ ୧୦.୯ଏନ୍‌ଏମ୍‌ ଟର୍କ ସୃଷ୍ଟି କରୁଛି; ଯାହା ଏହାକୁ ଏକ ଶକ୍ତିଶାଳୀ ସ୍କୁଟରରେ ପରିଣତ କରିଛି। ଏଥିରେ ଷ୍ଟାଇଲିସ୍‌ ଓ ତୀକ୍ଷ୍‌ଣ ଗ୍ରାଫିକ୍ସ ଫିଚର ରହିଛି। ଏପରି କି ରାତ୍ରିକାଳୀନ ଅନୁଭୂତି ପାଇଁ ଏହାର ଅତ୍ୟାବଶ୍ୟକ ପାର୍ଟସ୍‌ଗୁଡ଼ିକୁ ଡିଜାଇନ୍‌ କରାଯାଇଛି। ସେହିଭଳି ସାଦାସିଧା ଓ ଆଧୁନିକ ଉପତ୍ାଦ ଡିଜାଇନ୍‌ ଆଡ଼କୁ ଗ୍ରାହକ ଅଧିକ ଆକୃଷ୍ଟ ହେଉଛନ୍ତି। ତେଣୁ ଟିଭିଏସ୍‌ ଏନ୍‌ଟିଓଆର୍‌କ୍ୟୁ୧୨୫ ତିନିଟି ରଙ୍ଗ ଯଥାକ୍ରମେ ଟର୍କୁଇଜ, ହାର୍ଲେକୁଇନ୍‌ ବ୍ଲୁ ଓ ନାର୍‌ଡୋ ଗ୍ରେ ରଙ୍ଗରେ ଉପଲବ୍ଧ। ଟିଭିଏସ୍‌ ଏନ୍‌ଟିଓଆର୍‌କ୍ୟୁ ରେସ୍‌ ଏକ୍ସପିକୁ ମ୍ୟାଟ୍‌ ବ୍ଲାକ୍‌ ସ୍ପେସିଆଲ୍‌ ଏଡିସନ୍‌ରେ ଉନ୍ମୋଚନ କରାଯାଇଛି, ଯାହା କଳା ରଙ୍ଗରେ ବିଭିନ୍ନ ରୂପ ରେଖର ସମ୍ମିଶ୍ରଣ ରହିଛି; ଯେଉଁଥିରେ ମ୍ୟାଟ୍‌ ଓ ଗ୍ଲସି ପିଆନୋ ବ୍ଲାକ୍‌ ସାମିଲ ରହିଛି। ଗ୍ରାହକଙ୍କ ବ୍ୟକ୍ତିତ୍ୱକୁ ଦୃଷ୍ଟିରେ ରଖି ଟିଭିଏସ୍‌ ଏନ୍‌ଟିଓଆର୍‌କ୍ୟୁର ନୂଆ ରଙ୍ଗ ଭାରିଆଣ୍ଟ ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri