ଭର୍ଚୁଆଲ୍‌ ଇଣ୍ଟରଲାଇନ୍‌ ପ୍ଲାଟଫର୍ମର ଶୁଭାରମ୍ଭ

ନୂଆଦିଲ୍ଲୀ,୧୨।୮: ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ପ୍ରଥମ ଭାରତୀୟ ଏୟାରଲାଇନ୍‌ ଭାବେ ଭର୍ଚୁଆଲ ଇଣ୍ଟରଲାଇନ୍‌ ପ୍ଲାଟଫର୍ମର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି, ଯେଉଁଥିରେ ଯାତ୍ରୀମାନେ ବୁକିଂର ବ୍ୟାପକ ବିକଳ୍ପ ପାଇପାରିବେ। ଏପରି କି ଏୟାରଲାଇନ୍‌ର ୱେବ୍‌ସାଇଟ୍‌ରେ ବିମାନ ସର୍ଚ୍ଚ କରିବା ବେଳେ ଗ୍ରାହକମାନେ ନୂଆ ପ୍ଲାଟଫର୍ମ ସହ ଯୋଡ଼ିହୋଇପାରିବେ, ଯାହାଦ୍ୱାରା ସେମାନେ କନେକ୍ଟିଂ ବିମାନ ବୁକିଂ କରିବା ବେଳେ ଗୋଟିଏ ପାର୍ଶ୍ୱରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ ଏବଂ ଅପରପକ୍ଷରୁ ସହଯୋଗୀ ଏୟାରଲାଇନ୍ସର ବିମାନ ବୁକିଂ କରିପାରିବେ। ସେହିଭଳି ଡୋହୋପ୍‌ (ଟ୍ରାଭେଲ୍‌ ସମାଧାନ ପ୍ରଯୁକ୍ତି କମ୍ପାନୀ) ସହ ସହଯୋଗିତାରେ ବିକାଶ କରାଯାଇଥିବା ଭର୍ଚୁଆଲ୍‌ ଇଣ୍ଟରଲାଇନ୍‌ ପ୍ଲାଟଫର୍ମ ‘ଏଆଇଏକ୍ସ କନେକ୍ଟ’ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ସଂଯୋଗରେ ଉନ୍ନତି ଆଣି ଯାତ୍ରୀମାନଙ୍କୁ ନିଜେ ଟିକଟ ବୁକିଂ କରିବାରେ ସହାୟକ ହେବ। ଏଥିରେ ପ୍ରଥମ ସହଯୋଗୀ ଭାବେ ସିଙ୍ଗାପୁରର ଏୟାରଲାଇନ୍‌ର ସ୍କୁଟ୍‌ ଯୋଡ଼ି ହୋଇଛି, ଯାହା ଜରିଆରେ ଯାତ୍ରୀମାନେ ଭାରତ ଓ ମଧ୍ୟପ୍ରାଚ୍ୟରୁ ବିଶ୍ୱର ୬୦ଟି ଅନ୍ତର୍ଜାତୀୟ ସ୍ଥାନକୁ ବୁକିଂ କରିପାରିବେ।
ଏୟାର ଇଣ୍ଡିଆ ଏକ୍ସପ୍ରେସର ମୁଖ୍ୟ ବାଣିଜି୍ୟକ ଅଧିକାରୀ ଅଙ୍କୁର ଗର୍ଗ କହିଛନ୍ତି, ଏୟାର ଇଣ୍ଡିଆ ଏକ୍ସପ୍ରେସ ଘରୋଇ ଏବଂ ଅନ୍ତର୍ଜାତୀୟ ବଜାରରେ ନିଜର ଉପସ୍ଥିତି ମଜଭୁତ କରୁଥିବାବେଳେ ଆମେ ପୂର୍ବ ଏବଂ ପଶ୍ଚିମକୁ ନିରବଚ୍ଛିନ୍ନ ଯୋଗାଯୋଗ ସହିତ ନୂତନ ଗନ୍ତବ୍ୟସ୍ଥଳଗୁଡିକୁ ଯୋଡ଼ିବା ପାଇଁ ଭର୍ଚୁଆଲ ଇଣ୍ଟରଲାଇନ ସହଯୋଗିତାକୁ ଉପଯୋଗ କରୁଛୁ। ଏପରିକି ଆମେ ଏହି ପ୍ଲାଟଫର୍ମରେ ଆମର ପ୍ରଥମ ଏୟାରଲାଇନ୍ସ ପାର୍ଟନର ଭାବେ ସ୍କୁଟ୍‌କୁ ସ୍ବାଗତ କରୁଛୁ ଏବଂ ଅଧିକ ଏୟାରଲାଇନ୍ସ ଚଳାଚଳ କରିବାକୁ ଚାହୁଁଛୁ, ଆଭ୍ୟନ୍ତରୀଣ ପର୍ଯ୍ୟଟନକୁ ବୃଦ୍ଧି କରିବ।
ଏହି ଭର୍ଚୁଆଲ ପ୍ଲାଟଫର୍ମରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ଉଦ୍‌ଘାଟନୀ ଇଣ୍ଟରଲାଇନ ପାର୍ଟନର ହୋଇ ଆମେ ଗର୍ବ ଅନୁଭବ କରୁଛୁ। ଏହି ସହଯୋଗିତା କେବଳ ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ଯୋଗାଯୋଗରେ ଉନ୍ନତି ଆଣିବ ନାହିଁ, ବରଂ ଭାରତୀୟ ଯାତ୍ରୀମାନଙ୍କୁ ସିଙ୍ଗାପୁର ଏବଂ ଏହା ବାହାରେ ଅଧିକ ବିମାନ ବିକଳ୍ପ ମଧ୍ୟ ପ୍ରଦାନ କରିବ। ଏପରିକି ଗ୍ରାହକଙ୍କୁ ଆମର ବିସ୍ତୃତ ନେଟୱର୍କ ମଧ୍ୟରେ ଆରାମଦାୟକ ଏବଂ ନିରବଚ୍ଛିନ୍ନ ଯାତ୍ରା ପ୍ରଦାନ କରିବାକୁ ସ୍କୁଟ୍‌ ପ୍ରତିଶ୍ରୁତିବଦ୍ଧ ବୋଲି ସ୍କୁଟ୍‌ର ମୁଖ୍ୟ ବାଣିଜି୍ୟକ ଅଧିକାରୀ କେଲଭିନ ଚାନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?